Hindi News >>Home >>Odisha Entertainment

Kangana Ranaut: ଦୀର୍ଘ ଦିନ ପରେ ଫ୍ୟାନ୍ସଙ୍କୁ ଗୁଡ୍ ନ୍ୟୁଜ୍ ଦେଲେ କଙ୍ଗନା, କହିଲେ....

Kangana Ranaut Tejas Movie: ପୁଣି ଚର୍ଚ୍ଚାରେ କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାଓ୍ବତ (Kangana Ranaut)। ଅନେକ  ସମୟରେ ବିଭିନ୍ନ ପ୍ରସଙ୍ଗ ଉପରେ ସ୍ବର ଉଠାଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ (Kangana Ranaut New Movie) । ତେବେ, ଏହାରି ଭିତରେ ଆଉ ଏକ ବଡ଼ ଖବର କଙ୍ଗନା (Tejas Trailer)ନିଜ ଫ୍ୟାନ୍ସ ମାନଙ୍କୁ ଦେଇଛନ୍ତି। 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Oct 08, 2023, 01:44 PM IST

Kangana Ranaut Tejas Movie: ପୁଣି ଚର୍ଚ୍ଚାରେ କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାଓ୍ବତ (Kangana Ranaut)। ଅନେକ  ସମୟରେ ବିଭିନ୍ନ ପ୍ରସଙ୍ଗ ଉପରେ ସ୍ବର ଉଠାଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ (Kangana Ranaut New Movie) । ତେବେ, ଏହାରି ଭିତରେ ଆଉ ଏକ ବଡ଼ ଖବର କଙ୍ଗନା (Tejas Trailer)ନିଜ ଫ୍ୟାନ୍ସ ମାନଙ୍କୁ ଦେଇଛନ୍ତି। କାହିଁକିନା ଚଳିତ ମାସ ୨୦ ତାରିଖରେ ଅଭିନେତ୍ରୀ ଅଭିନୀତ ଫିଲ୍ମ (Tejas) 'ତେଜସ୍'  (Tejas Trailer)ରିଲିଜ୍ ହୋଇଛି । ତେବେ, ଏହି ଫିଲ୍ମ  'ତେଜସ୍' ର ଟ୍ରେଲର ଆଜି(ବାୟୁସେନା ଦିବସ) ଉପଲକ୍ଷେ ରିଲିଜ୍ ହୋଇଛି।  ତେବେ, ଏହି ଫିଲ୍ମରେ ଅଭିନେତ୍ରୀଙ୍କୁ ଏକ ଦମଦାର ଭୂମିକାରେ ଦେଖିବାକୁ ମିଳିଛି। ଦମଦାର୍ ଆକ୍ସନ ସହ ହାଇ ଷ୍ଟଣ୍ତ ମନୋରଞ୍ଜନର ଖୋରାକ୍ ଯୋଗାଇବ ଏହି ଫିଲ୍ମ।

 

 
 
 
 

 
 
 
 
 
 
 
 
 
 
 

A post shared by RSVP (@rsvpmovies)

ଏହାବି ପଢନ୍ତୁ : Nushrratt Bharuccha: ଇସ୍ରାଏଲ ସଙ୍କଟରେ ଫସିଲେ ନୁଶରତ୍, ଅଭିନେତ୍ରୀଙ୍କ ଟିମ୍ କହିଲା...

ତେଜସର ଟ୍ରେଲର ଯୁଦ୍ଧ ବିମାନରୁ ଆରମ୍ଭ ହୋଇଛି । ଏକା ସାଙ୍ଗରେ ତିନୋଟି ଯୁଦ୍ଧ ବିମାନ ଆକାଶରେ ଉଡୁଛି । ପରେ,  'ଭାରତକୋ ଛେଡୋଗେ ତୋ ଛୋଡେଙ୍ଗେ ନାହିଁ' ଦମଦାର ଡାଇଲଗ ମଧ୍ୟ ଶୁଣିବାକୁ ମିଳୁଛି। ପରେ କଙ୍ଗନାଙ୍କ ପାଇଲଟ୍ ଲୁକ୍ ବି ସାମ୍ନାକୁ ଆସୁଛି । ତେବେ, ଏହି ଟ୍ରେଲରଟିକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ। ଫିଲ୍ମଟି କେବେ ରିଲିଜ୍ ହେବ । ତାହାକୁ ଚାତକ ପରି ଚାହିଁ ରହିଛନ୍ତି ସଭିଏଁ। 

ତେଜାସରେ କ’ଣ ରହିଛି କାହାଣୀ ?
'ତେଜସ୍' କେବଳ ଏକ ସାଧାରଣ କାହାଣୀ ନୁହେଁ, ଏଥିରେ ଜଣେ ପାଇଲଟର କାହାଣୀ ବି ଲୁଚି ରହିଛି।  ଟ୍ରେଲରରେ ଏହା ଜଣାପଡିଛି ଯେ, ଜଣେ ଭାରତୀୟ ଗୁପ୍ତଚରଙ୍କୁ ପାକିସ୍ତାନୀ ଆତଙ୍କବାଦୀମାନେ କାବୁ କରିଛନ୍ତି। ଯେଉଁଠାରେ କଙ୍ଗନା ସେହି ଗୁପ୍ତଚରଙ୍କୁ ବଞ୍ଚାଇବା ପାଇଁ ଆଗକୁ ଆସନ୍ତି ଏବଂ ଅପରେସନ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୁଏ। (Sarvesh Mewara) ସର୍ଭେସ୍ ମେଓ୍ବାରା ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି। ମୁଖ୍ୟ ଭୂମିକାରେ କଙ୍ଗନା ରାଣାଓ୍ବତ୍ (Kangana Ranaut), ଅନସୁଲ୍ ଚୌହାନ୍(Anshul Chauhan) ଓ ବରୁନ୍ ମିତ୍ରା (Varun Mitra) ନିଜର ଆସିବେ। 

{}{}