Hindi News >>Home >>Odisha Entertainment

Kangana Ranaut: ବଲିଉଡକୁ ନେଇ କଙ୍ଗନାଙ୍କ ବଡ ବୟାନ୍, କହିଲେ କିଛି ଏମିତି...

Kangana Ranaut: କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାଓ୍ବାତ(Kangana Ranaut) । ପୁଣି ବଲିଉଡ ଉପରେ ବଡ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି କୁଇନ୍ । ନିକଟରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ 'ଧକଡ୍'( Dhaakad) ର ଉଦାହରଣ ମଧ୍ୟ ଦେଇଛନ୍ତି ।

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Oct 30, 2022, 02:19 PM IST

Kangana Ranaut: କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାଓ୍ବାତ(Kangana Ranaut) । ପୁଣି ବଲିଉଡ ଉପରେ ବଡ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି କୁଇନ୍ ।  ନିକଟରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ 'ଧକଡ୍'( Dhaakad) ର ଉଦାହରଣ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଫିଲ୍ମ 'ଧକଡ୍'( Dhaakad) ଚଳିତ ବର୍ଷ ମେ ୨୦ରେ ରିଲିଜ ହୋଇଥିଲା । ହେଲେ ଫିଲ୍ମଟି ଭଲ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରି ନ ଥିଲା। ଫିଲ୍ମଟି ରିଲିଜ ହେବା ଦିନ ୧ କୋଟିରୁ କମ୍ ବ୍ୟବସାୟ କରିଥିଲା। 

ଫିଲ୍ମର ଖରାପ ପ୍ରଦର୍ଶନକୁ ନେଇ ସେ ପ୍ରଥମ ଥର ପାଇଁ ନିରବତା ଭାଙ୍ଗିଛନ୍ତି। ବଲିଉଡ ଫିଲ୍ମକୁ ପଛରେ ପକାଉଛି ସାଉଥ ମୁଭି ବୋଲି ସେ କହିଛନ୍ତି । ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ସାଉଥ ଫିଲ୍ମ । ବଲିଉଡ ଚଳଚ୍ଚିତ୍ର ବିଷୟରେ ସେ ନିଜ ମତାମତ ଦେବା ସହ ବଲିଉତ ନିର୍ମାତାଙ୍କ ଉପରେ ମଧ୍ୟ ବର୍ଷିଛନ୍ତି । ସେ କହିଛନ୍ତି ଯେ, 'ଚଳଚ୍ଚିତ୍ରର ପ୍ରଦର୍ଶନ ବିଷୟରେ ବିଭିନ୍ନ ପ୍ରକାରର ବିଶ୍ଳେଷଣ ଅଛି। ଯଦି ତୁମେ ହିଟ୍ ଚଳଚ୍ଚିତ୍ରକୁ ଦେଖ, ସେଗୁଡ଼ିକର ଭାରତର ମୂଳ ଅଟେ, ଅର୍ଥାତ ଭାରତୀୟ ସଂସ୍କୃତି ଓ କଳା ଉପରେ ଫିଲ୍ମ ଗୁଡିକ ଆଧାରିତ ହେବା ଉଚିତ୍ । ଏଥିପାଇଁ ସେ କନ୍ନଡ ଫିଲ୍ମ 'କାନ୍ତାର'ର ମଧ୍ୟ ଉଦାହରଣ ଦେଇଛନ୍ତି । 'କାନ୍ତାରା' ଭକ୍ତି ଏବଂ ଆଧ୍ୟାତ୍ମିକତା ଉପରେ ଆଧାରିତ ଭାରତକୁ ଦର୍ଶାଏ । ସେହିପରି ଫିଲ୍ମ ‘PS1’ ବିଷୟରେ ମଧ୍ୟ କଙ୍ଗନା କହିଛନ୍ତି । PS1 ଐତିହାସିକ ଡ୍ରାମା ଫିଲ୍ମ ।  ଯାହାର କାହାଣୀ ଚୋଳ ସାମ୍ରାଜ୍ୟର ଇତିହାସ ଉପରେ ଆଧାରିତ। ବଲିଉଡ ଏହାର ଭାରତୀୟ ସଂସ୍କୃତି ଠାରୁ ବହୁତ ଦୂରକୁ ଯାଇଛି ଏବଂ ନିର୍ମାତା ମାନେ ବଲିଉଡକୁ ପାଶ୍ଚାତ୍ୟ ଚଳଚ୍ଚିତ୍ର କରିବାରେ ଲାଗିଛନ୍ତି। ପାଶ୍ଚାତ୍ୟ ଚଳଚ୍ଚିତ୍ର ନିର୍ମାଣର ଧାରା ସହିତ, ମୁଁ ଅନୁଭବ କରୁଛି ଯେ ଲୋକମାନେ ଏହି ଚଳଚ୍ଚିତ୍ର ସହିତ ନିଜକୁ ଯୋଡିବାକୁ ସକ୍ଷମ ହେଉ ନାହାଁନ୍ତି । ମୋ ଚଳଚ୍ଚିତ୍ର ଗୁଡିତ ମଧ୍ୟ ଏହି ବର୍ଷ କୌଣସି ହିଟ୍ ହୋଇ ନାହିଁ'। 

ଏହାବି ପଢନ୍ତୁ : Urfi Javed: ପାର୍ଟିରେ ଦୁଇ ଭଉଣୀଙ୍କ ସହ ନଜର ଆସିଲେ ଉର୍ଫି

ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ବଲିଉଡକୁ ଦେଇଛନ୍ତି ଅନେକ ଗୁଡିଏ ହିଟ୍ ମୁଭି । ୨୦୧୯ ଜାନୁଆରୀ ୨୫ରେ ରିଲିଜ ହୋଇଥିଲା କଙ୍ଗନାଙ୍କ ଅଭିନୀତ ଫିଲ୍ମ 'ମଣିକର୍ଣ୍ଣିକା' । ଯେଉଁଥିରେ ସେ ରାଣୀ ଲକ୍ଷ୍ମୀବାଇ ଭୂମିକାରେ ନଜର ଆସିଥିଲେ। ଏହା ଏକ ପୌରାଣିକ ଡ୍ରାମା ଆଧାରିତ ଫିଲ୍ମ ଥିଲା।  ଫିଲ୍ମରେ କଙ୍ଗନାଙ୍କ ବ୍ୟତିତ ମହମ୍ମଦ ଜିସାନ୍ ,ଆୟୁବ ଓ ଅଙ୍କିତା ଲୋଖାଣ୍ତେ ପ୍ରମୁଖ ଭୂମିକାରେ ନଜର ଆସିଥିଲେ।  ଯାହା ବକ୍ସ ଅଫିସରେ ହିଟ ହୋଇଥିଲା। ସେହିପରି ୨୦୨୧ରେ ହିଟ୍‌ ଫିଲ୍ମ ‘ଥଲାଇବି’  (Thalaivi) ମଧ୍ୟ ଭଲ ରୋଜଗାର କରିଥିଲା।  ଏ ଫିଲ୍ମଟି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟ ଲଳିତାଙ୍କ ଜୀବନ ଉପରେ ଆଧାରିତ ଥିଲା। ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିଥିଲେ କଙ୍ଗନା । କଙ୍ଗନା ଏ ଫିଲ୍ମର  ଜୟଲଳିତାଙ୍କ ଭୂମିକାରେ ନଜର ଆସିଥିଲେ । ଫିଲ୍ମଟିକୁ ଦର୍ଶକଙ୍କ କାଫି ଭଲ ରେସପନ୍ସ ମିଳିଥିଲା । ମୁଭିଟି ବକ୍ସ ଅଫିସରେ ମଧ୍ୟ ଭଲ ରୋଜଗାର କରିଥିଲା। 

Read More
{}{}