Hindi News >>Home >>Odisha Entertainment

ମୋ ଜୀବନର ସବୁଠାରୁ କଠିନ ସମୟକୁ ସାମ୍ନା କରୁଛି: Kajol

Kajol Takes Break From Social Media: ବଲିଉଡ ଅଭିନେତ୍ରୀ କାଜୋଲ ନିକଟରେ ତାଙ୍କ ଅନେକ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଛନ୍ତି । ଦିଲୱାଲେ ଦୁଲହନିଆ ଲେ ଜୟେଙ୍ଗେ ଅଭିନେତ୍ରୀ କିଛି ସମୟ ପାଇଁ ସୋସିଆଲ ମିଡିଆକୁ ବିଦାୟ ଦେଇ ଏକ କ୍ରିପ୍ଟିକ ପୋଷ୍ଟ ସେୟାର କରିଛନ୍ତି ।

Advertisement
ସୌ: ସୋସିଆଲ ମିଡିଆ
Stop
Zee Odisha Desk|Updated: Jun 09, 2023, 05:51 PM IST

Kajol Break From Social Media: ୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ କାଜୋଲଙ୍କ ପ୍ରଶଂସକଙ୍କ ଅଭାବ ନାହିଁ । ନିଜର ଅଭିନୟ କିମ୍ବା ଫ୍ୟାଶନ୍ ହେଉ, ସେ ନିଜ ପ୍ରଶଂସକଙ୍କୁ ପ୍ରଭାବିତ କରିବା ପାଇଁ କୌଣସି ରାସ୍ତା ଛାଡ଼ନ୍ତି ନାହିଁ । ତେବେ ବର୍ତ୍ତମାନ କାଜୋଲ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । 'ବାଜିଗର' ଅଭିନେତ୍ରୀ ହଠାତ୍ ସୋସିଆଲ ମିଡିଆକୁ ବିଦାୟ ଦେଇ ତାଙ୍କ ପ୍ରଶଂସକଙ୍କୁ ହୃଦୟ ଭାଙ୍ଗି ଦେଇଛନ୍ତି । କେବଳ ଏତିକି ନୁହେଁ ପ୍ରଶଂସକଙ୍କ ପାଇଁ ସେ ନିଜ ସୋସିଆଲ ମିଡିଆରେ ଏକ କ୍ରିପ୍ଟିକ୍ ପୋଷ୍ଟ ସେୟାର କରିଛନ୍ତି ।

ସୋସିଆଲ ମିଡିଆରୁ ବିଦାୟ ନେଲେ କାଜଲ
କାଜୋଲ ଇନଷ୍ଟାଗ୍ରାମରେ ପୁରୁଣା ପୋଷ୍ଟଗୁଡ଼ିକୁ ଡିଲିଟ କରି ଏକ ନୂଆ ପୋଷ୍ଟ ସେୟାର କରିଛନ୍ତି । କ୍ରିପ୍ଟିକ୍ ପୋଷ୍ଟରେ ସେ ଲେଖିଛନ୍ତି, "'ମୋ ଜୀବନର ସବୁଠାରୁ କଠିନ ସମୟକୁ ସାମ୍ନା କରୁଛି।" (Facing one of the toughest trials of my life.) କ୍ୟାପସନରେ କାଜୋଲ ସୋସିଆଲ ମିଡିଆରୁ ବିରତି ନେବାକୁ ସୂଚନା ଦେଇଛନ୍ତି । ତେବେ ସେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ସେ ଲେଖି ନାହାଁନ୍ତି । ତାଙ୍କର ଏହି ପୋଷ୍ଟ ଜୋରଦାର ଭାଇରାଲ ହେବାରେ ଲାଗିଛି ଓ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି । ଏହାର ଫଟୋ ସହିତ କାଜୋଲ କ୍ୟାପସନରେ ଲେଖିଛନ୍ତି ଯେ ସୋସିଆଲ ମିଡିଆରୁ ବିରତି ନେଇଛନ୍ତି । ତେବେ ଇନଷ୍ଟାଗ୍ରାମରେ ଏହି ପୋଷ୍ଟ ସେୟାର କରିବା ସହିତ କାଜୋଲ ତାଙ୍କର ସମସ୍ତ ପୁରୁଣା ଫଟୋ ଡିଲିଟ୍ କରି ଦେଇଛନ୍ତି । ଆପଣଙ୍କୁ କହିରଖୁଛୁ ଯେ କାଜୋଲ ତାଙ୍କ ଫ୍ୟାଶନ ଓ ଝିଅ ନୀସା ଦେବଗାନଙ୍କ ପାଇଁ ବହୁତ ଟ୍ରୋଲ ହୋଇଥିଲେ ।

ଚିନ୍ତିତ ପ୍ରଶଂସକମାନେ ସୋସିଆଲ ମିଡିଆରେ ଦେଉଛନ୍ତି କମେଣ୍ଟ
ସୋସିଆଲ ମିଡିଆରୁ ହଠାତ୍ କାଜୋଲଙ୍କ ବ୍ରେକ୍ ନେବାରୁ ପ୍ରଶଂସକମାନଙ୍କୁ ଗଭୀର ଦୁଃଖି ହୋଇଛନ୍ତି । ଜଣେ ଉପଭୋକ୍ତା କମେଣ୍ଟ ଦେଇଛନ୍ତି, "ଆରେ କାଜୋଲ, ଆଶାକରେ ଆପଣ ସମ୍ପୂର୍ଣ୍ଣ ଠିକ୍ ଥିବେ । 

ସୋସିଆଲ୍ ମିଡିଆ ପୋଷ୍ଟ ଏହି ସିରିଜ୍ ସହିତ ଜଡିତ ହୋଇପାରେ 
କାଜୋଲ ବର୍ତ୍ତମାନ ଫିଲ୍ମ ସ୍କ୍ରିନ ସହିତ OTT ପ୍ଲାଟଫର୍ମରେ ପ୍ରଶଂସକଙ୍କ ହୃଦୟରେ ରାଜ କୋରନ୍ତି । ଏହି ଅଭିନେତ୍ରୀ ଖୁବ ଶୀଘ୍ର ଡିଜନି ପ୍ଲସ୍ ହଟଷ୍ଟାରରେ ରିଲିଜ୍ ହେବାକୁ ଥିବା ୱେବ୍ ସିରିଜ୍ 'ଦି ଗୁଡ୍ ୱାଇଫ୍'ରେ ନଜର ଆସିବେ । ଯେଉଁଥିରେ ସେ ଜଣେ ଆଡଭୋକେଟ୍ ଭୂମିକାରେ ନଜର ଆସିଛନ୍ତି ଓ ସେ ଏହି ମାମଲାକୁ ତାଙ୍କର ସବୁଠାରୁ କଷ୍ଟଦାୟକ ବିଚାର ବୋଲି ବର୍ଣ୍ଣନା କରିଛନ୍ତି । ତାଙ୍କର ଏହି ପୋଷ୍ଟ ଦେଖି ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ଏହା ତାଙ୍କ 'ଦି ଗୁଡ୍ ୱାଇଫ୍' ସିରିଜ୍ ସହିତ ଜଡିତ ।

ଏହା ବି ପଢନ୍ତୁ: Miss World 2023: ଅନେକ ବର୍ଷ ପରେ ଭାରତ ଆୟୋଜନ କରୁଛି ମିସ୍ ୱାର୍ଲ୍ଡ ୨୦୨୩, ଜାଣନ୍ତୁ ଏହା ବିଷୟରେ ସବୁକିଛି

ଏହା ବି ଦେଖନ୍ତୁ: Shark Viral Video: ସମୁଦ୍ରରେ ଗାଧଉଥିଲେ ବ୍ୟକ୍ତି; ସାର୍କ ଆସି ଜିଅନ୍ତା ଗିଳିଦେଲା, ଦେଖନ୍ତୁ ଏହି ଲୋମଟାଙ୍କୁରା ଭିଡିଓ

Read More
{}{}