Hindi News >>Home >>Odisha Entertainment

Actress Jiah Khan Case: ସୂରଜ ପାଞ୍ଚୋଲି ନିର୍ଦ୍ଦୋଷ, ଅଭିନେତ୍ରୀଙ୍କ ମା' କହିଲେ...

Actress Jiah Khan Case News In Odia: ବଲିଉଡ଼ ଅଭିନେତ୍ରୀ ଜିୟା ଖାନ୍ ଆତ୍ମହତ୍ୟା ମାମଲା (Jiah Khan Case) । ପ୍ରାୟ ୧୦ ବର୍ଷ ପରେ , ବଲିଉଡ ଅଭିନେତ୍ରୀ ଜିଆ ଖାନଙ୍କ ମୃତ୍ୟୁ ମାମଲାରେ(Actress Jia Khan Case) କୋର୍ଟ ରାୟ ପ୍ରକାଶ କରିଛନ୍ତି । ଜୁନ୍ ୩,୨୦୧୩ ରେ,ଜିଆ ଖାନଙ୍କ ମୃତଦେହ ତାଙ୍କ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର (Jiah Khan Deadbody)କରାଯାଇଥିଲା। ଏବଂ ମୃତଦେହ ନିକଟରୁ ୬ ପୃଷ୍ଠାର ଆତ୍ମହତ୍ୟା ନୋଟ୍ ମଧ୍ୟ ପୋଲିସ୍ ପାଇଥିଲା ।

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Apr 28, 2023, 02:02 PM IST

Actress Jiah Khan Case News In Odia: ବଲିଉଡ଼ ଅଭିନେତ୍ରୀ ଜିୟା ଖାନ୍ ଆତ୍ମହତ୍ୟା ମାମଲା (Jiah Khan Case) । ପ୍ରାୟ ୧୦ ବର୍ଷ ପରେ , ବଲିଉଡ ଅଭିନେତ୍ରୀ ଜିଆ ଖାନଙ୍କ ମୃତ୍ୟୁ ମାମଲାରେ(Actress Jia Khan Case) କୋର୍ଟ  ରାୟ ପ୍ରକାଶ କରିଛନ୍ତି । ଜୁନ୍ ୩,୨୦୧୩ ରେ,ଜିଆ ଖାନଙ୍କ ମୃତଦେହ ତାଙ୍କ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର (Jiah Khan Deadbody)କରାଯାଇଥିଲା।  ଏବଂ ମୃତଦେହ ନିକଟରୁ ୬ ପୃଷ୍ଠାର ଆତ୍ମହତ୍ୟା ନୋଟ୍ ମଧ୍ୟ ପୋଲିସ୍ ପାଇଥିଲା । ଜିଆଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ୍ ଜିଆଙ୍କ ପ୍ରେମିକ ତଥା ଅଭିନେତା ସୂରଜ ପାଞ୍ଚୋଲିଙ୍କୁ ଗିରଫ କରିଥିଲା(Sooraj Pancholi)। ତେବେ, ଆଜି ଏହି ମାମଲାର ରାୟ ଶୁଣାଇଛନ୍ତି କୋର୍ଟ । ଏହି ମାମଲାରେ କୋର୍ଟ ଜିୟାଙ୍କ ପ୍ରେମିକ ସୂରଜ ପାଞ୍ଚୋଲିଙ୍କୁ(Sooraj Pancholi) ନିର୍ଦ୍ଦୋଷରେ ଖଲାସ୍ କରିଛନ୍ତି । 

ସେପେଟେ, ଜିୟା ଖାନ୍ (Jiah Khan)ମାମଲାର ଅନ୍ତିମ ରାୟ ଆସିଲା ପରେ, ଜିଆଙ୍କ ମାଆ ରାବିଆ (Jiah Khan Mother Rabia)ପ୍ରତିକ୍ରିୟା ରଖିଛନ୍ତି । ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କୋର୍ଟଙ୍କ ଏହି ରାୟରେ ସେ ଅତ୍ୟନ୍ତ ଦୁଃଖିତ । ଏନେଇ ସେ ଉପର କୋର୍ଟକୁ ଯିବେ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଯଦି ସୂରଜ ପାଞ୍ଚୋଲି (Sooraj Pancholi) କିଛି କରିନି ତେବେ ମୋ ଝିଅର ମୃତ୍ୟୁ କିଭଳି ହେଲା ବୋଲି ପ୍ରଶ୍ନ କରିଛନ୍ତି । ତେବେ, ଝିଅ ଆତ୍ମହତ୍ୟା କରିନି, ତାକୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ରାବିଆ।

 

Also Read: Puri News: ଲଜ୍ଜା, ପିଲାଙ୍କ ପାଇଁ ଆସିଥିବା ପଢା ବହିକୁ ବିକ୍ରି କରୁଥିବା ବେଳେ ଧରାପଡ଼ିଲେ ସ୍କୁଲ ଶିକ୍ଷକ

Also Read: Filmfare Awards: ଆୱାର୍ଡ ଶୋ’ରେ ଚମକିଲା ‘ଗଙ୍ଗୁବାଇ’ ଓ ‘ବଧାଇ ହୋ’, ଦେଖନ୍ତୁ ପୂରା ଲିଷ୍ଟ

କ'ଣ ରହିଥିଲା ପୁରା ଘଟଣାକ୍ରମ:
ଜୁନ୍ ୩,୨୦୧୩ ରେ,ଜିଆ ଖାନଙ୍କ ମୃତଦେହ ତାଙ୍କ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିଲା। ଜିଆ ଯେଉଁ କୋଠରୀରେ ଆତ୍ମହତ୍ୟା କରିଥିଲେ (Jiah Khan suicide case)। ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡାଲ ନୋଟ (Suicide note) ଜବତ କରିଥିଲା ପୋଲିସ୍ ।  ଏହି ସୁଇସାଇଡାଲ ନୋଟ୍ ଆଧାରରେ (Suicide note) ପୋଲିସ୍ ଜିଆଙ୍କ ପ୍ରେମିକ ତଥା ଅଭିନେତା  ସୂରଜ ପାଞ୍ଚୋଲିଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଆତ୍ମହତ୍ୟା ମାମଲା ରୁଜୁ କରାଯାଇଥିଲା। ଯଦିଓ ପରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା। ବର୍ତ୍ତମାନ ଦିର୍ଘ ୧୦ ବର୍ଷ ପରେ ଚୂଡ଼ାନ୍ତ ରାୟ ମଧ୍ୟ ଆସିଛି ଏବଂ ଏହି ମାମଲାରେ ସୂରଜ ପାଞ୍ଚୋଲିଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।

ମୁମ୍ବାଇର ସ୍ୱତନ୍ତ୍ର ସିବିଆଇ କୋର୍ଟର (cbi court)ଜଜ୍ ଏସ୍ ସୟଦ କହିଛନ୍ତି ଯେ, ପ୍ରମାଣ ଅଭାବ ହେତୁ ଏହି କୋର୍ଟ ସୂରଜ ପାଞ୍ଚୋଲିଙ୍କୁ ନିର୍ଦ୍ଦୋଶରେ ଖଲାସ କରାଯାଇଛି । ତେବେ, ଶେଷଥର ପାଇଁ କୋର୍ଟରେ ହାଜର ହୋଇଥିବା ବେଳେ  ସୂରଜ ପାଞ୍ଚୋଲି (Sooraj Pancholi)କହିଥିଲେ  ଯେ, ସେ ନିର୍ଦ୍ଦୋଶ । ଯଦି ଏହି ମାମଲାରେ ସୂରଜ ଦୋଶୀ ସାବ୍ୟସ୍ତ ହୋଇଥାଆନ୍ତେ । ତେବେ, ତାଙ୍କୁ ୧୦ ବର୍ଷ ଜେଲ ଦଣ୍ତାଦେଶ ହୋଇଥାନ୍ତା ।

 

Read More
{}{}