Hindi News >>Home >>Odisha Entertainment

Jawan: ବକ୍ସ ଅଫିସରେ ‘ଜବାନ’ର କ୍ରେଜ୍, ଦ୍ବିତୀୟ ଦିନରେ ଆୟ କଲା ଏତେ କୋଟି

Jawan Box Office Collection Day 2: ବକ୍ସ ଅଫିସରେ ଧମାଲ ମଚାଉଛି ଶାହାରୁଖ୍ ଖାନଙ୍କ (Shah Rukh Khan) ଫିଲ୍ମ ‘ଜବାନ’(Jawan)। ଏହି ଫିଲ୍ମ ଦେଖିବା ପାଇଁ ହଲ୍ ଗୁଡିକରେ ଦର୍ଶକଙ୍କର ନାହିଁ ନ ଥିବା ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି । ଏହି ଫିଲ୍ମ ପ୍ରଥମ ଦିନରେ ଜବଦରସ୍ତ କଲେକସନ୍ କରିଥିବା ବେଳେ ଦ୍ବିତୀୟ ଦିନରେ ବି ଧୂଆଁଧାର ରୋଜଗାର କରିଛି । 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Sep 09, 2023, 09:38 AM IST

Jawan Box Office Collection Day 2: ବକ୍ସ ଅଫିସରେ ଧମାଲ ମଚାଉଛି ଶାହାରୁଖ୍ ଖାନଙ୍କ (Shah Rukh Khan) ଫିଲ୍ମ ‘ଜବାନ’(Jawan)। ଏହି ଫିଲ୍ମ ଦେଖିବା ପାଇଁ ହଲ୍ ଗୁଡିକରେ ଦର୍ଶକଙ୍କର ନାହିଁ ନ ଥିବା ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି । ଏହି ଫିଲ୍ମ ପ୍ରଥମ ଦିନରେ ଜବଦରସ୍ତ କଲେକସନ୍ କରିଥିବା ବେଳେ ଦ୍ବିତୀୟ ଦିନରେ ବି ଧୂଆଁଧାର ରୋଜଗାର କରିଛି । ‘ଜବାନ’(Jawan) ପ୍ରଥମ ଦିନରେ ବିଶ୍ବରେ (jawan worldwide collection day 1) ୧୨୯. ୬ କୋଟି (Rs 129.6 crore) ରୋଜଗାର କରିଛି ବୋଲି ଜଣାପଡିଛି । ସେହିପରି ଭାରତରେ ଏହି ଫିଲ୍ମ ପ୍ରଥମ ଦିନରେ ପାଖାପାଖି ୭୫ କୋଟି ସଂଗ୍ରହ କରିଛି ।  ଯେଉଁଥିରେ ହିନ୍ଦୀ ଭାଷାରେ ୬୫ କୋଟି, ତାମିଲ ଭାଷାରେ ୫ କୋଟି ଏବଂ ତେଲୁଗୁ ଭାଷାରେ ୫ କୋଟି ନେଟ୍‌ ରୋଜଗାର କରିଛି। ତେବେ, କିଙ୍ଗ୍ ଖାନଙ୍କ ଏହି ଫିଲ୍ମ ‘ପଠାନ’ର ରେକର୍ଡ ଭାଙ୍ଗିବ ବୋଲି ସିନେ ସମୀକ୍ଷକ ଆକଳନ କରିଛନ୍ତି।  

 

 
 
 
 

 
 
 
 
 
 
 
 
 
 
 

A post shared by Shah Rukh Khan (@iamsrk)

ଦ୍ୱିତୀୟ ଦିନରେ ଏହି ଫିଲ୍ମ ଏତେ କୋଟି ଆୟ କରିଛି :
ଶାହାରୁଖ୍ ଖାନଙ୍କ ଫିଲ୍ମ ‘ଜବାନ’(Jawan)ର ଦ୍ବିତୀୟ ଦିନର କଲେକସନ୍ ବର୍ତ୍ତମାନ ସାମ୍ନାକୁ ଆସିଛି । ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଫିଲ୍ମଟି ପ୍ରଥମ ଦିନ ଅପେକ୍ଷା ଦ୍ବିତୀୟ ଦିନରେ ବହୁତ କମ୍ ରୋଜଗାର କରିଛି । ଫିଲ୍ମଟି ଦ୍ବିତୀୟ ଦିନରେ, (Sacnilk Report) ଅନୁସାରେ ଫିଲ୍ମଟି ମୋଟ୍ ୫୩ କୋଟି ରୋଜଗାର୍ କରିଛି । ତେବେ, ଫିଲ୍ମଟି ମୋଟ୍ ଏପର୍ଯ୍ୟନ୍ତ ବିଶ୍ବ ବ୍ୟାପି (Rs 129 crore worldwide) ୧୨୯ କୋଟି ସଂଗ୍ରହ କରିଛି। ତେବେ, ଆଜି (ଶନିବାର) ଓ (ରବିବାର) ଦୁଇ ଦିନ ଛୁଟି ଦିନ ଥିବାରୁ ଫିଲ୍ମଟି ଅଧିକ ଆୟ କରିବ ବୋଲି ଆଶା ରଖିଛନ୍ତି ନିର୍ମାତା । 

ସାଉଥର ସିନେମାର ଜଣାଶୁଣା  ନିର୍ଦ୍ଦେଶକ ଆଟଲିଙ୍କ (Atlee) ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି। ତେବେ ଏହି ଫିଲ୍ମରେ ଶାହରୁଖ ଖାନ (Shah Rukh Khan)ସହ ସାଉଥ ଅଭିନେତ୍ରୀ ନୟନତାରା (Nayanthara )ଙ୍କ ସହ ବିଜୟ ସେଥୁପଥୀ (vijay sethupathi)  ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏଥିରେ ଦୀପିକା ପାଦୁକୋନ (Deepika Padukone) ଓ ସଞ୍ଜୟ ଦତ୍ତଙ୍କୁ ଏଥିରେ ଏକ ସ୍ୱତନ୍ତ୍ର କେମୋ ଭୂମିକାରେ ଦେଖିବାକୁ ମିଳିଛି। ଶାହରୁଖ ଖାନଙ୍କ ଏହି ଫିଲ୍ମ ହିନ୍ଦୀ ନେଟ୍ ଅଫ୍ ଅଲ୍ ଟାଇମ୍‌ରେ ସର୍ବାଧିକ କୋଟିର ଓପେନିଂ କରି ଏକ ନୂଆ ଇତିହାସ ସୃଷ୍ଟି କରିଛି।

Read More
{}{}