Hindi News >>Home >>Odisha Entertainment

IT raid in South Industry: ପୁଷ୍ପା ନିର୍ଦ୍ଦେଶକଙ୍କ ଘରେ ଆଇଟି ରେଡ୍

IT raid in South Industry: ଲୋକେ ବଲିଉଡ୍ ମୁଭି ଅପେକ୍ଷା ସାଉଥ ଫିଲ୍ମକୁ ଅଧିକ ପସନ୍ଦ କରୁଛନ୍ତି । କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଏହି ଫିଲ୍ମ କୋଟି କୋଟି ଟଙ୍କା ରୋଜଗାର କରୁଛି । ତେବେ, ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । କେରଳ ଏବଂ ତାମିଲନାଡୁର ବଡ ବଡ ଫିଲ୍ମ ନିର୍ମାତାଙ୍କ ଘରେ ଆୟକର ବିଭାଗର ଅଧିକାରୀମାନେ ରେଡ କରିଛନ୍ତି ।

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Dec 16, 2022, 11:52 AM IST

IT raid in South Industry: ଲୋକେ ବଲିଉଡ୍ ମୁଭି ଅପେକ୍ଷା ସାଉଥ ଫିଲ୍ମକୁ ଅଧିକ ପସନ୍ଦ କରୁଛନ୍ତି । କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଏହି ଫିଲ୍ମ କୋଟି କୋଟି ଟଙ୍କା ରୋଜଗାର କରୁଛି । ତେବେ, ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । କେରଳ ଏବଂ ତାମିଲନାଡୁର ବଡ ବଡ ଫିଲ୍ମ ନିର୍ମାତାଙ୍କ ଘରେ ଆୟକର ବିଭାଗର ଅଧିକାରୀମାନେ ରେଡ କରିଛନ୍ତି । ମାଲାୟାଲମ୍ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକଙ୍କ ଘରେ  ଏବଂ କାର୍ଯ୍ୟାଳୟରେ ରେଡ କରିଛନ୍ତି । ତେବେ,ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏର୍ନାକୁଲମ୍ ଜିଲ୍ଲାର ଅଧିକାରୀମାନେ ଏହି ରେଡରେ ସାମିଲ ହୋଇଛନ୍ତି । ସ୍ଥାନୀୟ ପୋଲିସର ବିନା ସହାୟତାରେ ଏହି ରେଡ୍ କରୁଛନ୍ତି ବିଭାଗୀୟ ଅଧିକାରୀ। 

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ତାଲିକାରେ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ପୃଥ୍ବୀରାଜ୍ ( Actor and filmmaker Prithvira),ଜଣାଶୁଣା ନିର୍ମାତା ଆଣ୍ଟୋନି ପେରୁମ୍ବାଭର୍(Antony Perumbavar) , ଆଣ୍ଟୋ ଜୋସେଫ(filmmaker Anto Joseph)  ଏବଂ ଲିଷ୍ଟିନ ଷ୍ଟିଫେନ(Listin Stephen)ଙ୍କ ନାଁ ରହିଛି। ସେମାନଙ୍କ ଘରେ ଆୟଘର ବିଭାଗର ଅଧିକାରମାନେ ପହଞ୍ଚି ଚଢାଉ କରିଥିଲେ। ସକାଳରୁ ଆରମ୍ଭ ହୋଇଥିବା ଏହି ରେଡ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲେ। ତେବେ, ଟିକିସ ଫାଙ୍କିବା ଅଭିଯୋଗରେ ଏହି ଚଢାଉ କରାଯାଇଥିବା ଜଣାପଡିଛି। 

ହାଇଦ୍ରାବାଦରେ ଆୟକର ବିଭାଗର ରେଡ୍ :

ଖବର ଅନୁଯାୟୀ ହାଇଦ୍ରବାଦରେ ଥିବା ପୁଷ୍ପା ନିର୍ମାତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ମଧ୍ୟ ଆୟକର ଅଧିକାରୀମାନେ ଛାପା ମାରିଥିଲେ। ଚଳଚ୍ଚିତ୍ର ନିର୍ମାତା ତାଙ୍କ କମ୍ପାନୀର ଆୟରୁ ଟିକସ ଦେଇଛନ୍ତି କି ନାହିଁ ତାହା ଜାଣିବାକୁ ଚେଷ୍ଟା କରିଥିଲେ ଅଧିକାରୀ । ଖବର ଅନୁଯାୟୀ, ତିନିଜଣ ଜଣାଶୁଣା ସାଉଥ ଫିଲ୍ମ ମେକରଙ୍କ ଘରେ ରେଡ୍ କରାଯାଇଥିଲା। ୟେଲାମାନଚିଲି ରବି ଶଙ୍କର (veteran producers Yelamanchili Ravi Shankar) ଏବଂ ନବୀନ ଆର୍ନେନି(Naveen Arneni)ଙ୍କ ଘର ସମେତ ମୋଟ ୧୫ ଟି ସ୍ଥାନରେ ଚଢାଉ କରାଯାଇଥିଲା। 

ପୃଥ୍ବୀରାଜ ସୁକୁମାରନଙ୍କ ପାଇଁ  ବଢିଲା ଅଡୁଆ : 
ସମସ୍ତ ବଡ ନିର୍ମାତା ବ୍ୟତୀତ ଅଭିନେତା ପୃଥ୍ବୀରାଜଙ୍କୁ ଘରେ ମଧ୍ୟ ଚଢାଉ କରାଯାଇଥିଲା।  ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ପୃଥ୍ବୀରାଜ୍ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ସହ ଫିଲ୍ମ 'ଆୟା' ରେ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ପୁଣି ଥରେ' ବାଡେ ମିଆଁ ଚୋଟେ ମିଆଁ'ରେ ବଲିଉଡରେ ଦେଖିବାକୁ ମିଳିବେ। ଚଳଚ୍ଚିତ୍ର ନିର୍ମାତାମାନେ ଏ-ପର୍ଯ୍ୟନ୍ତ ପୃଥ୍ବୀରାଜଙ୍କ ଚରିତ୍ର ବିଷୟରେ କୌଣସି ତାଜା ଅପଡେଟ୍ ଦେଇନାହାଁନ୍ତି।

 ଏହାବି ପଢନ୍ତୁ : Pathaan Controversy: 'ସଭ୍ୟ ସମାଜରେ ଏ ଗୀତ ଗ୍ରହଣୀୟ ନୁହେଁ '

 ଏହାବି ପଢନ୍ତୁ : Year Ender 2022: ଏସବୁ ସେଲିବ୍ରେଟିଙ୍କ ଭାଙ୍ଗିଛି ହୃଦୟ, କିଏ କାହା ଠାରୁ ନେଇଛି ଛାଡପତ୍ର ତ ଆଉ କିଏ କରିଛି ବ୍ରେକଅଫ, ଜାଣନ୍ତୁ ତାଲିକାରେ ଅଛନ୍ତି କେଉଁମାନେ ?

 ଏହାବି ପଢନ୍ତୁ : Veena Kapoor Death Fake News: 'ମୁଁ ମରିନି ମୁଁ ବଞ୍ଚିଛ',ମୁହଁ ଖୋଲିଲେ ଅଭିନେତ୍ରୀ

 

Read More
{}{}