Hindi News >>Home >>Odisha Entertainment

Hrithik Roshan: ହ୍ରିତିକଙ୍କ ବଡ଼ିଗାର୍ଡ଼ କଲେ Swiggy Boyଙ୍କ ସହ ଏପରି ବ୍ୟବହାର, ଦେଖନ୍ତୁ ଭିଡିଓ

Hrithik Roshan News In Odia: ବଲିଉଡର 'ଗ୍ରୀକ୍ ଗଡ଼' (Hrithik Roshan The Greek God )ହ୍ରିତିକ୍ ରୋଶନ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି । ଅଭିନେତାଙ୍କ ଫ୍ୟାନ୍ସ ଫଲୋର୍ସ ମଧ୍ୟ ଢେର ଅଧିକ । ନିକଟରେ ସେ ନିଜ ପ୍ରେମିକା ସବା ଆଜାଦଙ୍କ ପାଇଁ ଚର୍ଚ୍ଚାରେ ଥିଲେ ।

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Apr 16, 2023, 07:22 PM IST

Hrithik Roshan News In Odia: ବଲିଉଡର 'ଗ୍ରୀକ୍ ଗଡ଼' (Hrithik Roshan The Greek God )ହ୍ରିତିକ୍ ରୋଶନ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି । ଅଭିନେତାଙ୍କ ଫ୍ୟାନ୍ସ ଫଲୋର୍ସ ମଧ୍ୟ ଢେର ଅଧିକ । ନିକଟରେ ସେ ନିଜ ପ୍ରେମିକା ସବା ଆଜାଦଙ୍କ ପାଇଁ ଚର୍ଚ୍ଚାରେ ଥିଲେ । ତେବେ ଏହି ସମୟରେ ହ୍ରିତିକ ରୋଶନଙ୍କ ସହ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ତାଙ୍କ ଫ୍ୟାନ୍ସମାନେ ମଧ୍ୟ ରାଗି ଯାଇଛନ୍ତି । ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଅଭିନେତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରୁଥିବା ନଜର ଆସିଛନ୍ତି(Hrithik Roshan Video)।

ପୁରା ଘଟଣା କ୍ରମ କ’ଣ ଜାଣନ୍ତୁ ?
ନିକଟରେ, ହ୍ରିତିକ ରୋଶନଙ୍କୁ ଏକ ରେଷ୍ଟୁରାଣ୍ଟ ବାହାରେ ଦେଖିବାକୁ ମିଳିଥିଲା ​। ଅଭିନେତା ତାଙ୍କ ପୂର୍ବତନ ପତ୍ନୀ ସୁସାନେ ଖାନ ଏବଂ ତାଙ୍କ ପ୍ରେମିକା ଆର୍ସଲାନ ଗୋନିଙ୍କ (Arslan Goni)ସହ ଏଠାରେ ପହଞ୍ଚିଥିଲେ। ଏଠାରେ, ହ୍ରିତିକ ଖାଦ୍ୟ ଖାଇବା ପରେ ନିଜ କାର ପାଖକୁ ଫେରିବା ମାତ୍ରେ ଜଣେ ପ୍ରଶଂସକ ସେଲଫି ନେବାକୁ ତାଙ୍କ ନିକଟକୁ ଯାଉଥିବାର ନଜର ଆସିଥିଲେ। ଏହା ପରେ ଅଭିନେତାଙ୍କ ଅଙ୍ଗରକ୍ଷୀ ତାଙ୍କୁ ଠେଲି (actor bodyguard )ଦେଇଥିଲେ । ଏହାସହ ତାଙ୍କୁ ଦୁର୍ବବ୍ୟହାର କରିଥିବା ଦେଖିବାକୁ ମିଳିଛି । ତେବେ, ଏହା ଦେଖି ହ୍ରିତିକ ରୋଶନ ଚୁପଚାପ ଠିଆ ହୋଇଥିବା ବେଳେ ତାଙ୍କ ଅଙ୍ଗରକ୍ଷୀଙ୍କୁ କିଛି କହିନ ଥିଲେ ।  ତେବେ,ଦୁଃବ୍ୟବାରର ଶୀକାର ହୋଇଥିବା ଯୁବକ ଜଣକ ଜଣେ ସ୍ବଗି ଡେଲିଭରୀ ବଏ (Swiggy Boy) ବୋଲି ଜାଣିବାକୁ ମିଳିଛି । ତେବେ, ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ, ଏହି ଭିଡିଓରେ ଅନେକ ୟୁଜର୍ସ ହ୍ରିତିକଙ୍କ ବିରୋଧରେ କଡା ମନ୍ତବ୍ୟ ଦେଇଛନ୍ତି (Hrithik Roshan Trolled)। 

 

Also Read : Gaj Kesari Rajyog 2023: ଆଉ କିଛି ଘଣ୍ଟାର ଅପେକ୍ଷା, ଗଜକେସରୀ ଯୋଗ କାରଣରୁ ଧନୀ ହେବେ ଏହି ୪ ରାଶି

Also Read : Blood Cancer: ବ୍ଲଡ୍ କ୍ୟାନସର ହେବା ପୂର୍ବରୁ ଶରୀରରେ ଦେଖାଯାଏ ଏହି ସବୁ ଲକ୍ଷଣ, ଜାଣିଶୁଣି କରନ୍ତୁନି ହେଳା ନଚେତ୍...

ନିକଟରେ, ହ୍ରିତିକ ଓ ପ୍ରେମିକା ସବାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଥିଲା । ଚଳିତ ବର୍ଷ ଶେଷରେ ତାଙ୍କ ପ୍ରେମିକା ସବା ଆଜାଦଙ୍କୁ ବିବାହ କରିପାରନ୍ତି। ଛାଡପତ୍ର ପରେ ହ୍ରିତିକ ଏବଂ ସୁଜୈନ କୋ-ପ୍ୟାରେଟିଙ୍ଗ ଭାବେ ସେମାନଙ୍କର ଦୁଇ ସନ୍ତାନଙ୍କୁ ପାଳୁଛନ୍ତି। ଏହା ସହିତ ଉଭୟ ନିଜ ବ୍ୟକ୍ତିଗତ ଜୀବନକୁ ଖୋଲାଖୋଲି ଉପଭୋଗ ମଧ୍ୟ କରୁଛନ୍ତି। ହ୍ରିତିକ ଜୀବନସାଥୀ ଭାବେ ସବାଙ୍କୁ ପାଇଥିବା ବେଳେ ସୁସୈନ ମଧ୍ୟ ଅର୍ସଲାନ୍‌ ଗୋନିଙ୍କୁ ନେଇ ବହୁତ ଖୁସି ଅଛନ୍ତି। ବଲିଉଡ୍‌ ପାର୍ଟୀରେ ଉଭୟଙ୍କୁ ପ୍ରାୟ ଏକାଠି ଦେଖିବାକୁ ମିଳେ। ପୂର୍ବରୁ ହ୍ରିତିକ ଏବଂ ସବା ଏକାଠି ସାମ୍ନାକୁ ଆସିବା ନେଇ ଲାଜ କରୁଥିଲେ, କିନ୍ତୁ ବର୍ତ୍ତମାନ ଉଭୟଙ୍କୁ ଖୋଲାଖୋଲି ଭାବେ ଦେଖାଯାଉଛି। ଅନେକ ବଲିଉଡ ପାର୍ଟୀରେ ହ୍ରିତିକ ସବାଙ୍କ ହାତ ଧରି ବୁଲୁଥିବାର ନଜର ଆସନ୍ତି। ଅନ୍ୟପକ୍ଷରେ, ହ୍ରିତିକଙ୍କ ଦୁଇ ପୁଅ ମଧ୍ୟ ସବାଙ୍କ ସହିତ ଖୁବ ଆରାମ ଅନୁଭବ କରୁଛନ୍ତି ଏବଂ ପରିବାର ମଧ୍ୟରେ ସବାଙ୍କର ଭଲ ବଣ୍ଡିଂ ମଧ୍ୟ ରହିଛି। ଏସବୁକୁ ନେଇ ଅନୁମାନ କରାଯାଉଛି ଯେ ସବା ଖୁବ୍ ଶୀଘ୍ର ରୋଶନ ପରିବାରର ଏକ ଅଂଶ ହୋଇପାରନ୍ତି।

Read More
{}{}