Hindi News >>Home >>Odisha Entertainment

Hina Khan: ଥାର୍ଡ ଷ୍ଟେଜ୍ କର୍କଟ ରୋଗରେ ପୀଡ଼ିତ ହିନା ଖାନ୍, ସୋସିଆଲ ମିଡିଆରେ ପୋଷ୍ଟ କରି କରିଲେ...

Hina Khan: ଏପରି ଅନେକ ଗୁଜବ ଥିଲା ଯାହା ଉପରେ ମୁଁ କହିବାକୁ ଚାହେଁ। ମୁଁ ସମସ୍ତ ହିନାହୋଲିକ୍ସ ଏବଂ ମୋତେ ଭଲ ପାଉଥିବା ଏବଂ ଯତ୍ନ ନେଉଥିବା ସମସ୍ତ ଲୋକଙ୍କ ସହିତ କିଛି ଗୁରୁତ୍ୱପୂର୍ଣ୍ଣ ଖବର ମୁଁ ସେୟାର କରିବାକୁ ଚାହେଁ। ମୋତେ ତୃତୀୟ ଷ୍ଟେଜ୍ ସ୍ତନ କର୍କଟ ରୋଗ ହୋଇଛି।

Advertisement
Hina Khan: ଥାର୍ଡ ଷ୍ଟେଜ୍ କର୍କଟ ରୋଗରେ ପୀଡ଼ିତ ହିନା ଖାନ୍, ସୋସିଆଲ ମିଡିଆରେ ପୋଷ୍ଟ କରି କରିଲେ...
Stop
Priyambada Rana|Updated: Jun 28, 2024, 01:14 PM IST

Hina Khan: ଅଭିନେତ୍ରୀ ହିନା ଖାନ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ଅତ୍ୟନ୍ତ ଦୁଖିଃତ। ହିନା ଖାନଙ୍କୁ କର୍କଟ ରୋଗ ହୋଇଥିବା ନେଇ ସେ ନିଜେ ଏହାର ସୂଚନା ଦେଇଛନ୍ତି। ହିନା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ସମସ୍ତଙ୍କୁ ନମସ୍କାର! ଏପରି ଅନେକ ଗୁଜବ ଥିଲା ଯାହା ଉପରେ ମୁଁ କହିବାକୁ ଚାହେଁ। ମୁଁ ସମସ୍ତ ହିନାହୋଲିକ୍ସ ଏବଂ ମୋତେ ଭଲ ପାଉଥିବା ଏବଂ ଯତ୍ନ ନେଉଥିବା ସମସ୍ତ ଲୋକଙ୍କ ସହିତ କିଛି ଗୁରୁତ୍ୱପୂର୍ଣ୍ଣ ଖବର ମୁଁ ସେୟାର କରିବାକୁ ଚାହେଁ। ମୋତେ ତୃତୀୟ ଷ୍ଟେଜ୍ ସ୍ତନ କର୍କଟ ରୋଗ ହୋଇଛି।

ହିନା ଆହୁରି ମଧ୍ୟ ଲେଖିଛନ୍ତି- ସେ ଏହି ଗୁରୁତର ରୋଗ ପାଇଁ ଚିକିତ୍ସିତ ହେଉଛନ୍ତି ଏବଂ ସେ ବର୍ତ୍ତମାନ ଭଲ ଅଛନ୍ତି। ସେ ଲେଖିଛନ୍ତି- ମୁଁ ଏହି ରୋଗକୁ ଦୂର କରିବା ପାଇଁ ସାହସିକତା ସହ ଲଢୁଛି। ମୋର ଚିକିତ୍ସା ଆରମ୍ଭ ହୋଇସାରିଛି, ଏବଂ ଏଥିରୁ ଆହୁରି ଶକ୍ତିଶାଳୀ ହେବା ପାଇଁ ମୁଁ ସବୁକିଛି କରିବାକୁ ପ୍ରସ୍ତୁତ। ଏହି ପ୍ରସଙ୍ଗରେ ଗୋପନୀୟତା ବଜାୟ ରଖିବାକୁ ହିନା ତାଙ୍କ ପ୍ରଶଂସକମାନଙ୍କୁ ନିବେଦନ କରିଛନ୍ତି। ଏହା ସହିତ ସେ କର୍କଟ ରୋଗର ଏହି ଲଢ଼େଇରେ ପ୍ରଶଂସକଙ୍କଠାରୁ ସମର୍ଥନ ଲୋଡ଼ିଛନ୍ତି ଏବଂ ସେମାନଙ୍କୁ ଶୀଘ୍ର ସୁସ୍ଥ ହେବାକୁ ପ୍ରାର୍ଥନା କରିବାକୁ କହିଛନ୍ତି।

ପ୍ରଶଂସକମାନେ ତାଙ୍କ ପାଇଁ ପ୍ରାର୍ଥନା ମାଗି ହିନାଙ୍କ ପୋଷ୍ଟ ଉପରେ କ୍ରମାଗତ କମେଣ୍ଟ ଦେଉଛନ୍ତି। ତାଙ୍କ ଆରୋଗ୍ୟ ପାଇଁ ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି। ଏହା ସହିତ ତାଙ୍କ କୋ-ଷ୍ଟାରମାନେ ମଧ୍ୟ କ୍ରମାଗତ ଭାବରେ ହିନାଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଉଛନ୍ତି, ତାଙ୍କୁ ସାହସ ଯୋଗାଉଛନ୍ତି। ହିନାଙ୍କ ପୋଷ୍ଟରେ ଅଙ୍କିତା ଲୋଖଣ୍ଡେ ଲେଖିଛନ୍ତି - ହିନା, ତୁମେ ଏହାଠାରୁ ଅଧିକ ଶକ୍ତିଶାଳୀ, ଏହା କେବଳ ଯୁଦ୍ଧ ... ଏହା ମଧ୍ୟ ଚାଲିଯିବ।

{}{}