Hindi News >>Home >>Odisha Entertainment

Parineeti Chopra and Raghav Chadha wedding: ଖୁବଶ୍ରୀଘ ବିବାହ କରିବେ ଅଭିନେତ୍ରୀ ଓ ସାଂସଦ! ଅଭିନନ୍ଦନ ଜଣାଇଲେ ଏହି ସିଙ୍ଗର

Parineeti Chopra and Raghav Chadha wedding: କିଛି ଦିନ ତଳେ ମାୟାନଗରୀ ମୁମ୍ବାଇରେ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍ ଆଦମୀ ପାର୍ଟିର ଚର୍ଚ୍ଚିତ ନେତା ତଥା ପଞ୍ଜାବରୁ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ଏକାଠି ସ୍ପଟ୍‌ କରାଯାଇଥିଲା। ତେବେ ନିଜ ସଂପର୍କକୁ ନେଇ ଉଭୟ ମୁହଁ ଖୋଲିନଥିବା ବେଳେ ନିକଟରେ ସିଙ୍ଗର ହାର୍ଦ୍ଦିକ ସାନ୍ଧୁ ପରିଣୀତି ଓ ରାଘବ ଚଢ଼ା ବହୁ ଜଲଦି ବିବାହ କରୁଥିବା ନେଇ ସୂଚନା ଦେଇଛନ୍ତି ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Mar 31, 2023, 09:52 AM IST

Parineeti Chopra and Raghav Chadha wedding: କିଛି ଦିନ ହେବ ଆପ ନେତା ରାଘବ ଚଢ଼ା(AAP MP Raghav Chadha) ଓ ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ(Parineeti Chopra) ନେଇ ଚର୍ଚ୍ଚା ଧମିବାର ନାଁ ନେଉନି ।  କିଛି ଦିନ ତଳେ ମାୟାନଗରୀ ମୁମ୍ବାଇରେ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍ ଆଦମୀ ପାର୍ଟିର ଚର୍ଚ୍ଚିତ ନେତା ତଥା ପଞ୍ଜାବରୁ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ଏକାଠି ସ୍ପଟ୍‌ କରାଯାଇଥିଲା। ଉଭୟ ଏକ ରେଷ୍ଟୁରାଣ୍ଟ ବାହାରେ ନଜର ଆସିଥିଲେ ଏହାପରେ ଅଭିନେତ୍ରୀ ଓ ଆପ ନେତାଙ୍କ ପ୍ରେମ ସଂପର୍କ ଓ ବିବାହ ନେଇ ଚର୍ଚ୍ଚା ଜୋର ଧରିଛି ।  ତେବେ ଏନେଇ ଉଭୟ ମୁହଁ ଖୋଲିନଥିବା ବେଳେ ନିକଟରେ ସିଙ୍ଗର ହାର୍ଦ୍ଦିକ ସାନ୍ଧୁ(Harrdy Sandhu)  ଉଭୟ ବହୁ ଜଲଦି ବିବାହ କରୁଥିବା ନେଇ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଏକ ଗଣମାଧ୍ୟମକୁ ହାର୍ଦ୍ଦିକ ସାନ୍ଧୁ (Harrdy Sandhu) କହିଛନ୍ତି ଯେ ପରିଣୀତିଙ୍କୁ ତାଙ୍କ ଜୀବନରେ ସେଟେଲ ଦେଖି ସେ ଖୁସି ଅଛନ୍ତି । ସେ ଆଉ ମଧ୍ଯ କହିଛନ୍ତି, "ମୁଁ ଅତ୍ୟନ୍ତ ଖୁସି ଯେ ଶେଷରେ ଏହା ଘଟିବାକୁ ଯାଉଛି । ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି।" ସେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ ୨୦୨୨ ସ୍ପାଇ-ଥ୍ରୀଲର 'କୋଡ୍ ନେମ ତ୍ରିରଙ୍ଗା'(Code Name: Tiranga) ପାଇଁ ସୁଟିଂ କରୁଥିଲେ, ସେତେବେଳେ ତାଙ୍କ ବିବାହ ନେଇ ଆଲୋଚନା ହୋଇଥିଲା। ସେ ସମୟରେ ପରିଣୀତି କହିଥିଲେ ଯେ 'ଯେତେବେଳେ ମୁଁ ଅନୁଭବ କରିବି ଯେ ମୁଁ ଠିକ୍ ଜୀବନସାଥି ପାଇଛି, ସେତେବେଳେ ମୁଁ ବିବାହ କରିବି।' ସେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ, ସେ ପରିଣୀତିଙ୍କ ସହ କଥା ହୋଇଛନ୍ତି ଓ  ତାଙ୍କୁ ଫୋନରେ ଅଭିନନ୍ଦନ ଜଣାଇଛନ୍ତି।

AAP ନେତା ଟ୍ୱିଟ୍ କରି ପାରିନୀତି-ରାଘବଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି

 

ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୀବ ଆରୋରା ମଙ୍ଗଳବାର ନିଜ ଟ୍ୱିଟର ଆକାଉଣ୍ଟରେ ରାଘବ ଓ ପରିଣୀତିଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, "ମୁଁ ରାଘବ ଚଢା(Raghav Chadha) ଓ ପରିଣୀତି ଚୋପ୍ରାଙ୍କୁ(Parineeti Chopra) ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ସେମାନଙ୍କ ଭଲ ପାଇବାକୁ ପ୍ରେମ, ସମର୍ଥନ ଓ ଆଶୀର୍ବାଦ ମିଳୁ। ମୋର ଶୁଭେଚ୍ଛା !!!"

ଅନ୍ୟପକ୍ଷରେ, ବିବାହ ଗୁଜବ ମଧ୍ୟରେ ପରିଣୀତି ଓ ରାଘବଙ୍କୁ ବୁଧବାର ରାତିରେ ଦିଲ୍ଲୀ ବିମାନବନ୍ଦରରେ ଏକାଠି ଦେଖିବାକୁ ମିଳିଥିଲା। ଏହି ସମୟରେ ପରିଣୀତି ସାମ୍ବାଦିକମାନଙ୍କୁ ଏଡ଼ାଇ ଶୀଘ୍ର କାରରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା ​​। ସେ କଳା ରଙ୍ଗର ପୋଷାକ ପିନ୍ଧିଥିଲେ। ପରେ ରାଘବ ମଧ୍ଯ ସେହି କାରରେ ବସି ପରିଣୀତିଙ୍କ ସହ ଯାଇଥିଲେ ।

କହି ରଖୁଛୁ ଯେ ଚଳିତ ବର୍ଷ ଜାନୁୟାରୀରେ ପରିଣୀତି ଚୋପ୍ରା (Parineeti Chopra)ଓ ରାଘବ ଚଢ଼ାଙ୍କୁ(Raghav Chadha) ‘ଇଣ୍ଡିଆ ୟୁକେ ଆଉଟ୍‌ଷ୍ଟାଡିଙ୍ଗ୍‌ ଆଚିଭର୍ ଅନର୍ସ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ନ୍ୟାସନାଲ ଇଣ୍ଡିଆନ୍ ଷ୍ଟୁଡେଣ୍ଟସ୍ ଆଣ୍ଡ ଆଲୁମନି ୟୁନିଅନ୍ (NISAU) ଭାରତର ବ୍ରିଟିଶ୍ କାଉନସିଲ୍ ଏବଂ ବ୍ରିଟେନର ଅନ୍ତର୍ଜାତୀୟ ବାଣିଜ୍ୟ ବିଭାଗ ସହ ମିଶି ଏହି ସମ୍ମାନ ଉତ୍ସବ ଆୟୋଜନ କରିଥିଲା। ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଭାରତୀୟ ଛାତ୍ର ମାନଙ୍କୁ ଧ୍ୟାନରେ ରଖି ସମାରୋହ ଆୟୋଜନ କରାଯାଇଥିଲା।

ସୂଚନାଥାଉ କି, ୧୫ ବର୍ଷ ତଳେ ପରିଣୀତି ଚୋପ୍ରା (Parineeti Chopra) ବ୍ରିଟେନର ମ୍ୟାନଚେଷ୍ଟର ସ୍କୁଲର ଛାତ୍ରୀ ଥିଲେ। ସେହିପରି ରାଘବ ଚଢ଼ା (Raghav Chadha)ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ଅଧ୍ୟୟନ କରିଛନ୍ତି। ପରିଣୀତି ଓ ରାଘବ (Raghav Chadha)ଉଭୟ ହିଁ ପାଠପଢ଼ାରେ ଭଲ ଥିଲେ ଏବଂ ଦୁହେଁ ଶ୍ରେଣୀର ଟପ୍ପର ମଧ୍ୟ ଥିଲେ। ଏମିତି ବି ହୋଇପାରେ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ଥାଇପାରେ। ରିଲେସନଶିପ୍‌ ଷ୍ଟାଟସ୍‌ ଦେଖିଲେ, ପରିଣୀତି ସିଙ୍ଗଲ୍‌ ଥିବାବେଳେ ରାଘବ ମଧ୍ୟ ୩୪ ବର୍ଷ ବୟସରେ ଏ ଯାଏ ବାହା ହୋଇ ନାହାନ୍ତି। ତେବେ, ଉଭୟ ନୂଆ କରି ପ୍ରେମରେ ପଡିଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । 

Read More
{}{}