Hindi News >>Home >>Odisha Entertainment

Happy Birthday Prabhas: ୪୪ ବର୍ଷରେ ବାହୁବଳୀ, ୬୦୦୦ ବିବାହ ପ୍ରସ୍ତାବକୁ କାହିଁକି ମନା କରିଥିଲେ ପ୍ରଭାସ

Happy Birthday Prabhas: ସୁପରଷ୍ଟାର ପ୍ରଭାସ (South Super Star Prabhas) । ସାଉଥ ଇଣ୍ତଷ୍ଟ୍ରିର ଜଣାଶୁଣା ନାଁ ।  ଆଜି ତାଙ୍କର ଜନ୍ମଦିନ ।  ୪୪ ବର୍ଷରେ ପାଦ ଥାପିଲେ ଏହି ସୁପରଷ୍ଟାର ।  ଏହି ଅବସରରେ ବହୁ କଳାକାଳ ଓ ଫ୍ୟାନ୍ସ  ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Oct 23, 2022, 10:49 AM IST

Happy Birthday Prabhas: ସୁପରଷ୍ଟାର ପ୍ରଭାସ (South Super Star Prabhas) । ସାଉଥ ଇଣ୍ତଷ୍ଟ୍ରିର ଜଣାଶୁଣା ନାଁ ।  ଆଜି ତାଙ୍କର ଜନ୍ମଦିନ ।  ୪୪ ବର୍ଷରେ ପାଦ ଥାପିଲେ ଏହି ସୁପରଷ୍ଟାର ।  ଏହି ଅବସରରେ ବହୁ କଳାକାଳ ଓ ଫ୍ୟାନ୍ସ  ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଭାସଙ୍କ ପୁରା ନାଁ ଉପ୍ପଲପତି ଭେଙ୍କଟ ସୂର୍ଯ୍ୟ ନାରାୟଣ ପ୍ରଭାସ ରାଜୁ (Uppalapati Venkata Suryanarayana Prabhas Raju) କିନ୍ତୁ ସେ ତାଙ୍କ ଷ୍ଟେଜ୍ ନାଁରେ ଅଧିକ ଜଣାଶୁଣା । ସେ ୧୯୭୯ ମସିହା  ଅକ୍ଟୋବର ୨୩ରେ ତାମିଲନାଡୁର ମାଦ୍ରାସରେ ଜନ୍ମ ଗ୍ରହଣ କରିଥିଲେ।  ତାଙ୍କ ବାପାଙ୍କ ନାଁ ଉପ୍ପଲପତି ସୂର୍ଯ୍ୟ ନାରାୟଣ ରାଜୁ । ଯିଏକି ଜଣେ ଫିଲ୍ମ ପ୍ରଯୋଜକ । ତାଙ୍କ ମାଆଙ୍କ ନାଁ ଶିଭା କୁମାରୀ, ଯିଏକି ଜଣେ ଗୃହିଣୀ । ପ୍ରଭାସଙ୍କର ଜଣେ ଭାଇ ଓ ଭଉଣୀ ମଧ୍ୟ ଅଛନ୍ତି । ପ୍ରଭାସ ତାଙ୍କ କଲେଜ ପାଠପଢା ହାଇଦ୍ରାବାଦର ନାଳନ୍ଦା କଲେଜରେ କରିଥିଲେ। ପରେ ସତ୍ୟାନନ୍ଦ ଫିଲ୍ମ ଇନଷ୍ଟିଚ୍ୟୁଟ୍, ଭିଶାଖାପାଟଣାରୁ ସେ ଅଭିନୟ ଶିକ୍ଷା ଗ୍ରହଣ କରିଥିଲେ। 

୨୦୦୨ ସମିହାରେ ତେଲେଗୁ ଫିଲ୍ମ ଇଶ୍ବର(Eeswar)ରେ ସେ ଡେବ୍ୟୁ କରିଥିଲେ। ପରେ ୨୦୦୪ରେ ଭର୍ସାମ(Varsham) ରେ ତାଙ୍କୁ ଦେଖିବାକୁ ମିଳିଥିଲା । ସାଉଥ ଫିଲ୍ମ ବ୍ୟତିତ୍ ବଲିଉଡକୁ ମଧ୍ୟ ଦେଇଛନ୍ତି ଅନେକ ସୁପରହିଟ ଫିଲ୍ମ। 'ବାହୁବଳୀ'ରୁ ସାହୋ( Saaho)ରେ ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ସେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ତେବେ, ଆସନ୍ତୁ ଜାଣିବା ତାଙ୍କ ଆଗାମୀ ଫିଲ୍ମ ବିଷୟରେ 

ଆଦିପୁରୁଷ 

ଆଦିପୁରୁଷ ହେଉଛି ଏକ ପୌରାଣିକ ଚଳଚ୍ଚିତ୍ର, ଯାହାକି ରାମାୟଣ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ଓମ୍ ରାଉତଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏଥିରେ ପ୍ରଭାସଙ୍କୁ ରାଘଭା, କ୍ରିତି ସାନନ୍ ଜାନକୀ, ସନ୍ନି ସିଂଙ୍କୁ  ଲକ୍ଷ୍ମଣ ଏବଂ ସୈଫ୍ ଅଲ୍ଲି ଖାନ ଲଙ୍କେଶ ଭାବରେ ଅଭିନୟ କରିଛନ୍ତି। ଏହାର ଟିଜର ରିଲିଜ ହେବା ପରେ ଫିଲ୍ମଟି ଅନେକ ଟ୍ରୋଲର ସମ୍ମୁଖୀନ ହୋଇଥିଲା ।

ପ୍ରୋଜେକ୍ଟ କେ

ପ୍ରୋଜେକ୍ଟ କେ ହେଉଛି ନାଗ ଅଶ୍ୱିନଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏକ sci-fi film । ଭାଇଜନ୍ତୀ ଚଳଚ୍ଚିତ୍ର ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ପ୍ରଭାସ, ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ ଏବଂ ଦିଶା ପାଟାନି ଅଭିନୟ କରିଛନ୍ତି।

ସାଲାର 
ସାଲାର ହେଉଛି ଆଗାମୀ ତେଲୁଗୁ ଏବଂ କନ୍ନଡ ଭାଷା ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର । ଯାହାକି ପ୍ରଶାନ୍ତ ନୀଲଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏବଂ ହୋମ୍ବଲେ ଫିଲ୍ମସ୍ ଦ୍ୱାରା ନିର୍ମିତ । ପ୍ରଭାସଙ୍କ ସହ ଏହି ଚଳଚ୍ଚିତ୍ରରେ ପ୍ରୀତିରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁ ମଧ୍ୟ ଅଭିନୟ କରିଛନ୍ତି।

ସ୍ପରିଟ୍

ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ ସ୍ପିରିଟ୍ (Spirit)' ଏକ ରୋମାଣ୍ଟିକ୍ ଆକ୍ସନ୍ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ପ୍ରଭାସ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଟି ସିରିଜ୍ ବ୍ୟାନରରେ ଭୂଷଣ କୁମାରଙ୍କ ଦ୍ୱାରା ନିର୍ମିତ । 

ମାରୁତିଙ୍କ ପରବର୍ତ୍ତୀ ଫିଲ୍ମ

ସେହିପରି ଜଣାଶୁଣା ନିର୍ଦ୍ଦେଶକ ମାରୁତୀଙ୍କ ଫିଲ୍ମରେ ପ୍ରଭାସ ଲିଡ୍ ରୋଲରେ ନଜର ଆସିବେ । ହେଲେ ଏପର୍ଯ୍ୟନ୍ତ ଫିଲ୍ମର ନାଁ ସ୍ଥିର ହୋଇନି । କିନ୍ତୁ ଏହାଏକ ଆକ୍ସନ ଥ୍ରୀଲର ମୁଭି ବୋଲି ଚର୍ଚ୍ଚା ହେଉଛି ।

ପ୍ରଭାସଙ୍କ ବ୍ୟକ୍ତିଗତ ଜୀବନ 

ବାହୁବଳୀ ଫିଲ୍ମ ପରେ ପରେ ପ୍ରଭାସଙ୍କ ଲଭ ଲାଇଫକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ସେହି ଫିଲ୍ମର ହିରୋଇନ ଅନୁଷ୍କା ସେଟ୍ଟୀଙ୍କ ନାଁ ଆଗକୁ ଆସିଥିଲା । ଉଭୟଙ୍କ ଉଭୟଙ୍କୁ ଡେଟ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଖବର ଭାଇରାଲ ହେଉଥିଲା । ହେଲେ ଏନେଇ କେହି ଗଣ ମାଧ୍ୟମ ଆଗରେ ଏପର୍ଯ୍ୟନ୍ତ  ମୁହଁ ଖୋଲି ନାହାଁନ୍ତି । ଏବେ ଅଭିନେତ୍ରୀ କିତ୍ରି ସାନନ ସହ ତାଙ୍କ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରଭାସଙ୍କୁ ଏପର୍ଯ୍ୟନ୍ତ ପ୍ରାୟ ୬୦୦୦ ଟି ବିବହା ପ୍ରସ୍ତାବ ମିଳିଛି, ଯାହାକୁ ସେ ମନା କରି ଦେଇଛନ୍ତି। 

Read More
{}{}