Hindi News >>Home >>Odisha Entertainment

Happy Birthday Kiara Advani: ସିଦ୍ଧାର୍ଥଙ୍କ ଏହି ଗୁଣକୁ ଦେଖି କିଆରା ବିବାହ ପାଇଁ ହୋଇଥିଲେ ରାଜି

Happy Birthday Kiara Advani: ଆଜି କିଆରାଙ୍କ ଜନ୍ମଦିନ , ୧୯୯୧ ,୩୧ ଜୁଲାଇରେ ମହାରାଷ୍ଟ୍ରର ମୁମ୍ବାଇରେ କିଆରା ଜନ୍ମ ହୋଇଥିଲେ। ପିଲାବେଳୁ ଅଭିନୟ ପ୍ରତି ରୁଚି ରଖୁଥିବା କିଆରା ଆଜି ବଲିଉଡରେ ଜଣେ ନାଁ କରା ଅଭିନେତ୍ରୀ । ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ଏମିତି କିଛି ଖାସ୍ କଥା ।

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Jul 31, 2023, 09:21 AM IST

Happy Birthday Kiara Advani: ବଲିଉଡ଼ (Bollywood) ଅଭିନେତ୍ରୀ କିଆରା ଆଡଭାନୀ(Kiara Advani)। ହିନ୍ଦୀ ଫିଲ୍ମ ସମେତ ତାମିଲ ଫିଲ୍ମରେ କାମ କରିଛନ୍ତି । ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି।  ଆଜି କିଆରାଙ୍କ ଜନ୍ମଦିନ , ୧୯୯୧ ,୩୧ ଜୁଲାଇରେ ମହାରାଷ୍ଟ୍ରର ମୁମ୍ବାଇରେ କିଆରା ଜନ୍ମ ହୋଇଥିଲେ। ପିଲାବେଳୁ ଅଭିନୟ ପ୍ରତି ରୁଚି ରଖୁଥିବା କିଆରା ଆଜି ବଲିଉଡରେ ଜଣେ ନାଁ କରା ଅଭିନେତ୍ରୀ ।  ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ଏମିତି କିଛି ଖାସ୍ କଥା । 

Also Read: Weather Update: ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ ବର୍ଷା! ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

 

 
 
 
 

 
 
 
 
 
 
 
 
 
 
 

A post shared by KIARA (@kiaraaliaadvani)

ଏ-ହି ସବୁ ଫିଲ୍ମ ଗୁଡି଼କରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ :

'ଫୁଗଲି'ସେ ଦେବୀ ଭୂମିକାରେ ନଜର ଆସିଥିଲେ:

୨୦୧୪ ମସିହାରେ ଫିଲ୍ମ'ଫୁଗଲି'( Fugly)ରେ ବଲିଉଡରେ ଡେବ୍ୟୁ କରିଥିଲେ କିଆରା (Kiara Advani)। ଏହି ଫିଲ୍ମରେ ସେ ଦେବୀ ଭୂମିକାରେ ନଜର ଆସିଥିଲେ।  ଏହା ଏପରି ଏକ ଚରିତ୍ର ଥିଲା ଯାହା ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା। ଏହା ଏକ ଶକ୍ତିଶାଳୀ ଚରିତ୍ର ଥିଲା, ଯାହା କିଆରାଙ୍କ ଅଭିନୟ କ୍ୟାରିୟରକୁ ଆଗକୁ ନେଇଥିଲା।

ଏମଏସ ଧୋନି ଅନଟୋଲ୍ଡ ଷ୍ଟୋରୀ :
ଫିଲ୍ମ 'ଏମଏସ ଧୋନି,ଅନଟୋଲ୍ଡ ଷ୍ଟୋରୀ '(M.S. Dhoni: The Untold Story)ରେ କିଆରା 'ସାକ୍ସି ' ଭୂମିକାରେ ନଜର ଆସିଥିଲେ। ଧୋନିଙ୍କ ପତ୍ନୀ' ସାକ୍ସି 'ଚରିତ୍ରରେ ଲୋକମାନେ କିଆରାଙ୍କୁ ବହୁତ ପସନ୍ଦ କରିଥିଲେ। ସେ ଏହି ଫିଲ୍ମରେ ସୁଶାନ୍ତ ରାଜପୁତଙ୍କ ନାୟିକା ସାଜିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହୋଇଥିଲା । 

କବୀର ସିଂ:
ଫିଲ୍ମ 'କବୀର ସିଂ'ରେ ସହିଦ କପୁରଙ୍କ ସହ ନଜର ଆସିଥିଲେ କିଆରା। ଦୁଇଜଣଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରିଥିଲେ। ଯାହା ବକ୍ସ ଅଫିସରେ ଧମାକା ମଚାଇଥିଲା। ପ୍ରିତି ସିକ୍କା ଭୂମିକାରେ ସେ ଅଭିନୟ କରିଥିଲେ। ଫିଲ୍ମ 'କବୀର ସିଂ' କିଆରାଙ୍କ କ୍ୟାରିୟର ପାଇଁ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇଥିଲା।

ଶେରଶାହା:

କ୍ୟାପଟେନ ବିକ୍ରମ ବାତ୍ରାଙ୍କ ଜୀବନ ଏବଂ ସାହସିକତା ଉପରେ ଆଧାରିତ ଫିଲ୍ମ 'ଶେର୍ ଶାହା' ସମସ୍ତଙ୍କ ହୃଦୟ ଜିତିଥିଲା। ଯେଉଁଠାରେ କିଆରା ବିକ୍ରମ ବାତ୍ରାଙ୍କ ପ୍ରେମିକା 'ଡିମ୍ପଲ୍ ଚିମା' ଚରିତ୍ରରେ ନଜର ଆସିଥିଲେ। କ୍ଲାଇମାକ୍ସୟରେ କିଆରା ଅଭିନୟ ସମସ୍ତଙ୍କୁ ଭାବପ୍ରବଣ କରିଦେଇଥିଲା। ଏହି ଫିଲ୍ମରେ ସିଦ୍ଧାର୍ଥ ଓ କିଆରାଙ୍କ କେମେଷ୍ଟ୍ରି କୁ ଲୋକେ ପସନ୍ଦ କରିଥିଲେ। ଏହି ଫିଲ୍ମରୁ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା। ପରେ ଉଭୟ ପରପ୍ପରକୁ ସାତ ଜନମର ସାଥୀ କରିବା ପାଇଁ ନିଷ୍ପତି ନେଇଥିଲେ। 

ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ (Kiara Advani) ଓ ସିଦ୍ଧାର୍ଥ ମଲହୋତ୍ରା(Sidharath Malhotra)ଙ୍କ ବିବାହ ଚଳିତ ବର୍ଷ ଫେବୃଆରୀ ୭ ତାରିଖରେ ରାଜସ୍ଥାନର ଜୈସଲମରର ସୂର୍ଯ୍ୟଗଡରେ ହୋଇଥିଲା। ଏଥିରେ ନାମୀଦାମୀ ବଲିଉଡ ହସ୍ତୀ ଯୋଗ ଦେଇଥିଲେ । ଏବଂ ଭିଭିଆପି ଭଳି ଅତିଥି ଏହି ଗ୍ରାଣ୍ତ ଓ୍ବେଡିଂରେ ସାମିଲ ହୋଇଥିଲେ। ତେବେ, କିଆରା ଆଡଭାନୀ (Kiara Advani) ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ହଠାତ୍ ଏହି ବିବାହ ନିସ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ତେବେ, ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ପ୍ରତିକ୍ରିୟାରେ କିଆରା କହିଥିଲେ ଯେ, ସିଦ୍ଧାର୍ଥ ବହୁତ ସରଳ ଓ ସଟ୍ଟୋଟ ମଧ୍ୟ । ଏହି ଗୁଣ କିଆରାଙ୍କୁ ବହୁତ ଭଲ ଲାଗେ। 

 

Read More
{}{}