Hindi News >>Home >>Odisha Entertainment

Happy Birthday Anurag Kashyap: କେମିତି ଥିଲା ଅନୁରାଗଙ୍କ ସଂଘର୍ଷମୟ ଜୀବନ

ଅନୁରାଗ କଶ୍ୟପ ଆଜିର ଦିନରେ ଉତ୍ତର ପ୍ରଦେଶର ଗୋରଖପୁରର ଏକ ରାଜପୁତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। 

Advertisement
Happy Birthday Anurag Kashyap: କେମିତି ଥିଲା ଅନୁରାଗଙ୍କ ସଂଘର୍ଷମୟ ଜୀବନ
Stop
Zee Odisha Desk|Updated: Sep 10, 2022, 03:41 PM IST

Happy Birthday Anurag Kashyap: ନୂଆଦିଲ୍ଲୀ :ହିନ୍ଦୀ ସିନେମାର ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ (Anurag Kashyap)। ଆଜି ତାଙ୍କର ଜନ୍ମଦିନ । ୫୦ ବର୍ଷରେ ପାଦ ଥାପିଛନ୍ତି ଅନୁରାଗ।  ଏ ଅବସରରେ ତାଙ୍କ ପାଖକୁ ଛୁଟୁଛି ଫ୍ୟାନ୍ସ ଓ ସେଲିବ୍ରେଟିଙ୍କ ଶୁଭେଚ୍ଛା। ଅନୁରାଗ କଶ୍ୟପ ଆଜିର ଦିନରେ ଉତ୍ତର ପ୍ରଦେଶର ଗୋରଖପୁରର ଏକ ରାଜପୁତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ବଲିଉଡ ଫିଲ୍ମ ନିର୍ମାଣରେ ତାଙ୍କର ଅବଦାନ ବେଶ ଅତୁଳନୀୟ ରହିଛି। ସେ ଚାରୋଟି ଫିଲ୍ମ ଫେୟାର ଆଓ୍ବାର୍ଡ (four Filmfare Awards) ସହ ବିଭିନ୍ନ ପୁରସ୍କାରରେ ସେ ସମ୍ମାନୀତ ହୋଇଛନ୍ତି। ଫ୍ରାନ୍ସ ସରକାର ମଧ୍ୟ ତାଙ୍କୁ 2013ରେ ମଧ୍ୟ ଅରଡ୍ରେ ଡେସ ଆର୍ଟସ୍ ଇଟ୍ ଡେସ ଲେଟର୍ସ ଆଓ୍ବାର୍ଡ (Ordre des Arts et des Lettres)ରେ ସମ୍ମାନୀତ କରିଛନ୍ତି।
 
ଅନୁରାଗ କଶ୍ୟପଙ୍କ ଶିକ୍ଷାଗତ ଯୋଗ୍ୟତା ଓ କ୍ୟାରିୟର
ଅନୁରାଗ କଶ୍ୟପ ଡେରାଡୁନର ଗ୍ରୀନ ସ୍କୁଲରେ ନିଜର ସ୍କୁଲ ପାଠପଢା ଆରମ୍ଭ କରିଥିଲେ। ପରେ ସେ ଗ୍ବାଲିୟର ସିନ୍ଦିଆ ସ୍କୁଲକୁ (Scindia School in Gwalior)କୁ ପାଠପଢିବାକୁ ଯାଇଥିଲେ।  ଉଚ୍ଚ ଶିକ୍ଷା ପାଇଁ  ସେ ଦିଲ୍ଲୀର ହନସରାଜ କଲେଜ(Hansraj College, University of Delhi)ରେ ନିଜର ଗ୍ରାଜୁଏସନ ଶିକ୍ଷା ପୁରା କରିଥିଲେ। ସେଠାରେ ଥିଏଟର ପ୍ରତି ତାଙ୍କର ଆଗ୍ରହ ବଢିଥିଲା। ୧୯୯୩ ମସିହାରେ ସ୍ନାତକୋତ୍ତର ପୂରା କରିବା ପରେ ଅନୁରାଗ ଏକ ଷ୍ଟ୍ରିଟ୍ ଥିଏଟର ଗ୍ରୁପ୍ "ଜନ ନାଟ୍ୟ ମଞ୍ଚ" ( Jana Natya Manch)ରେ ଯୋଗ ଦେଇଥିଲେ । 

ପରେ ସେ ପୃଥ୍ବୀ ଥିଏଟରରେ (Prithvi Theatre) ସେ କାମ ପାଇଲେ । ଯାହା ତାଙ୍କର ପ୍ରଥମ ଚାକିରି ଥିଲା।  କିନ୍ତୁ ନିର୍ଦ୍ଦେଶକଙ୍କ ମୃତ୍ୟୁ ହେତୁ ତାଙ୍କର ପ୍ରଥମ ନାଟକ ଅଧୂରା ରହିଗଲା ।  ୧୯୯୭ ମସିହାରେ, ଅନୁରାଗ ଧାରାବାହିକ କଭି କଭି  (Kabhie Kabhie) ପାଇଁ ସ୍କ୍ରିପ୍ଟ ଲେଖିବା ପାଇଁ ସୁଯୋଗ ପାଇଥିଲେ। ଏହାପରେ ଅନୁରାଙ୍କ ଜୀବନରେ ଆସିଥିଲା ବଡ ପରିବର୍ତ୍ତନ । ଯେତେବେଳେ ମନୋଜ ବାଜପେୟୀ ତାଙ୍କୁ ରାମ ଗୋପାଳ ବର୍ମାଙ୍କ ପାଇଁ ସତ୍ୟ ନାମକ ଏକ ଚଳଚ୍ଚିତ୍ର ଲେଖିବାକୁ ପ୍ରସ୍ତାବ ଦେଇଥିଲେ । ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା ।

ପରେ ଅନୁରାଗଙ୍କ ଆରମ୍ଭ ହୋଇଥିଲା ବଲିଉଡ ଯାତ୍ରା। 2003 ମସିହାରେ ଅନୁରାଗ ଚଳଚ୍ଚିତ୍ର ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ରଖିଲେ । ଏବଂ ଚଳଚ୍ଚିତ୍ର 'ପାଞ୍ଚ'ରେ ନିର୍ଦ୍ଦେଶନା ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଫିଲ୍ମ ବିବାଦ ଭିତର ପଶିବାରୁ ରିଲିଜ ହୋଇପାରିଲା ନାହିଁ । ଏହାପରେ ଅନୁରାଗ 2007 ମସିହାରେ ବ୍ଲାକ୍ ଫ୍ରାଇଡେ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ଅନୁରାଗଙ୍କ ଏହି ଫିଲ୍ମ ମଧ୍ୟ ବିବାଦରେ ଥିଲା ।  

ପରେ ବମ୍ବେ ଭେଲଭେଟ(Bombay Velvet), ଦେବ ଡି(Dev.D), ମନମର୍ଜିୟା (Manmarziyaan ),ଏକେ ଭିଏସ ଏକେ(AK vs AK) ଓ ଉଗଲି(Ugly) ଭଳି ଅନେକ ସିନେମାର ନିର୍ଦ୍ଦେଶନା ଦେଇଥିଲେ ଅନୁରାଗ। 2009 ମସିହରେ ଅନୁରାଗ ନିଜର ଏକ ଫିଲ୍ମ ପ୍ରଡକ୍ସନ କମ୍ପାନୀ (production company Anurag Kashyap Films) ମଧ୍ୟ ଖୋଲିଥିଲେ।

ଅନୁରାଗଙ୍କ ପାରିବାରିକ ଜୀବନ
ଅନୁରାଗ କଶ୍ୟପ ଫିଲ୍ମ ଏଡିଟର (film editor Aarti Bajaj) ଆରତୀ ବଜାଜଙ୍କୁ ବିବାହ କରିଥିଲେ । ହେଲେ ଏହା ବେଶି ଦିନ ରହି ନ ଥିଲା।  2009 ମସିହାରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା ।  ପରେ ଅନୁରାଗ କାଲକି କୋଇଚିଲିନ୍( actress Kalki Koechlin)ଙ୍କ  ସହ ଡେବ ଡି ସେଟରେ ଦେଖା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।  ଏ ସମ୍ପର୍କ ବି ବେଶି ଦିନ ତିଷ୍ଠି ନ ଥିଲା। ୨୦୧୫ରେ ଉଭୟଙ୍କ ଡିଭୋର୍ସ ହୋଇଥିଲା।

Read More
{}{}