Hindi News >>Home >>Odisha Entertainment

Happy Birthday Bhumika Chawla: ଗୋଟିଏ ବିଜ୍ଞାପନ ହିଁ ବଦଳାଇ ଥିଲା ଭୂମିକାଙ୍କ ଭାଗ୍ୟ

Happy Birthday Bhumika Chawla: ବଲିଉଡ଼  ଅଭିନେତ୍ରୀ ଭୂମିକା ଚାଓ୍ବାଲା  ।  ଆଜି ଭୂମିକାଙ୍କ ଜନ୍ମଦିନ । ୨୦୦୩ରେ ମସିହାରେ, ସଲମାନ ଖାନଙ୍କ (Salman khan) ଅଭିନୀତ ଫିଲ୍ମ, 'ତେରେ ନାମ୍' (Tere naam) ରେ ବଲିଉଡରେ ଡେବ୍ୟୁ କରିଥିଲେ। ତେବେ, ଏହି ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର୍ କରିଦେଇଥିଲା। 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Aug 21, 2023, 09:41 AM IST

Happy Birthday Bhumika Chawla: ବଲିଉଡ଼ (Bollywood) ଅଭିନେତ୍ରୀ ଭୂମିକା ଚାଓ୍ବାଲା (Bhumika Chawla ) । ଆଜି ସେ ବଲିଉଡରେ ସକ୍ରିୟ ନାହାଁନ୍ତି ସତ କିନ୍ତୁ ତାଙ୍କ ଅଭିନୟକୁ ଆଜିବି ଭୁଲି ପାରୁ ନାହାଁନ୍ତି ଦର୍ଶକ । ଆଜି ଭୂମିକାଙ୍କ ଜନ୍ମଦିନ (Happy Birthday Bhumika Chawla)। ଏ ଅବସରରେ ଛୁଟୁଛି ଶୁଭେଚ୍ଛାର ସୁଅ । ୧୯୭୮ ମସିହାରେ ନୂଆଦିଲ୍ଲୀରେ ଆଜିକା ଦିନରେ ଜନ୍ମଗ୍ରହଣ କରିଥିଲେ ଭୂମିକା (Bhumika Chawla) । ୨୦୦୩ରେ ମସିହାରେ, ସଲମାନ ଖାନଙ୍କ (Salman khan) ଅଭିନୀତ ଫିଲ୍ମ, 'ତେରେ ନାମ୍' (Tere naam) ରେ ବଲିଉଡରେ ଡେବ୍ୟୁ କରିଥିଲେ। ତେବେ, ଏହି ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର୍ କରିଦେଇଥିଲା। ଫିଲ୍ମଟି  କେବଳ ସୁପରହିଟ୍ ହୋଇ ନଥିଲା। ବରଂ ଫିଲ୍ମର ଚରିତ୍ର ଲୋକଙ୍କୁ ବାନ୍ଧି ରଖିଥିଲା । ଏହାପରେ ବଲିଉଡରେ ତାଙ୍କୁ ଏକାଧିକ ଅଫର ମିଳିଥିଲା। 

 

 

Also Read: Horoscope Today Aug 21 2023: ଧନଲାଭର ଯୋଗ ସହ ଶୁଭଫଳ ପାଇବେ ଏହି ରାଶିର ଲୋକେ, ଜାଣନ୍ତୁ କେମିତ କଟିବ ଆଜିର ଦିନ?

Also Read: Road Accident: ଘାଇକୁ ଖସିଲା ବସ୍ ୮ ମୃତ, ଏକାଧିକ ଆହତ

ଭୂମିକା ଚାଓ୍ବାଲାଙ୍କ ବିଷୟରେ କିଛି ଜଣା ଅଜଣା କଥା : ଭୂମିକା ଚାଓ୍ବାଲା  ଏକ ପାଉଡର ବିଜ୍ଞାପନରୁ ଗ୍ଲାମର ଦୁନିଆରେ ପାଦ ଥାପିଥିଲେ । ଭୂମିକାଙ୍କ ପିତା ଭାରତୀୟ ସେନାରେ ଜଣେ ଅଧିକାରୀ ଅଟନ୍ତି। ଭୂମିକା ତାଙ୍କର ୩ ଭାଇଭଉଣୀଙ୍କ ମଧ୍ୟରୁ ସବୁଠୁ ସାନ । ଭୂମିକାଙ୍କ ଭାଇ ମଧ୍ୟ ଭାରତୀୟ ସେନାରେ ଜଣେ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କ ପିତା ସେନାରେ ଥିବାରୁ ଭୂମିକା ଚାଓ୍ବାଲାଙ୍କ ଶିକ୍ଷା ଦେଶର ବିଭିନ୍ନ ନାମୀଦାମୀ ଶିକ୍ଷାନୁଷ୍ଠାନରେ ହୋଇଛି ।  ଭୂମିକା ଚାଓ୍ବାଲା ୧୯୯୭ ରେ ମୁମ୍ବାଇ ଆସି ଗ୍ଲାମର ଦୁନିଆରେ ସଫଳତାର ସ୍ୱପ୍ନ ଦେଖିଥିଲେ। ଭୂମିକା ଏଠାରେ ମ୍ୟୁଜିକ୍ ଭିଡିଓ ଏବଂ ବିଜ୍ଞାପନରେ କାମ କରିବା ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ସେ ପଣ୍ତସ୍ ବ୍ରାଣ୍ଡର ପାଉଡର ବିଜ୍ଞାପନ କରିଥିଲେ। ଏହି ବିଜ୍ଞାପନରୁ ସେ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ଭୂମିକା ସାଉଥ ଇଣ୍ତଷ୍ଟ୍ରିରେ ଏଣ୍ଟ୍ରି ମାରିଥିଲେ। ୨୦୦୦ ମସିହାରେ, ସେ ଦକ୍ଷିଣ ଚଳଚ୍ଚିତ୍ର ୟୁଭାକୁଡୁ ଫିଲ୍ମରେ ଡେବ୍ୟୁ କରିବା ସହିତ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ।

ଏହି ଫିଲ୍ମ ପାଇଁ ଭୂମିକା ଚାଓ୍ବାଲାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ଚଳଚ୍ଚିତ୍ର ପରେ ଭୂମିକା ଅନେକ ସାଉଥ୍ ଫିଲ୍ମରେ ନଜର ଆସିଥିଲେ । ଏହି ସମୟରେ ଭୂମିକା ଚାଓ୍ବାଲା ବଲିଉଡ ଫିଲ୍ମ ତେରେ ନାମ୍ ରେ କାମ କରିବାର ସୁଯୋଗ ପାଇଲେ। ସଲମାନ ଖାନଙ୍କ (Salman khan)  ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟି ସୁପରଡୁପର ହିଟ୍ ହୋଇଥିଲା।  ଏହା ପରେ ଭୂମିକା ବଲିଉଡ଼ରେ ଅନେକ ଫିଲ୍ମରେ କାମ କରିଥିଲେ। ଭୂମିକା ତାଙ୍କ କ୍ୟାରିୟରରେ ୬୪ ଟି ଫିଲ୍ମ ଏବଂ ସିରିଏଲରେ କାମ କରିଛନ୍ତି । ଭୂମିକା ବଲିଉଡ଼ର ପ୍ରମୁଖ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣାଯାଆନ୍ତି। ଆଜି ବି ଭୂମିକା ଚାଓ୍ବାଲାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ଅଛନ୍ତି। ସୋସିଆଲ ମିଡିଆରେ ଭୂମିକାଙ୍କର ବହୁତ ଫ୍ୟାନ୍ସ ଅଛନ୍ତି । ଇନଷ୍ଟାଗ୍ରାମରେ ଭୂମିକାଙ୍କୁ ୧.୪ ମିଲିୟନରୁ ଅଧିକ ଲୋକ ଫଲୋ କରନ୍ତି।

Read More
{}{}