Hindi News >>Home >>Odisha Entertainment

Actress Sana Khan: ବାହାଘର ୩ ବର୍ଷ ପରେ ଖୁସି ଖବର, ମାଆ ହେଲେ ସାନା ଖାନ୍

Actress Sana Khan: ଅଭିନେତ୍ରୀ ସାନା ନିଜେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ଫ୍ୟାନ୍ସଙ୍କୁ ଏହି ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଥିବା ସାନା ପ୍ରାୟ ଅନେକ ସମୟରେ ଫଟୋ ଭିଡିଓ ସେୟାର କରି ପ୍ରଶଂସକଙ୍କ ହୃଦୟ ଜିତନ୍ତି ।

Advertisement
Actress Sana Khan: ବାହାଘର ୩ ବର୍ଷ ପରେ ଖୁସି ଖବର, ମାଆ ହେଲେ ସାନା ଖାନ୍
Stop
Soubhagya Ranjan Mishra|Updated: Jul 05, 2023, 09:53 PM IST

Actress Sana Khan: ଆପଣଙ୍କ ପ୍ରିୟ ବଲିଉଡ ଅଭିନେତ୍ରୀ (Bollywood actress) ସାନା ଖାନ ପ୍ରଥମ ଥର ପାଇଁ ମାଆ (Mother) ହୋଇଛନ୍ତି । ପୁତ୍ର ସନ୍ତାନ ଜନ୍ମ ହୋଇଥିବାରୁ ସାନା ଓ ତାଙ୍କ ପରିବାରରେ ଏବେ ଖୁସିର ଲହରି ଖେଳିଯାଇଛି । ଅଭିନେତ୍ରୀ ସାନା ନିଜ ପ୍ରଶଂସକଙ୍କୁ ସୋସିଆଲ ମିଡିଆ (Social media) ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସାନା ଖାନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଛନ୍ତି । ସାନା ଖାନ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟ ପେଜରେ ଏକ ଭିଡିଓ ପୋଷ୍ଟ (Video post) କରି ମାଆ ହେବାର ଶୁଭ ଖବର ବଖାଣିଛନ୍ତି । ଏହି ପୋଷ୍ଟରେ ସାନା ଖାନ ସ୍ୱାମୀ ଅନାସ ସୟିଦଙ୍କୁ ଟ୍ୟାଗ୍ ମଧ୍ୟ କରିଛନ୍ତି।

ଏହି ଭିଡିଓ ସହିତ ସାନା ଖାନ ନିଜ ଭାଷା ଉର୍ଦ୍ଦୁରେ ଏକ ପୋଷ୍ଟ ଲେଖିଛନ୍ତି। ସେ ଲେଖିଛନ୍ତି, 'ଆଲ୍ଲା କରନ୍ତୁ ଆମେ ଆମ ପିଲା ପାଇଁ ଭଲ ପିତାମାତା ହୁଅନ୍ତୁ । ଆଲ୍ଲାଙ୍କ ଉପରେ ଖୁବ ବିଶ୍ୱାସ ରହିଛି ସେ ସବୁ ଠିକ୍ କରିବେ । ଆଲ୍ଲା ଯେତେବେଳେ ଦିଅନ୍ତି ସମସ୍ତଙ୍କୁ ଖୁସି କରି ଦିଅନ୍ତି । ଆଲ୍ଲା ହିଁ ଆମକୁ ଏହି ପୁତ୍ର ସନ୍ତାନ ଦେଇଛନ୍ତି । ସାନା ଖାନଙ୍କ ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ପ୍ରଥମ ଥର ପାଇଁ ମା ହୋଇଥିବାରୁ ତାଙ୍କୁ ପ୍ରଶଂସକମାନେ ମଧ୍ୟ ଢେର ସାରା ଅଭିନନ୍ଦନ ଜଣାଇଛନ୍ତି। 

ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ସାନା ଖାନ ଅନେକ ବଲିଉଡ ଫିଲ୍ମରେ ନିଜର ଜଲୱା ଦେଖାଇ ଲୋକପ୍ରିୟ ହୋଇପାରିଛନ୍ତି । ସେ ସଲମାନ ଖାନଙ୍କ ରିଆଲିଟି ସୋ ବିଗ୍ ବସରେ ମଧ୍ୟ ନଜର ଆସିଥିଲେ । କିନ୍ତୁ ୨୦୨୦ ମସିହାରେ ସାନା ଖାନ ଧର୍ମ ଜନିତ କାରଣ ଦର୍ଶାଇ ଫିଲ୍ମ ଇଣ୍ଡଷ୍ଟ୍ରିରୁ ନିଜକୁ ଦୂରେଇ ରଖିଥିଲେ । ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା ପରେ ଅଭିନେତ୍ରୀ ଅନାସ ସୟିଦଙ୍କୁ ବିବାହ କରିଥିଲେ। ବିବାହ ପରେ ସାନା ଖାନ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ବହୁତ ସକ୍ରିୟ ରହୁଛନ୍ତି ।

କେବଳ ହିନ୍ଦୀ ନୁହେଁ, ହିନ୍ଦୀ ବ୍ୟତୀତ ସାନା ଖାନ୍ ତାମିଲ୍ ତେଲଗୁ, ମାଲାଲିୟାମ ସିନେମାରେ ମଧ୍ୟ ନିଜର ପାରଦର୍ଶିତା ଦେଖାଇଛନ୍ତି । ସାନା ଖାନ ଅଭିନୟ କରିଥିବା ସିନେମା ଗୁଡିକ ମଧ୍ୟରେ ରହିଛି 'ୟେହି ହେ ହାଇ ସୋସାଇଟି', ବମ୍ୱେ ଟୁ ଗୋଆ, ଧନ ଧନାଧନ୍ ଗୋଲ୍, ହାଲ୍ଲା ବୋଲ୍, କ୍ଲାଇମାକ୍ସ, ଜୟ ହୋ, ୱଜା ତୁମ ହୋ (Wajah tum ho), ଟଏଲେଟ୍ ଏକ ପ୍ରେମ କଥା (Toilet Ek prem katha), ଆୟୋଗ୍ୟ (Ayogya) ଇତ୍ୟାଦି । କେବଳ ସିନେମା ନୁହେଁ ଅନେକ ଟିଭି ଶୋରେ ମଧ୍ୟ ସାନା ନଜର ଆସିଛନ୍ତି । ସଲମାନ ଖାନଙ୍କ ବିଗ ବସ ସମେତ ୟେ ରିସ୍ତା କ୍ୟା କେହ୍ଲାତା ହେ (Yeh rishta kya kehlata hai), ଏଣ୍ଟରଟେନମେଣ୍ଟ କି ରାତ୍, କିଚେନ୍ ଚାମ୍ପିଅନ, କମେଡି ନାଇଟସ୍ ବଚାଓ (Comedy nights bachao), ବକ୍ସ କ୍ରିକେଟ୍ ଲିଗ୍ (Box cricket league 2), ଫିୟର ଫ୍ୟାକ୍ଟର ଖତରୋ କି ଖିଲାଡି (Fear factor khatron ki khiladi 6) ସମେତ ଅନେକ ଟିଭି ଶୋରେ ସାନାଙ୍କୁ ଦେଖିବାକୁ ମିଳିଛି । ଏଥିସହ ସାନା ୱେବ ସିରିଜରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କର ଦୁଇଟି ୱେବସିରିଜର ନାମ ହେଉଛି ଜିନ୍ଦାବାଦ (Zindabad) ଓ ସ୍ପେଶାଲ ଓପିଏସ (Special OPS) ।

Also read- Love Case: କଲେଜ୍ ବାହାନାରେ ପ୍ରେମିକ ସହ ଝିଅ ଫେରାର୍: ଘରେ ଶୋକ ସଭା

{}{}