Hindi News >>Home >>Odisha Entertainment

Sonali bendre: ବଲିଉଡ଼ ସୁନ୍ଦରୀ ସୋନାଲି ବେନ୍ଦ୍ରେଙ୍କୁ ଅପହରଣ କରିବାକୁ ଚାହୁଁଥିଲେ ଏହି ପାକିସ୍ତନୀ କ୍ରିକେଟର, ମନିପର୍ସରେ ରଖିଥିଲେ ନାୟିକାଙ୍କ ଫଟୋ

Sonali bendre: ଭାରତ ସହ ଦେଶ ବାହାରେ ମଧ୍ଯ ଥିଲା ବଲିଉଡ଼ ନାୟିକା ସୋନାଲି ବେନ୍ଦ୍ରେଙ୍କ ଜଲୱା । ନାୟିକାକୁ ମନେ ମନେ ଭଲ ପାଇ ବସିଥିଲେ ପାକିସ୍ତାନର ପୂର୍ବ କ୍ରିକେଟର । ଏମିତିକି ତାଙ୍କୁ ଅପହରଣ କରିବାକୁ ଚାହୁଁଥିଲେ ।    

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Mar 25, 2023, 01:24 PM IST

Sonali bendre: ୯୦ ଦଶକର ସୁନ୍ଦର ନାୟିକା ସୋନାଲି ବେନ୍ଦ୍ରେ(Sonali Bendre) । ନିଜ ସୁନ୍ଦରତା ଓ ଅଭିନୟ ଯାଦୁରେ ସେ ଦର୍ଶକଙ୍କୁ ଦିୱାନ ବନାଇଥିଲେ । ଏହି ବଲିଉଡ଼ ଅଭିନେତ୍ରୀଙ୍କର ଖାଲି ଭାରତ ନୁହେଁ ଭାରତ ବାହାରେ ମଧ୍ଯ ଲୋକେ ଦିୱାନା ଥିଲେ । ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ଯ ସୋନାଲିଙ୍କ ଜବରଦସ୍ତ ଫ୍ୟାନ୍ସ ଫଲୋୟର୍ସ ରହିଥିଲା । ତେବେ ଜଣେ ପାକିସ୍ତାନୀ କ୍ରିକେଟର ମଧ୍ଯ ସୋନାଲି ସୁନ୍ଦରତାରେ ଘାୟଲ ହୋଇଥିଲେ । ପାକିସ୍ତାନର ପୂର୍ବ କ୍ରିକେଟର(Former Pakistan Cricketer) ଶୋଏବ ଅଖତର(Shoaib Akhtar) ସୋନାଲି ବେନ୍ଦ୍ରେଙ୍କୁ ନେଇ ଏକ ବୟାନ ଦେଇଥିଲେ । ଯାହା ସେ ସମୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଶୋଏବ ଅଖତର କହିଥିଲେ କି, ସେ ବଲିଉଡ଼ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ ଅପହରଣ କରିବାକୁ ଚାହାଁନ୍ତି ।

ରିପୋର୍ଟ ମୁତାବିକ, ସେ ସମୟରେ ଶୋଏବ ଅଖତର ସୋନାଲି ବେନ୍ଦ୍ରେଙ୍କୁ(Sonali Bendre) ଖୁବ ପସନ୍ଦ କରୁଥିଲେ । ଏମିତି କି ଏକ ଟକ୍ ଶୋରେ ସେ ଏନେଇ ଖୋଲାଖୋଲି ଭାବେ କହିଥିଲେ କି, ସେ ଏହି ସୁନ୍ଦର ଅଭିନେତ୍ରୀଙ୍କୁ ପ୍ରପୋଜ କରିବାକୁ ଚାହାଁନ୍ତି । ଯଦି ଏଥିରେ ସେ ରାଜି ହେବେ ତାହାଲେ ସେ ତାଙ୍କୁ ଅପହରଣ(Kidnap) କରି ନେଇଯିବେ । ଶୋଏବ ସୋନାଲିଙ୍କର ଜଣେ ବଡ଼ ଫଲୋୟର୍ସ  ହେବା ସହ ତାଙ୍କ ପ୍ରେମରେ ପାଗଳ ଥିଲେ। ସେ ଅଭିନେତ୍ରୀଙ୍କୁ ଏତେ ଭଲ ପାଉଥିଲେ ଯେ ସେ ତାଙ୍କର ଫଟୋକୁ ପର୍ସରେ ରଖୁଥିଲେ। ଖାଲି ଏତିକି ନୁହେଁ, ତାଙ୍କ ସାଥୀ ଖେଳାଳିମାନେ ମଧ୍ୟ ଅଭିନେତ୍ରୀଙ୍କ(Bollywood Actress) ପ୍ରତି ଶୋଏବଙ୍କ ଭାବନା ବିଷୟରେ ଅବଗତ ଥିଲେ। ଶୋଏବ କହିଥିଲେ ଯେ, ସୋନାଲିଙ୍କ ସେ କେବେ ବି ଦେଖା ହୋଇନାହାନ୍ତି । ସେ ତାଙ୍କ ଫ୍ୟାନ୍ସ ନଥିଲେ । ମୁଁ କେବେଳ ତାଙ୍କ ଗୋଟେ କିମ୍ବା ଦୁଇଟି ଫିଲ୍ମ ଦେଖିଛି । ସେ ବହୁତ ସୁନ୍ଦର ମହିଳା ଅଟନ୍ତି । ଅସୁସ୍ଥତା ସମୟରେ ତାଙ୍କ ସଂଘର୍ଷ ଦେଖିଥିଲି । ସେ ସାହସ ଦେଖାଇବା ସହ ଜଣେ ବାହାଦୁର ମହିଳା ଭାବେ ରୋଗରୁ ବାହାରି ଆସିଥିଲେ। ଏକ ଗଣମାଧ୍ଯମକୁ ସୂଚନା ଦେଇ ସେ କହିଛନ୍ତି କି,  ସେ ପୁନର୍ବାର ଯୁଦ୍ଧ କରିଥିଲେ ଓ ତାହା ପରେ ମୁଁ ତାଙ୍କ ଫ୍ଯାନ୍ସ ହୋଇଯାଇଥିଲି । ଜଣେ ମହିଳାଙ୍କୁ ଏତେ ସାହସୀ ଓ ବାହାଦୂର ଦେଖି ମତେ ଖୁସି ଲାଗିଥିଲା । ଏପରି କରି ସେ ଅନ୍ୟ ମହିଳାମାନଙ୍କୁ ରାସ୍ତା ଦେଖାଇଛନ୍ତି ।

ଏହାମଧ୍ଯ ପଢନ୍ତୁ-Nilu kohli Husband Passed away: ଅଭିନେତ୍ରୀ ନିଲୁ କୋହଲିଙ୍କ ସ୍ବାମୀଙ୍କ ପରଲୋକ, ବାଥରୁମରୁ ମିଳିଲା ମୃତଦେହ

ପ୍ରକାଶ ଥାଉ କି, ସୋନାଲି ବେନ୍ଦ୍ରେ ୨୦୧୮ ମସିହାରେ ମେଟାଷ୍ଟାଟିକ୍ କର୍କଟରେ(Metastatic cancer) ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ଅଭିନେତ୍ରୀ ସୁସ୍ଥ ହୋଇ କାମ କରୁଛନ୍ତି। ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥାଆନ୍ତି । ସୋନାଲି ଗୋଲଡି଼ ବେହେଲଙ୍କୁ( Goldie Behl) ବିବାହ କରିଛନ୍ତି । ତାଙ୍କର ରଣଭୀର ନାମକ ଏକ ପୁଅ ମଧ୍ଯ ଅଛି ।

 

 

Read More
{}{}