Hindi News >>Home >>Odisha Entertainment

Khushali Kumar: ହଟ ବିୟୁଟି କୁଶାଲୀ କୁମାରଙ୍କ ଫିଟନେସ ମନ୍ତ୍ର, ଭିଡିଓ ଦେଖି ଫ୍ୟାନ୍ସଙ୍କ ଉଡିଲା ହୋସ୍

 Khushali Kumar Video : ଆସନ୍ତା  ୨୩ରେ ପରଦାକୁ ଆସିବ ଧୋକା ରାଉଣ୍ତ ଡି କର୍ଣ୍ଣର (Dhokha Round D Corner) । ଯେଉଁଥିରେ ଲିଡ କ୍ୟାରେକ୍ଟରରେ ନଜର ଆସିବେ ଆର. ମାଧବାନ୍ (R. Madhavan)ଙ୍କ ସହ ଖୁଶାଲି କୁମାର (Khushali Kumar)।  ହଟ୍ ବିୟୁଟ ଖୁସାଲି ନିଜ ଫିଟନେସ ଓ ଗ୍ଲାମର୍ସ ଚେହେରା ପାଇଁ ସବୁବେଳେ  ଚର୍ଚ୍ଚାରେ ଥାନ୍ତି । 

Advertisement
ପ୍ରତିକାତ୍ମକ ଫଟୋ
Stop
Zee Odisha Desk|Updated: Sep 11, 2022, 02:53 PM IST

 Khushali Kumar Video : ଆସନ୍ତା  ୨୩ରେ ପରଦାକୁ ଆସିବ ଧୋକା ରାଉଣ୍ତ ଡି କର୍ଣ୍ଣର (Dhokha Round D Corner) । ଯେଉଁଥିରେ ଲିଡ କ୍ୟାରେକ୍ଟରରେ ନଜର ଆସିବେ ଆର. ମାଧବାନ୍ (R. Madhavan)ଙ୍କ ସହ ଖୁଶାଲି କୁମାର (Khushali Kumar)।  ହଟ୍ ବିୟୁଟ ଖୁସାଲି ନିଜ ଫିଟନେସ ଓ ଗ୍ଲାମର୍ସ ଚେହେରା ପାଇଁ ସବୁବେଳେ  ଚର୍ଚ୍ଚାରେ ଥାନ୍ତି । ତାଙ୍କ ମୁଭି ରିଲିଜ ହେବା ପୂର୍ବରୁ ଖୁସାଲି ତାଙ୍କ ଓ୍ବାର୍କ ଆଉଟର(work out)ର ଭିଡିଓ ଇନଷ୍ଚାରେ ସେୟାର କରିଛନ୍ତି । ଏ ଭିଡିଓରେ ଫ୍ୟାନ୍ସ ଓ ସେଲିବ୍ରେଟିଙ୍କ କାଫି କମେଣ୍ଟ ମଧ୍ୟ ଆସିଛି। 

ସେ  ନିଜ ଇନଷ୍ଚା ପେଜରେ ଚାରୋଟି ଫିଟନେସ ଭିଡିଓ ସେୟାର କରିଛନ୍ତି । ପ୍ରଥମ ଭିଡିଓରେ ସେ ପୋଲ ଡ୍ୟାନ୍ସ (pole dancing) କରୁଥିବାର ଦେଖିବାକୁ ମିଳିଛି। 
ଯାହା ଫ୍ୟାନ୍ସଙ୍କୁ କାଫି ପସନ୍ଦ ଆସିଛି।  ଯେଉଁଥିରେ ସେ ଏକ ବ୍ଲାକ ହଟ୍ ପ୍ୟାଣ୍ଟ ଓ ପିଙ୍କ୍ କ୍ରପଟପ ପିନ୍ଧିଥିବା ଦେଖିବାକୁ ମିଳିଛି। ଦ୍ବୀତିୟ ଭିଡିଓଟିରେ ମଧ୍ୟ ସେ ବେଲି ଏକସରସାଇଜ କରୁଥିବା ଦେଖିବାକୁ ମିଳିଛି । ତୃତୀୟ ଭିଡିଓରେ ମଧ୍ୟ କୁଶାଲୀ ଷ୍ଟେନ୍ଥ ଏକସରସାଇଜ  (strength exercise) କରୁଥିବା ଦେଖିବାକୁ ମିଳିଛି। ଶେଷ ଭିଡିଓରେ କୁଶାଲୀ ଏକ ବେଡ ଉପରେ ଓ୍ବାର୍କ ଆଉଟ କରୁଥିବା ଦେଖିବାକୁ ମିଳିଛି । ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ କୁଶାଲୀ ଜିମକୁ ନ ଯାଇ ପାରି ଘରେ ଏଭଳି ଓ୍ବାର୍କ ଆଉଟ କରିଛନ୍ତି ।  କୁଶାଲୀ  ଇନଷ୍ଚାରେ ସେୟାର କରିଥିବା ଭିଡିଓ ଫ୍ୟାନ୍ସକୁ ପସନ୍ଦ ଆସିଥିବା ଫିଟନେସ ପାଇଁ ଏଭଳି ଓ୍ବାର୍କ ଆଉଟ ଜରୁରୀ ବୋଲି ସେ ବାର୍ତ୍ତା ଦେଇଛନ୍ତି। 

 

Also Read: Brahmastra box office collection Day 2, ଦ୍ବିତୀୟ ଦିନରେ ମାଟି କାମୁଡି ପଡିଲା ବ୍ରହ୍ମାସ୍ତ୍ର

 

 

ଧୋକା ରାଉଣ୍ତ ଡି କର୍ଣ୍ଣର (Dhokha Round D Corner) ଖୁଶାଲୀଙ୍କର ଏହା ଡେବ୍ୟୁ ଫିଲ୍ମ। ଧୋକା ରାଉଣ୍ତ ଡି କର୍ଣ୍ଣର ହେଉଛି  ଏକ କ୍ରାଇମ ଥ୍ରୀଲର ମୁଭି। ଏହି ଫିଲ୍ମର ନିର୍ଦ୍ଦେଶକ ରହିଛନ୍ତି କୋକୋଇ ଗୁଲାଟି(Kookie Gulati ) । ଫିଲ୍ମର ମୁଖ୍ୟ ଭୁମିକାରେ ଆର ମାଧବନ୍ (R. Madhavan), ଅପାରଶକ୍ତି ଖୁରାନା(Aparshakti Khurana),ଦର୍ଶନ କୁମାର(Darshan Kumar ) ଓ କୁଶାଲୀ କୁମାର(Khushalii Kumar) ରହିଛନ୍ତି । ଫିଲ୍ମର ପ୍ରଯୋଜକ ରହିଛନ୍ତି ଭୁଷଣ କୁମାର, କ୍ରଷନ କୁମାର , ଦେବେନ୍ଦ୍ର ଶର୍ମା ଓ ବିରାଟ ଶର୍ମା। ଟି ସିରିଜ-ବ୍ୟାନର ଅଧିନରେ ଫିଲ୍ମଟି ନିର୍ମାଣ ହୋଇଛି। ଫିଲ୍ମର ଗୀତ ଗୁଡିକ ଅଗଷ୍ଟ ୩0ରେ ରିଲିଜ ହୋଇଛି । ଯାହା ଦର୍ଶକଙ୍କ ମନକୁ ବେଶ ଛୁଇଁଛି। ଏହି କ୍ରାଇମ ଥ୍ରୀଲର ମୁଭିରେ ଅପାରଶକ୍ତି ଜଣେ ଆତଙ୍କବାଦୀ ରୂପରେ ନଜର ଆସିବେ। ସେହିପରି ଦର୍ଶନ କୁମାର ଜଣେ ପୋଲିସ ଅଫିସର ଭାବରେ ଅଭିନୟ କରିଥିବା ବେଳେ ଆର ମାଧବନ୍ ଏବଂ ଖୁସାଲୀ କୁମାରୀ ଉଭୟ ପତିପତ୍ନୀ ରୂପରେ ଭୁମିକା ନିଭାଇଛନ୍ତି। ଖୁସାଲୀ କୁମାରୀ ଏକ ମାନଷିକ ରୋଗ (delusional disorder)ରେ ପୀଡିତ ହୋଇଛନ୍ତି । ତେବେ, ସସପେନ୍ସ ଭରା ଏ ଫିଲ୍ମର ଟିଜର ରିଲିଜ ହୋଇଥିବା ବେଳେ ଆସନ୍ତା ୨୩ରେ ମୁଭି ରିଲିଜ୍ ହେବ।  

Read More
{}{}