Hindi News >>Home >>Odisha Entertainment

Samantha Ruth Prabhu: ପାଠରେ ଶାଠରେ ଏକ ନମ୍ବର ସାମନ୍ଥା, ଭାଇରାଲ ହେଲା ଦଶମ ପରୀକ୍ଷା ମାର୍କସିଟ୍

Samantha Ruth Prabhu: ସାଉଥ୍ ର ସୁନ୍ଦରୀ ସାମନ୍ଥା ପ୍ରଭୁଙ୍କ ଦଶମ ଶ୍ରେଣୀର ଏହି ମାର୍କସିଟ୍ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି। ଭାଇରାଲ ମାର୍କସିଟ୍ ରେ ଦେଖିଲେ ମନେ ହେଉଛି କି ଅଭିନେତ୍ରୀ ପିଲାବେଳେ ପାଠପଢାରେ ବେଶ ହୁସିଆର ଥିଲେ । ତେବେ ଏହି ମାର୍କସିଟ୍ ଅଭିନେତ୍ରୀଙ୍କ ଜଣେ ଫ୍ୟାନ୍ସ ତାଙ୍କ ଟ୍ବଟରରେ ସେୟାର କରିଛନ୍ତି ।  ତେବେ ଏହି ଟ୍ବଟ ଉପରେ ସାମନ୍ଥା ପ୍ରତିକ୍ରିୟା ମଧ୍ଯ ଦେଇଛନ୍ତି ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Apr 26, 2023, 03:46 PM IST

Samantha Ruth Prabhu: ସାଉଥ୍ ର ଲେଡି଼ ସୁପରଷ୍ଟାର ଭାବେ ପ୍ରସିଦ୍ଧ ସାମନ୍ଥା ପ୍ରଭୁ (Samantha Ruth Prabhu) । ତେବେ ନିକଟରେ ବଡ଼ ପରଦାରେ ରିଲିଜ ହୋଇଛି ଅଭିନେତ୍ରୀଙ୍କ ଫିଲ୍ମ ‘ଶକୁନ୍ତଲାମ” (Shakuntalam) । ସାମନ୍ଥାଙ୍କ ଏହି ଫିଲ୍ମକୁ ଖାସ ପସନ୍ଦ କରିନାହାନ୍ତି ଦର୍ଶକ । କହିବାକୁ ଗଲେ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ ହୋଇଛି । ତେବେ ସାମନ୍ଥା ମିଡିଆରେ ବେଶ ସକ୍ରିୟ ଥାଆନ୍ତି । କେତେବେଳେ ସେ ଟ୍ରୋଲରଙ୍କ କ୍ଲାସ ଲଗାଇଥାଆନ୍ତି ତ ଆଉ କେତେବେଳେ ଫ୍ୟାନ୍ସଙ୍କ ତାରିଫ କରିଥିବା ଦେଖିବାକୁ ମିଳିଥାଏ । ନିକଟରେ ଜଣେ ଫ୍ୟାନ୍ସ ଅଭିନେତ୍ରୀଙ୍କ ପୁରୁଣା ମାର୍କସିଟ୍ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଏଥିରେ ଉପରେ ଅଭିନେତ୍ରୀ ନିଜେ ପ୍ରତିକ୍ରିୟା ମଧ୍ଯ ଦେଇଥିବା ଦେଖିବାକୁ ମିଳିଛି । ସାମନ୍ଥାଙ୍କ ଦଶମ ଶ୍ରେଣୀର ଏହି ମାର୍କସିଟ୍ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି। ଭାଇରାଲ ମାର୍କସିଟ୍ ରେ ଦେଖିଲେ ମନେ ହେଉଛି କି ଅଭିନେତ୍ରୀ ପିଲାବେଳେ ପାଠପଢାରେ ବେଶ ହୁସିଆର ଥିଲେ ।

ଫ୍ୟାନ୍ସ ଜଣଙ୍କ ସାଉଥ ସୁନ୍ଦରୀଙ୍କ ଏହି ମାର୍କସିଟ୍ ସେୟାର କରିବା ସହ ଟ୍ୱିଟରେ ଲେଖିଛନ୍ତି ଯେ, “ଟପ୍ପର ସର୍ବଦା ଟପ୍ପର ହୋଇଥାଏ । ସେ ସମସ୍ତ ଭୂମିକାରେ ବେଶ ଭଲ ଭାବରେ ଅଭିନୟ କରିଛନ୍ତି । ଜଣେ ଛାତ୍ରୀ, ଝିଅ, ଅଭିନେତ୍ରୀ, ପତ୍ନୀ, ବୋହୂ କିମ୍ବା ମାତା ଅଟନ୍ତି । ସାମନ୍ଥା ଲକ୍ଷ ଲକ୍ଷ ହୃଦୟ ଜିତିଛନ୍ତି । ଏହା ହେଉଛି ସାମନ୍ଥାଙ୍କ ପ୍ରୋଗ୍ରେସ ରିପୋର୍ଟ” । ଏହି ଟ୍ବଟରେ ପ୍ରତିକ୍ରିୟା ଦେଇ ଅଭିନେତ୍ରୀ ଲେଖିଛନ୍ତି, ହାହା ଏହା ପୁଣି ଭାଇରାଲ ହୋଇଛି । ତେବେ ଅଭିନେତ୍ରୀଙ୍କ ଏହି ପ୍ରତିକ୍ରିୟା ପରେ ବହୁ ପ୍ରଶଂସକ ସେହି ଟ୍ବଇଟରେ ହାର୍ଟ ଇମୋଜି ଦେବା ସହ ଅଭିନେତ୍ରୀଙ୍କୁ ପ୍ରଶଂସା କରିଛନ୍ତି ।

ପ୍ରକାଶ ଥାଉ କି, 'ଶକୁନ୍ତଲାମ' (Shakuntalam) ତେଲୁଗୁ ଭାଷାର ଏକ ପୌରାଣିକ ଡ୍ରାମା ଫିଲ୍ମ ଅଟେ । ଗୁଣଶେଖର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଚଳଚ୍ଚିତ୍ରଟି ୧୪ ଏପ୍ରିଲରେ ତେଲୁଗୁ, ତାମିଲ, ମାଲାୟାଲମ୍, କନ୍ନଡ ଓ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିଥିଲା। ୮୦ କୋଟି ବଜେଟରେ ତିଆରି ହୋଇଥିବା ଫିଲ୍ମଟି ବକ୍ସ ଅଫିସରେ କିଛି ଖାସ ପ୍ରର୍ଦଶନ କରିପାରିନାହିଁ । ତେବେ ଆଗକୁ ରୋମାଣ୍ଟିକ ଡ୍ରାମା ଫିଲ୍ମ “ଖୁସି”ରେ ଅଭିନେତା ବିଜୟ ଦେବରାକୋଣ୍ତଙ୍କ ବିପକ୍ଷରେ ନଜର ଆସିବେ ଅଭିନେତ୍ରୀ । ଏହାସହ ଆକ୍ସନ ଥ୍ରୀଲର ୱେବ ସିରିଜ “ସିଟାଡ଼େଲ” (citadel) ସାମନ୍ଥା ବଲିଉଡ଼ ଅଭିନେତା ବରୁଣ ଧାୱନଙ୍କ ସହ ନଜର ଆସିବେ ।

ସୂଚନାଯୋଗ୍ୟ, ନିକଟରେ ନିର୍ଦ୍ଦେଶକ ଚିତିବାବୁ (Chittibabu) ଅଭିନେତ୍ରୀଙ୍କ ବିରୋଧରେ ଏକ ବୟାନ ଦେଇଥିଲା । ଯାହାକୁ ନେଇ ଏବେ ବି ଚର୍ଚ୍ଚା ଜୋର ଧରିଛି । ଏକ ସାକ୍ଷାତକାରରେ କହିଥିଲେ ଯେ, ଜଣେ "ଷ୍ଟାର୍ ହିରୋଇନ୍" ଭାବରେ ସାମନ୍ଥାଙ୍କ କ୍ୟାରିୟର୍ ସମାପ୍ତ ହୋଇଛି । ସେ ବର୍ତ୍ତମାନ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନ୍ ପାଇଁ "ଶସ୍ତା କୌଶଳ" ବ୍ୟବହାର କରୁଛନ୍ତି। ସେ ଆଉ ମଧ୍ଯ କହିଛନ୍ତି, ଯେ “ଛାଡପତ୍ର ପରେ ସାମନ୍ତ 'ପୁଷ୍ପା ଦି ରାଇଜ୍'ରେ (pushpa: the rise ) ଆଇଟମ୍' ଗୀତ କରିଥିଲେ । ସେ ନିଜ ରୋଜଗାର ପାଇଁ ଏହା କରିଥିଲେ । ଷ୍ଟାର ହିରୋଇନ୍ ମାନ୍ୟତା ହରାଇବା ପରେ ତାଙ୍କୁ ଯାହା ଅଫର୍ ହେଉଛି ସେ ତାହା କରୁଛନ୍ତି । ଜଣେ ଅଭିନେତ୍ରୀ ଭାବରେ ତାଙ୍କର କ୍ୟାରିୟର୍ ସମାପ୍ତ ହୋଇଛି । ସେ ପୁଣି ଥରେ ଆଉ ଷ୍ଟାର ଡମକୁ ଫେରି ପାରିବେ ନାହିଁ । ତାଙ୍କୁ ଯେଉଁ ସବୁ ଅଫର ମିଳୁଛି ତାହା ମାଧ୍ୟରେ ସେ ତାଙ୍କର ଯାତ୍ରା ଜାର ରଖିବା ଉଚିତ୍” । ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି, ଫିଲ୍ମ “ଯଶୋଦା”ର (Yashoda) ପ୍ରମୋଶନ ସମୟରେ ଫିଲ୍ମ ହିଟ୍ କରିବା ଲାଗି ଅଭିନେତ୍ରୀ ଲୁହର ସହାୟତା ନେଇଥିଲେ । ବର୍ତ୍ତମାନ 'ଶକୁନ୍ତଲାମ' ଲାଗି ମଧ୍ଯ ସହାନୁଭୂତି ପାଇବାକୁ ପାଇଁ ସେ ଚେଷ୍ଟା କରୁଛନ୍ତି । ଏଥିଲାଗି ସେ କହିଛନ୍ତି ଯେ, ମୃତ୍ୟୁ ପୂର୍ବରୁ ଏହି ଭୂମିକାରେ କାମ କରିବାକୁ ସେ ଯୋଜନା ରଖିଥିଲେ। ଏହା ରେକର୍ଡରେ ଗଲା ଯେ ସେ ତାଙ୍କ ଗଳାରୁ ସ୍ୱର ବାହାର କରିପାରୁ ନ ଥିବାରୁ ସେ କଥା କହିବାକୁ ଅସମର୍ଥ । ସେ ଆହୁରି ମଧ୍ୟ କହିଛନ୍ତି ଯେ 'ଶକୁନ୍ତଲାମ'ରେ (Shakuntalam) ସାମନ୍ଥାଙ୍କୁ ମୁଖ୍ୟ ଭୂମିକାରେ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ କହିଛନ୍ତି, “ପ୍ରତ୍ୟେକ ଥର ଇମୋସନାଲ ହେବା କାମ ଦେବ ନାହିଁ। ଯଦି ଭୂମିକା ଓ ଚଳଚ୍ଚିତ୍ର ଭଲ ଥିବା ତେବେ ଦର୍ଶକ ନିଶ୍ଚୟ ଦେଖିବେ। ଏସବୁ ସବୁ ଶସ୍ତା ଓ ପାଗଳାମୀ ଅଟେ। ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ, ହିରୋଇନ୍ ମାନ୍ୟତା ହରାଇଥିବା ଶକୁନ୍ତଲାଙ୍କ ଭୂମିକା ପାଇଁ ସେ କିପରି ଫିଟ୍? ମୋର “ଶକୁନ୍ତଲାମ” ପ୍ରତି କୌଣସି ଆଗ୍ରହ ନାହିଁ।

 

Read More
{}{}