Hindi News >>Home >>Odisha Entertainment

Shreyas Talpade: 'ଏହା ମୋର ଦ୍ବିତୀୟ ଜନ୍ମ'... ସୁସ୍ଥ ହେବା ପରେ ଏପରି କାହିଁକି କହିଲେ ଶ୍ରେୟାସ

Shreyas Talpade: ବଲିଉଡ଼ ଅଭିନେତା ଶ୍ରେୟାସ ତାଲପଡ଼େ ଡିସେମ୍ବର ୧୪ରେ ହୃଦଘାତର ଶିକାର ହୋଇଥିଲା । ଏହାପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲ । ଅଭିନେତାଙ୍କ ହୃଦଘାତର ଖବର ସାମ୍ନାକୁ ଆସିବା ପରେ ଭାଙ୍ଗି ପଡ଼ିଥିଲେ ଶ୍ରେୟାସଙ୍କ ବହୁ ପ୍ରଶଂସକ । ତେବେ ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ଥିବା ଶ୍ରେୟସ୍ ନିଜର ଏହି ଭୟଙ୍କର ଅନୁଭୂତି ନେଇ ମୁହଁ ଖୋଲିଛନ୍ତି ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jan 04, 2024, 10:56 AM IST

Shreyas Talpade: ବଲିଉଡ଼ ଅଭିନେତା ଶ୍ରେୟାସ ତାଲପଡ଼େ ଡିସେମ୍ବର ୧୪ରେ ହୃଦଘାତର ଶିକାର ହୋଇଥିଲା । ଏହାପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲ । ଅଭିନେତାଙ୍କ ହୃଦଘାତର ଖବର ସାମ୍ନାକୁ ଆସିବା ପରେ ଭାଙ୍ଗି ପଡ଼ିଥିଲେ ଶ୍ରେୟାସଙ୍କ ବହୁ ପ୍ରଶଂସକ । ତେବେ ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ଥିବା ଶ୍ରେୟସ୍ ନିଜର ଏହି ଭୟଙ୍କର ଅନୁଭୂତି ନେଇ ମୁହଁ ଖୋଲିଛନ୍ତି ।

ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରେୟାସ କହିଛନ୍ତି, ‘ଏହା ପୂର୍ବରୁ ମୁଁ କେବେ ଡାକ୍ତରଖାନାରେ ଭର୍ତ୍ତି ହୋଇନଥିଲି । ଏମିତି କି ଫାକ୍ସଚର ସମୟରେ ମଧ୍ୟ ନୁହେଁ, ନିଜ ସ୍ୱାସ୍ଥ୍ୟକୁ କଦାପି ହାଲୁକା ଭାବେ ନିଅନ୍ତୁ ନାହିଁ । ଜୀବନ ଅଛି ତ ଦୁନିଆ ଅଛି । ଏହି ପ୍ରକାରର ଅନୁଭୂତି ଜୀବନ ପ୍ରତି ତୁମର ଦୃଷ୍ଟିକୋଣକୁ ବଦଳାଇଥାଏ । ମୁଁ ୧୬ ବର୍ଷ ବୟସରେ ଥିଏଟର କରିବା ଆରମ୍ଭ କରିଥିଲି ଓ ୨୦ ବର୍ଷ ବୟସରେ ଜଣେ ପେଶାଦାର ଅଭିନେତା ହୋଇଥିଲି । ମୁଁ ଗତ ୨୮ ବର୍ଷ ଧରି କେବଳ ମୋ କ୍ୟାରିୟର ଉପରେ ଧ୍ୟାନ ଦେଉଛି । ଆମେ ଆମ ପରିବାରକୁ ହାଲକାରେ ନେଉଥାଉ, ଆମେ ଭାବୁ ଆମ ପାଖରେ ସମୟ ଅଛି’ ।

ସେ ଆଉ ମଧ୍ଯ କହିଥିଲେ – ‘ମୁଁ ଗତ ଅଢେଇ ବର୍ଷ ଧରି ନନଷ୍ଟପ୍ କାମ କରିବା ସହ ଚଳଚ୍ଚିତ୍ର ପାଇଁ ଭ୍ରମଣ କରୁଥିଲେ । ଗତ କିଛି ମାସ ଧରି କ୍ଳାନ୍ତ ଓ ଅଣନିଶ୍ବାସୀ ଲାଗିବାରୁ ମୁଁ ମୋର ସବୁ ପରୀକ୍ଷା କରାଇଥିଲି । କୋଲେଷ୍ଟ୍ରୋଲ ଅଧିକ ଥିବାରୁ ମୁଁ ଔଷଧ ଖାଇବା ଆରମ୍ଭ କରିଥିଲି’ । ‘ଘଟଣା ଦିନ ମୁମ୍ବାଇରେ ଫିଲ୍ମ ସୁଟିଂ ଶେଷ ହେବା ପରେ ମୋତେ ଅସୁସ୍ଥ ଅନୁଭବ ହୋଇଥିଲା । ମୋ ବାମ ହାତରେ ଯନ୍ତ୍ରଣା ହେବାରୁ ମୁଁ ବହୁ କଷ୍ଟରେ ସେଟରୁ ବାହାରକୁ ଆସିଲି । ପ୍ରଥମେ ହସ୍ପିଟାଲ ଯିବି ଭାବିଥିଲେ ହେଲେ ଘରକୁ ଚାଲିଯାଇଥିଲି । ଘରକୁ ଯିବା ପରେ ପତ୍ନୀ ମୋ ଅବସ୍ଥା ଦେଖି ମୋତେ ତୁରନ୍ତ ହସ୍ପିଟାଲ ନେଇଥିଲେ । ହସ୍ପିଟାଲ ଗେଟ୍ ଯାଏଁ ମୋର ଚେତା ଥିଲା । ହେଲେ ଏହାପରେ ମୋର ହୃଦଘାତ ହେବାରୁ ମୁଁ ଚେତା ହରାଇଥିଲି । ନିଶ୍ବାସ ମଧ୍ଯ ବନ୍ଦ ହୋଇଯାଇଥିଲା । ମୋ ଅବସ୍ଥା ଦେଖି ଡାକ୍ତର ତୁରନ୍ତ ସିପିଆର ଓ ଇଲେକ୍ଟ୍ରିକ୍ ସକ୍ ଦେବାରୁ ମୋର ଚେତା ଫେରିଥିଲା । ଏବେ ମୋତେ ଦ୍ବିତୀୟ ଜୀବନ ମିଳିଛି’ ।

ପ୍ରକାଶଥାଉ କି, ଶ୍ରେୟାସ ତାଲପଡେ ଅନେକ ବଲିଉଡ ଫିଲ୍ମରେ କାମ କରିଛନ୍ତି। ‘ଦିଲ୍ ଦୋସ୍ତି ଏକ୍ସଟ୍ରା’, ‘ଗୋଲମାଲ୍’, ‘ହମ୍ ତୁମ୍ ଶବାନା’, ‘ପୋଷ୍ଟର ବଏ’ ଭଳି ଅନେକ ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବେଶ ପସନ୍ଦ କରିଥିଲେ ଦର୍ଶକ। ‘ଇକବା ‘ଚଳଚ୍ଚିତ୍ର’ ପାଇଁ ତାଙ୍କୁ ବହୁତ ପ୍ରଶଂସା କରାଯାଇଥିଲା। ସେ ନାସିରୁଦ୍ଦିନ ଶାହାଙ୍କ ସହ ଏହି ଫିଲ୍ମରେ ଅଭିନୟ କରିଥିଲେ।

 

 

Read More
{}{}