Hindi News >>Home >>Odisha Entertainment

Ritesh Deshmukh Birthday: ଏହି ଫିଲ୍ମ ବଦଳାଇଥିଲା ରିତେଶଙ୍କ ଭାଗ୍ୟ!

Ritesh Deshmukh: ବଲିଉଡ ଅଭିନେତା ରିତେଶ ଦେଶମୁଖ । ଏହି ନାଁ ପାଇଁ ହୁଏତ କୌଣସି ପରିଚୟର ଆବଶ୍ୟତା ନାହିଁ। କମେଡିଠାରୁ ଆରମ୍ଭ କରି ସରିୟସ୍ ଓ ଭିଲେଆନ୍ ସବୁ ଭୂମିକାରେ ସେ ଫିଟ୍ । ତେବେ ଆଜି ହେଉଛି ରିତେଶଙ୍କ ଜନ୍ମଦିନ । 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Dec 17, 2023, 09:47 AM IST

Ritesh Deshmukh Birthday: ବଲିଉଡ ଅଭିନେତା ରିତେଶ ଦେଶମୁଖ । ଏହି ନାଁ ପାଇଁ ହୁଏତ କୌଣସି ପରିଚୟର ଆବଶ୍ୟତା ନାହିଁ। କମେଡିଠାରୁ ଆରମ୍ଭ କରି ସରିୟସ୍ ଓ ଭିଲେଆନ୍ ସବୁ ଭୂମିକାରେ ସେ ଫିଟ୍ । ତେବେ ଆଜି ହେଉଛି ରିତେଶଙ୍କ ଜନ୍ମଦିନ । ୪୫ ବର୍ଷରେ ପର୍ଦାପଣ କରିଛନ୍ତି ବଲିଉଡ଼ର ଏହି ଷ୍ଟାର ଅଭିନେତା ।

ରିତେଶ 'ତୁଜେ ମେରି କସମ' ଚଳଚ୍ଚିତ୍ର ରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଏଥିରେ ରିତେଶଙ୍କ ସହ ପତ୍ନୀ ଜେନେଲିଆ ଡି’ସୁଜା ମଧ୍ୟ ନଜର ଆସିଥିଲେ। କିନ୍ତୁ ଡେବ୍ୟୁ ଚଳଚ୍ଚିତ୍ରରେ ଏତେଟା ଲୋକପ୍ରିୟତା ହାସଲ କରିପାରିନଥିଲେ ଅଭିନେତା । ପରେ ୨୦୦୪ରେ ମୁକ୍ତିଲାଭ କରିଥିବା କମେଡ଼ି ଫିଲ୍ମ 'ମସ୍ତି' ତାଙ୍କୁ ରାତାରାତି ଷ୍ଟାର ବନାଇଥିଲା । ​​ଏହି ଫିଲ୍ମରେ ରିତେଶଙ୍କ ଦମଦାର ଅଭିନୟ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ହୃଦୟକୁ ଛୁଇଁଥିଲା । କେବଳ ହିନ୍ଦୀ ନୁହଁନ୍ତି ମରାଠୀ ସିନେମାରେ ମଧ୍ୟ ସେ ନଜର ଆସିଛନ୍ତି ।

 

 
 
 
 

 
 
 
 
 
 
 
 
 
 
 

A post shared by Genelia Deshmukh (@geneliad)

ବେଶ ହିଟ୍ ଜେନେଲିଆ ଓ ରିତେଶଙ୍କ ଯୋଡ଼ି

ରିତେଶ-ଜେନେଲିଆଙ୍କ ଯୋଡ଼ି ବି ଟାଉନର ବେଶ ଲୋକପ୍ରିୟ ଅଟେ । ପ୍ରାୟ ୧୦ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଉଭୟ ୨୦୧୨ ମସିହା ଫେବୃଆରୀ ୩ ରେ ବିବାହ କରିଥିଲେ । ଏବେ ତାଙ୍କର ଦୁଇ ପୁଅ ମଧ୍ଯ ରହିଛନ୍ତି ।

 

 

Read More
{}{}