Hindi News >>Home >>Odisha Entertainment

Bollywood: ପୁଅ ଦରକାର ନା ଝିଅ? ଏଭଳି ଉତ୍ତର ରଖିଲେ ରଣବୀର ସିଂହ...

Bollywood News: ଗର୍ଭବତୀ ଅଛନ୍ତି ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ (Deepika Padukone)। ଏହି ଖୁସି ଖବରକୁ ଗତ ଫେବୃୟାରୀ ମାସରେ ରଣଭୀର ସିଂ ଓ ଦୀପିକା ପାଦୁକୋନ ସୋସିଆଲ ମିଡ଼ିଆ ପୋଷ୍ଟ ମାଧ୍ୟମରେ ଫ୍ୟାନ୍ସଙ୍କୁ ଜଣାଇଥିଲେ ।

Advertisement
Bollywood: ପୁଅ ଦରକାର ନା ଝିଅ? ଏଭଳି ଉତ୍ତର ରଖିଲେ ରଣବୀର ସିଂହ...
Stop
Payal Priyadarshini|Updated: Apr 18, 2024, 02:19 PM IST

Bollywood News: ଗର୍ଭବତୀ ଅଛନ୍ତି ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ (Deepika Padukone)। ଏହି ଖୁସି ଖବରକୁ ଗତ ଫେବୃୟାରୀ ମାସରେ ରଣବୀର ସିଂ ଓ ଦୀପିକା ପାଦୁକୋନ ସୋସିଆଲ ମିଡ଼ିଆ ପୋଷ୍ଟ ମାଧ୍ୟମରେ ଫ୍ୟାନ୍ସଙ୍କୁ ଜଣାଇଥିଲେ ।

ନିକଟରେ ବାପା ହେବାକୁ ନେଇ ଏକ ସୁନ୍ଦର ପ୍ରତିକ୍ରିୟା ଦେଇଛନ୍ତି ଅଭିନେତା ରଣବୀର । ଯାହାକୁ ଶୁଣିବା ପରେ ଦୀପବୀରଙ୍କ ଫ୍ୟାନ୍ସମାନେ ପ୍ରଂଶସା କରିଥିବା ଦେଖିବାକୁ ମିଳିଛି। ବାସ୍ତବରେ, ରଣବୀରଙ୍କୁ ପୁତ୍ର ସନ୍ତାନ ନା କନ୍ୟା ସନ୍ତାନ ଦରକାର ବୋଲି ପ୍ରଶ୍ନ ପଚରା ଯାଇଥିଲା । ତେବେ ଏହି ପ୍ରଶ୍ନରେ ରଣବୀର ଦେଇଥିବା ପ୍ରତିକ୍ରିୟାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ଏହି ଭିଡ଼ିଓରେ ରଣବୀର କହିଛନ୍ତି, ଯେତେବେଳେ କୌଣସ ଭକ୍ତ ମନ୍ଦିରକୁ ଯାଇଥାଆନ୍ତି ତାଙ୍କୁ ସେଠାରେ ପଚରାଯାଇନଥାଏ କି ଆପଣ ପ୍ରସାଦରେ ଲଡୁ ନେବେ ନା ଶିରା । ଯାହାବି ପ୍ରସାଦରେ ମିଳିଥାଏ ତାହା ଆମେ ଶ୍ରଦ୍ଧାର ସହ ଗ୍ରହଣ କରିଥାଉ । ମୋ ମତରେ ମୋ ମତରେ ଶିଶୁ ବି ହେଉଛି ଭଗବାନଙ୍କ ପ୍ରସାଦ। ପୁଅ କି ଝିଅ ଏଥିରେ ବାଛ ବିଚାର କରିବା ଆଦୌ ଉଚିତ୍ ନୁହେଁ। ଯେଉଁମାନେ ବି ଏମିତି କରୁଛନ୍ତି ସେମାନଙ୍କୁ ମୋର ଅନୁରୋଧ ଏଥିରୁ ନିବୃତ୍ତ ରୁହନ୍ତୁ। ତେଣୁ ଭଗବାନ ଆମ ଦୁହିଁଙ୍କ ପାଇଁ ଯାହା ଠିକ୍ ଭାବି ପଠାଇଛନ୍ତି ମୁଁ ତାହାକୁ ଖୁବ ଖୁସିରେ ଗ୍ରହଣ କରିବି। ବାପା ହେବାର ସୌଭାଗ୍ୟ ଦେଇଥିବାରୁ ଭଗବାନଙ୍କ ନିକଟରେ ମୁଁ କୃତଜ୍ଞ।’

Also Read- Alia Bhatt: ବିଶ୍ବର ୧୦୦ ପ୍ରଭାବଶାଳୀଙ୍କ ତାଲିକାରେ ଆଲିଆ ଭଟ୍ଟ

ବିହାର ୬ ବର୍ଷ ପରେ ନିଜ ପ୍ରଂଶସକଙ୍କୁ ଗୁଡ଼ ନ୍ୟୁଜ ଦେଇଥିଲେ ଦୀପିଭୀର। ଦୀପିକା ଗତ ଫେବୃୟାରୀ ମାସରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ । ଧଳା ରଙ୍ଗର ଏହି ପୋଷ୍ଟରେ ଶିଶୁ ମାନଙ୍କର ବିଭିନ୍ନ ବସ୍ତୁର ଫଟୋ ସହ ସେପ୍ଟେମ୍ବର ୨୦୨୪ ବୋଲି ଲେଖାଯାଇଥିଲା। ତଳେ ଦୀପିକା ଓ ରଣବୀରଙ୍କ ନାମ ମଧ୍ଯ ରହିଥିଲା । ପ୍ରକାଶ ଥାଉ କି, ପରସ୍ପରକୁ ଦୀର୍ଘ ଦିନ ଧରି ଡେଟ୍ କରିବା ପରେ ୨୦୧୮ ମସିହାରେ ପରସ୍ପରକୁ ଜୀବନସାଥୀ କରିଥିଲେ ଦୀପିକା ଓ ରଣବୀର ।

 

 

 

 

{}{}