Hindi News >>Home >>Odisha Entertainment

Parineeti Chopra: ରାଜନୀତିରେ ଏଣ୍ଟ୍ରି ମାରିବେ ପରିଣୀତି! କହିଲେ....

Parineeti Chopra: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା (Parineeti Chopra) ଚଳିତ ବର୍ଷ ସେପ୍ଟେମ୍ବର ୨୪ରେ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢାଙ୍କୁ (Raghav Chadha) ବିବାହ କରିଥିଲେ । ରାଜସ୍ଥାନ ଉଦୟପୁରରେ ପରସ୍ପରକୁ ସାତ ଜନ୍ମର ସାଥୀ କରିଥିଲେ ପରିଣୀତି ଓ ରାଘବ (Parineeti Raghav) । 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Dec 11, 2023, 10:59 AM IST

Parineeti Chopra: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା (Parineeti Chopra) ଚଳିତ ବର୍ଷ ସେପ୍ଟେମ୍ବର ୨୪ରେ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢାଙ୍କୁ (Raghav Chadha) ବିବାହ କରିଥିଲେ । ରାଜସ୍ଥାନ ଉଦୟପୁରରେ ପରସ୍ପରକୁ ସାତ ଜନ୍ମର ସାଥୀ କରିଥିଲେ ପରିଣୀତି ଓ ରାଘବ (Parineeti Raghav) । ତେବେ ବିବାହ ପରେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହୁଛନ୍ତି ଏହି ଷ୍ଟାର ଦମ୍ପତ୍ତି । ତେବେ ବର୍ତ୍ତମାନ କୁଆଡ଼େ ଅଭିନେତ୍ରୀ ରାଜନୀତିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ବାସ୍ତବରେ, ନିକଟରେ ପରିଣୀତି ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେଠାରେ ତାଙ୍କୁ ରାଜନୀତିରେ ଯୋଗଦେବାର ସମ୍ଭାବନା ନେଇ ପ୍ରଶ୍ନ ପଚରାଯାଇଥିଲା । ତେବେ ଏହି ପ୍ରଶ୍ନ ଶୁଣିବା ପରେ ବେଶ ମଜାଳିଆ ଢଙ୍ଗରେ ଏହାର ଉତ୍ତର ଦେଇଥିଲେ ଅଭିନେତ୍ରୀ । ପରିଣୀତି କହିଥିଲେ, ‘ରାଘବ ବଲିଉଡ଼ ବିଷୟରେ କିଛି ଜାଣନ୍ତି ନାହିଁ ଏବଂ ମୁଁ ରାଜନୀତି ବିଷୟରେ ବିନ୍ଦୁ ବିର୍ସଗ ଜାଣେ ନାହିଁ । ତେଣୁ ମୁଁ ଭାବୁ ନାହିଁ ଯେ ଆପଣ  ମୋତେ ରାଜନୀତିରେ ଯୋଗ ଦେବାର ଦେଖିବେ’ । ନିଜର ବିହାହିତ ଜୀବନକୁ ନେଇ ସେ କହିଛନ୍ତି,‘ଆମର କୌଣସି ଧାରଣା ନଥିଲା ଆମେ ପୂରା ଦେଶରୁ ଭଲ ପାଇବା ପାଇବୁ। ‘ମୁଁ ଭାବୁଛି ଯଦି ଆପଣ ଠିକ୍ ମଣିଷ ସହ ଅଛନ୍ତି ତାହାଲେ ବିବାହିତ ଜୀବନ ସର୍ବୋତ୍ତମ । କର୍ମମୟ ଜୀବନରେ ସଠିକ୍ ସନ୍ତୁଳନ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ’ ।

 

 
 
 
 

 
 
 
 
 
 
 
 
 
 
 

A post shared by @parineetichopra

ପ୍ରକାଶ ଥାଉ କି, ଗତ ମାସରେ ସ୍ବାମୀ ରାଘବଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ବେଳେ ଅଭିନେତ୍ରୀ ପୋଷ୍ଟ କରି ଲେଖିଥିଲେ, ‘ଭଗବାନଙ୍କ ଦ୍ବାରା ଦିଆଯାଇଥିବା ମୋର ସର୍ବୋତ୍ତମ ଉପହାର, ମେରି ସଗାଇ! । ତୁମର ଶାନ୍ତି ମୋର ଔଷଧ । ଆଜି ମୋର ପ୍ରିୟ ଦିନ କାରଣ ମୋ ପାଇଁ ତୁମେ ଆଜି ଜନ୍ମ ହୋଇଛ । ଜନ୍ମଦିନର ଶୁଭେଚ୍ଛା ସ୍ବାମୀ । ମୋତେ ପୁନର୍ବାର ବାଛିବା ପାଇଁ ଧନ୍ୟବାଦ’ ।

 

{}{}