Hindi News >>Home >>Odisha Entertainment

Vidyut Jammwal:'କ୍ରାକ୍' ରିଲିଜ୍ ପୂର୍ବରୁ କାହିଁକି ଥାନାକୁ ଟଣା ହେଲେ ବିଦ୍ୟୁତ ଜମୱାଲ୍?

Vidyut Jammwal: ପୁଣି ଚର୍ଚ୍ଚାରେ ବଲିଉଡ଼ ଅଭିନେତା ବିଦ୍ୟୁତ ଜମୱାଲ୍ (Vidyut Jammwal)। ତାଙ୍କ ଆଗାମୀ ଫିଲ୍ମ ' କ୍ରାକ୍' କୁ ନେଇ ସେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହାରି ଭିତରେ ଆଉ ଏକ ଚମକାଇଦେଲା ପରି ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।  ବିଦ୍ୟୁତ୍ ଏବେ ରେଳବାଇ ହେପାଜତରେ ଅଛନ୍ତି। 

Advertisement
Vidyut Jammwal:'କ୍ରାକ୍' ରିଲିଜ୍ ପୂର୍ବରୁ କାହିଁକି ଥାନାକୁ ଟଣା ହେଲେ ବିଦ୍ୟୁତ ଜମୱାଲ୍?
Stop
Zee Odisha Desk|Updated: Feb 11, 2024, 10:40 AM IST

Vidyut Jammwal: ପୁଣି ଚର୍ଚ୍ଚାରେ ବଲିଉଡ଼ ଅଭିନେତା ବିଦ୍ୟୁତ ଜମୱାଲ୍ (Vidyut Jammwal)। ତାଙ୍କ ଆଗାମୀ ଫିଲ୍ମ ' କ୍ରାକ୍' କୁ ନେଇ ସେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହାରି ଭିତରେ ଆଉ ଏକ ଚମକାଇଦେଲା ପରି ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।  ବିଦ୍ୟୁତ୍ ଏବେ ରେଳବାଇ ହେପାଜତରେ ଅଛନ୍ତି। କାହିଁକିନା ସେ ଏକ ବିପଦପୂର୍ଣ୍ଣ ଷ୍ଟଣ୍ତ କରି ଗିରଫ ହୋଇଛନ୍ତି।  

 

 
 
 
 

 
 
 
 
 
 
 
 
 
 
 

A post shared by Vidyut Jammwal (@mevidyutjammwal)

ସୂଚନା ଅନୁସାରେ, ମୁମ୍ବାଇ ନ୍ୟୁଜ୍ ଡଟ୍ କମ୍ ରେଳବାଇ ସୁରକ୍ଷା ବଳ (RPF)ର ବାନ୍ଦ୍ରା କାର୍ଯ୍ୟାଳୟରୁ ବିଦ୍ୟୁତ୍  ଜମୱାଲ୍ ଙ୍କ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସେ ପୋଲିସ୍ ଷ୍ଟେସନରେ ବସିଥିବା ନଜର ଆସିଛନ୍ତି। ଆରପିଏଫ୍ କାର୍ଯ୍ୟାଳୟ ବାନ୍ଦ୍ରା ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରେ ଅବସ୍ଥିତ। ସୂଚନା ଅନୁସାରେ, ବିପଦପୂର୍ଣ୍ଣ ଷ୍ଟଣ୍ଟ ପ୍ରଦର୍ଶନ କରିଥିବା ଅଭିଯୋଗରେ ଅଭିନେତାଙ୍କୁ ଅଟକ ରଖାଯାଇଥିଲା। କିନ୍ତୁ ଏ-ପର୍ଯ୍ୟନ୍ତ ଅଭିଯୋଗର କୌଣସି ଅଫିସିଆଲ୍ ନିଶ୍ଚିତତା ନାହିଁ। ନିକଟରେ ଅର୍ଥାତ୍ ଡିସେମ୍ବର ୧୦ରେ ବିଦ୍ୟୁତ୍ ଜମୱାଲ୍ ଙ୍କର ଜନ୍ମଦିନ ଥିଲା। ସେହି ଦିନ ଅଭିନେତା ନିଜ ଇନଷ୍ଟାରେ ନିଜର ନ୍ୟୁଡ୍ ଫଟୋ ସେୟାର କରିଥିଲେ। ଯେଉଁଥି ପାଇଁ ସେ ଚର୍ଚ୍ଚାରେ ରହିଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା। ଏବଂ ଏହି ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଯେଉଁଥି ପାଇଁ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଥିଲା। 

ବିଦ୍ୟୁତ ଜାମୱାଲଙ୍କ  ଅଭିନୀତ ଆଗାମୀ ଫିଲ୍ମ 'କ୍ରାକ ' ( Crakk - Jeethegaa Toh Jiyegaa!) ଚଳିତ ମାସ ୨୩ରେ ରିଲିଜ୍ ହେବାକୁ ଯାଉଛି। ଏଥିରେ ବିଦ୍ୟୁତ ଜାମୱାଲ, ଜ୍ୟାକଲିନ ଫର୍ଣ୍ଣାଣ୍ଡିସ, ନୋରା ଫତେହି ଓ  ଅର୍ଜୁନ ରାମପାଲ ଭଳି ତାରକା ମୁଖ୍ୟ ଭୂମିକାରେ ଅଛନ୍ତି ।  ଫିଲ୍ମର ଟିଜର ଆଉ ପୋଷ୍ଟର ଦେଖିବା ପରେ ପ୍ରଶଂସକମାନେ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ର ବିଦ୍ୟୁତ ଜାମୱାଲ ଏବଂ ନିର୍ଦ୍ଦେଶକ ଆଦିତ୍ୟ ଦତ୍ତଙ୍କ ଦ୍ୱିତୀୟ ଚଳଚ୍ଚିତ୍ର ଅଟେ । ଏମାନେ ପୂର୍ବରୁ ଆକ୍ସନ୍-ପ୍ୟାକର ଭରପୁର କମାଣ୍ଡୋରେ ଏକାଠି କାମ କରିଥିଲେ ।  କ୍ରାକ୍‌..ଜିତେଗା ତୋ ଜିଏଗା' ( Crakk - Jeethegaa Toh Jiyegaa!)ର ହେଉଛି ଏକ ସ୍ପୋର୍ଟ୍ସ୍‌ ଆକ୍ସନ୍ ଫିଲ୍ମ । 

{}{}