Hindi News >>Home >>Odisha Entertainment

Tiger 3: ରିଲିଜ୍ ହେଲା 'ଟାଇଗର ୩', ହିଟ୍ ନା ଫ୍ଲପ୍ ଫ୍ୟାନ୍ସ ଦେଲେ ଏଭଳି ରେସପନ୍ସ

Tiger 3 Box Office Collection Day 1: ପୁଣି ବଡ଼ ପରଦାରେ ଧମାଲ ମଚାଇବ କ୍ୟାଟ୍ ଓ ସଲୁ ମିଆଁଙ୍କ (salman khan) ଯୋଡି଼। ପୁଣି ଥରେ ଫ୍ୟାନ୍ସ ଦେଖିବାକୁ ପାଇବେ ଟାଇଗର (salman khan) ଓ ଜୋୟାଙ୍କ ରୋମାନ୍ସ । କାହିଁକିନା, ସଲମାନ୍ ଖାନ ଓ କ୍ୟାଟ୍ରିନା କୈଫଙ୍କ (katrina kaif) ଅଭିନୀତ ଫିଲ୍ମ 'ଟାଇଗର ୩' (Tiger 3) ଦୀପାବଳି ଅବସରରେ ରିଲିଜ୍ ହୋଇଛି। 

Advertisement
Tiger 3: ରିଲିଜ୍ ହେଲା 'ଟାଇଗର ୩', ହିଟ୍ ନା ଫ୍ଲପ୍ ଫ୍ୟାନ୍ସ ଦେଲେ ଏଭଳି ରେସପନ୍ସ
Stop
Zee Odisha Desk|Updated: Nov 12, 2023, 02:03 PM IST

Tiger 3 Box Office Collection Day 1: ପୁଣି ବଡ଼ ପରଦାରେ ଧମାଲ ମଚାଇବ କ୍ୟାଟ୍ ଓ ସଲୁ ମିଆଁଙ୍କ (salman khan) ଯୋଡି଼। ପୁଣି ଥରେ ଫ୍ୟାନ୍ସ ଦେଖିବାକୁ ପାଇବେ ଟାଇଗର (salman khan) ଓ ଜୋୟାଙ୍କ ରୋମାନ୍ସ । କାହିଁକିନା, ସଲମାନ୍ ଖାନ ଓ କ୍ୟାଟ୍ରିନା କୈଫଙ୍କ (katrina kaif) ଅଭିନୀତ ଫିଲ୍ମ 'ଟାଇଗର ୩' (Tiger 3) ଦୀପାବଳି ଅବସରରେ ରିଲିଜ୍ ହୋଇଛି। ପ୍ରଥମ ଦିନରୁ ହିଁ ଫିଲ୍ମଟିର କ୍ରେଜ୍ ବେଶ୍ ଅଧିକ ରହିଛି।  ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଥମ ଶୋ’ରୁ ହିଁ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି। ଫିଲ୍ମର ପ୍ରଥମ ଶୋ’ଦେଖି ପ୍ରଶଂସକମାନେ ଟାଇଗର-୩ ର ପ୍ରାରମ୍ଭିକ ସମୀକ୍ଷା ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏବଂ ଏହାକୁ ଏକ ବ୍ଲକବଷ୍ଟର ଘୋଷଣା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, “ୱାନୱର୍ଡ ରିଭ୍ୟୁ ଟାଇଗର ୩ ବ୍ଲକବଷ୍ଟର। ଏହା ସହିତ ଫିଲ୍ମକୁ ୫ରୁ ୪ ପଏଣ୍ଟ ଦେଇଛନ୍ତି। ଫ୍ୟାନ୍ସମାନେ ଏହି ଫିଲ୍ମକୁ ବଲିଉଡ ଇତିହାସର ସବୁଠାରୁ ବଡ ଆକ୍ସନ ଫିଲ୍ମ ବୋଲି କହୁଛନ୍ତି।

 

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଫିଲ୍ମଟି ପ୍ରଥମ ଦିନରେ, ପ୍ରାୟ ୩୫ ରୁ ୪୨ କୋଟି ଟଙ୍କା ସଂଗ୍ରହ କରିପାରିବ ବୋଲି ଆକଳନ କରାଯାଉଛି। ସିନେ ସମାଲୋଚକ ଗିରିଶ ଜୋହରଙ୍କ କହିବାନୁସାରେ, ଏହି ଫିଲ୍ମଟି ପ୍ରଥମ ଦିନରେ ବିଶ୍ୱରେ ୧୦୦ କୋଟି ଟଙ୍କା ଛୁଇଁବ ।  ଫିଲ୍ମର ଆକଳନକୁ ଦେଖିଲେ ଏହା ମଧ୍ୟ ସ୍ପଷ୍ଟ କରାଯାଇପାରେ ଯେ, ନିକଟରେ ମୁକ୍ତିଲାଭ କରିଥିବା  'ପଠାନ୍', 'ଜୱାନ୍' ଓ  'ଗଦ୍ଦର-୨' ର ରେକର୍ଡ ଭାଙ୍ଗି ପାରିବ ନାହିଁ  'ଟାଇଗର ୩' । ତେବେ, ଏହି ଫିଲ୍ମରେ ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ବ୍ୟତୀତ ଶାହରୁଖ ଖାନ ଓ ହ୍ରିତିକ ରୋଶନଙ୍କ କେମିଓ ମଧ୍ୟ ରହିଛି । ଆଦିତ୍ୟ ଚୋପ୍ରା ୟଶରାଜ ବ୍ୟାନର୍‌ ରେ ଏହି ଫିଲ୍ମକୁ ପ୍ରଡ୍ୟୁସ୍‌ କରିଛନ୍ତି । ୟଶରାଜ ଫିଲ୍ମ ସ୍ପାଇ ୟୁନିଭର୍ସର ଏହା ପଞ୍ଚମ ପିଲ୍ମ । ସଲମାନ ଓ କ୍ୟାଟ୍ରିନାଙ୍କ ବ୍ୟତୀତ ଏଥିରେ ଇମ୍ରାନ ହାସମି ଭିଲିଆନ ଭୂମିକାରେ ନଜର ଆସିବେ। 

 

Read More
{}{}