Hindi News >>Home >>Odisha Entertainment

Sunny Leone: ବାରଣାସୀରେ ସନି ଲିଓନି, କହିଲେ ମୋତେ ଯଦି...

Sunny Leone: ବଲିଉଡ ଅଭିନେତ୍ରୀ ସନି ଲିଓନି (Sunny Leone)। ସନି ଲିଓନି ଜଣେ ଜଣାଶୁଣା ଭାରତୀୟ ଅଭିନେତ୍ରୀ, ମଡେଲ ଏବଂ ପୂର୍ବତନ ପର୍ଣ୍ଣଷ୍ଟାର।  ନିକଟରେ ଅଭିନେତ୍ରୀ ସନି ଲିଓନି ବାରାଣାସୀ ଯାଇଥିଲେ।  ତେବେ, ଅଭିନେତ୍ରୀଙ୍କର ଏହି ଭିଡି଼ଓଟି ବର୍ତ୍ତମାନ ସୋସିଆଲ ମିଡି଼ଆରେ ଭାଇରାଲ୍ ହେଉଛି। 

Advertisement
Sunny Leone: ବାରଣାସୀରେ ସନି ଲିଓନି, କହିଲେ ମୋତେ ଯଦି...
Stop
Zee Odisha Desk|Updated: Nov 17, 2023, 04:13 PM IST

Sunny Leone: ବଲିଉଡ ଅଭିନେତ୍ରୀ ସନି ଲିଓନି (Sunny Leone)। ସନି ଲିଓନି ଜଣେ ଜଣାଶୁଣା ଭାରତୀୟ ଅଭିନେତ୍ରୀ, ମଡେଲ ଏବଂ ପୂର୍ବତନ ପର୍ଣ୍ଣଷ୍ଟାର। ସୋସିଆଲ ମିଡିଆରେ (Social Media) ଅଧିକ ଆକ୍ଟିଭ୍‌ ରହୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ନିକଟରେ ଅଭିନେତ୍ରୀ ସନି ଲିଓନି ବାରାଣାସୀ ଯାଇଥିଲେ।  ଯେଉଁଠାରେ ସେ ବାବା ବିଶ୍ବନାଥଙ୍କ ଦର୍ଶନ କରିବାର ସହିତ ଗଙ୍ଗା ଆଳତୀରେ (ganga aarti ) ମଧ୍ୟ ଯୋଗ ଦେଇଥିଲେ। ଏନେଇ ସନି ନିଜ ଇନଷ୍ଟାଗ୍ରାମରେ (instagram) ଏକ ଭିଡି଼ଓ (video) ସେୟାର କରିଛନ୍ତି।  ଯେଉଁଥିରେ ଅଭିନେତ୍ରୀ ଙ୍କ ସହ (Ex-IAS officer Abhishek Singh ) ପୂର୍ବତନ ଆଇଏଏସ୍ ଅଫିସର୍ ଅଭିଷେକ ସିଂଙ୍କ ସହ ନଜର ଆସିଛନ୍ତି।  ତେବେ, ଅଭିନେତ୍ରୀଙ୍କର ଏହି ଭିଡି଼ଓଟି ବର୍ତ୍ତମାନ ସୋସିଆଲ ମିଡି଼ଆରେ ଭାଇରାଲ୍ ହେଉଛି। 

 

 
 
 
 

 
 
 
 
 
 
 
 
 
 
 

A post shared by Sunny Leone (@sunnyleone)

ତେବେ, ବାରଣାସୀ ଆସି ସନି ଲିଓନି (Sunny Leone) ଖୁବ୍ ଖୁସି ଥିବା କହିଛନ୍ତି । ଏହା ସହ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ତାଙ୍କୁ ଫିଲ୍ମରେ କାମ କରିବାର ଇଚ୍ଛା ବହୁ ପୂର୍ବରୁ ଥିଲା। କିନ୍ତୁ ସୁଯୋଗ ମିଳୁ ନଥିଲା। ଜୀବନରେ ସ୍ବପ୍ନ ଦେଖିବା ଉଚିତ୍ , ସେଗୁଡିକୁ ପୂରଣ କରିବା ବି ଉଚିତ୍। ଏବଂ ସ୍ବପ୍ନ ପୂରଣ ପାଇଁ ଉଦ୍ୟମ ବି ଜାରି ରଖିବା ଉଚିତ୍।  ସିନି ବର୍ତ୍ତମାନ ନିଜ ମ୍ୟୁଜିକ୍ ଆଲବମ୍ ବା ଭିଡିଓର (new music video) ପ୍ରମୋସନ କରିବାରେ ଖୁବ୍ ବ୍ୟସ୍ତ ଅଛନ୍ତି। ସେ କହିଛନ୍ତି ଯେ , ଯେ କୌଣସି କାମ କରିବାକୁ ଆଗ୍ରହ ରହିବା ଉଚିତ୍। ହୃଦୟରୁ କରାଯାଉଥିବା ପ୍ରତ୍ୟକ କାର୍ଯ୍ୟ ଭଲ ହୋଇଥାଏ। ସେ  ଆହୁରି କହିଛନ୍ତି ଯେ, ମୋତେ ଯଦି ସୁଯୋଗ ମିଳେ, ମୁଁ ଧାର୍ମିକ ଚଳଚ୍ଚିତ୍ରରେ କାମ କରିବି।'

୧୯୮୧ ମସିହା ମେ ୧୩ ତାରିଖରେ ସନ୍ନି କାନାଡ଼ାରେ ଜଣେ ଭାରତୀୟ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସନ୍ନିଙ୍କ ପ୍ରକୃତ ନାମ କରଣଜିତ କୌର ଭୋହରା । କିନ୍ତୁ ସେ ନିଜ ଷ୍ଟେଜ ନାଁରେ ଅଧିକ ପରିଚିତ । ସନି ଲିଓନି କମ୍‌ ବୟସରେ ଅର୍ଥ ଅଭାବକୁ ଅତି ନିକଟରୁ ଦେଖିଥିଲେ। ଅର୍ଥ ରୋଜଗାର କରିବା ପାଇଁ ସେ ଆଡଲ୍‌ଟ ଫିଲ୍ମରେ କାମ କରିବାକୁ ଲାଗିଲେ । ସେବେଠାରୁ ସେ ସେହି ରାସ୍ତାର ପଥିକ ହୋଇଯାଇଥିଲେ । ସନି ପ୍ରଥମରୁ ଜଣେ ନର୍ସ ହେବା ପାଇଁ ଚିନ୍ତା କରିଥିଲେ । ଯାହାଦ୍ୱାରା ସେ ଲୋକଙ୍କ ସେବା କରି ପାରିବେ । ଏଥିପାଇଁ ସେ ନର୍ସିଂ ଟ୍ରେନିଂ ମଧ୍ୟ ନେଉଥିଲେ । ହେଲେ ପରସ୍ଥିତି ତାଙ୍କୁ ପର୍ଣ୍ଣ ଫିଲ୍ମରେ ଅଭିନୟ କରିବା ପାଇଁ ବାଧ୍ୟ କରିଥିଲା ।  ସନି ୨୦୧୨ ରେ ବଲିଉଡରେ ଡେବ୍ୟୁ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ‘ଜିସ୍ମ ୨’ । ସନି ଲିଓନି ପ୍ରଥମ ବଲିଉଡ ଅଭିନେତ୍ରୀ ଯିଏ ନିଜ ସହ ଅଭିନେତାଙ୍କ ଏଚଆଇଭି ଟେଷ୍ଟ ଦାବି କରିଥିଲେ । ତା ପରେ ଜ୍ୟାକପଟ (୨୦୧୩), ରାଗିଣି ଏମଏମଏସ ୨ (୨୦୧୪) ଓ ଏକ ପହେଲି ଲୀଲା (୨୦୧୫) ଚଳଚ୍ଚିତ୍ର ଗୁଡ଼ିକରେ ନଜର ଆସିଥିଲେ ।  ଯଦି ଆମେ ସନିଙ୍କ ପରିବାର ବିଷୟରେ କହିବା , ତେବେ ସନିଙ୍କ ସ୍ବାମୀ ହେଉଛନ୍ତି ଡାନିଏଲ୍  ଓ୍ବେବର (Daniel Weber) । ଏବଂ ସେ ଜଣେ ବ୍ୟବସାୟୀ  । ସନିଙ୍କର ତିନୋଟି ସନ୍ତାନ ମଧ୍ୟ ଅଛନ୍ତି । 

Read More
{}{}