Hindi News >>Home >>Odisha Entertainment

Jawan: 'ଗଦ୍ଦର ୨'କୁ ପଛରେ ପକାଇଲା 'ଜୱାନ୍’, ରିଲିଜର ୪ର୍ଥ ଦିନ ରୋଜଗାର କଲା ଏତିକି କୋଟି

Jawan Box Office Collection: ନିକଟରେ ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ 'ଗଦ୍ଦର ୨' ରିଲିଜର ୨୯ତମ ଦିନରେ ବ୍ଲକବଷ୍ଟର ଫିଲ୍ମ 'ବାହୁବଲୀ ୨'ର ରେକର୍ଡ ଭାଙ୍ଗିଛି । କିନ୍ତୁ ୪ ଦିନ ପୂର୍ବରୁ ରିଲିଜ କରିଥିବା SRKଙ୍କ ଫିଲ୍ମ 'ଜୱାନ' ସେ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Sep 11, 2023, 08:32 AM IST

Jawan Box Office Collection Day 4: ନିକଟରେ ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ 'ଗଦ୍ଦର ୨' ରିଲିଜର ୨୯ତମ ଦିନରେ ବ୍ଲକବଷ୍ଟର ଫିଲ୍ମ 'ବାହୁବଲୀ ୨'ର ରେକର୍ଡ ଭାଙ୍ଗିଛି । କିନ୍ତୁ ୪ ଦିନ ପୂର୍ବରୁ ରିଲିଜ କରିଥିବା SRKଙ୍କ ଫିଲ୍ମ 'ଜୱାନ' ସେ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି ।

ସୂଚନା ଅନୁଯାୟୀ, କିଙ୍ଗ ଖାନଙ୍କ ଅଭିନୀତ ଫିଲ୍ମ 'ଜୱାନ' ଦିନକୁ ଦିନ ନୂଆ ରେକର୍ଡ଼ କରିବାରେ ଲାଗିଛି । 'ଜୱାନ' ରିଲିଜର ମାତ୍ର ୪ ଦିନ ମଧ୍ୟରେ 'ପଠାନ' ଓ ଏସ.ଏସ୍ ରାଜାମୌଲିଙ୍କ 'ବାହୁବଲୀ ୨'ର ରେକର୍ଡ ଭାଙ୍ଗିଥିବା ‘ଗଦ୍ଦର ୨’କୁ ପଛରେ ପକାଇଛି । ତେବେ 'ଜୱାନ' ଦେଖିବା ପାଇଁ ହଲ ବାହାରେ ଲୋକଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳୁଛି । ରିଲିଜ୍ ହେବାର ଚତୁର୍ଥ ଦିନରେ ଅର୍ଥାତ୍ ରବିବାର ଦିନ 'ଜୱାନ୍' (Jawan Box Office Collection Day 4) ସର୍ବାଧିକ ଆୟ ସହ ବଲିଉଡର ସବୁଠୁ ବଡ଼ କଲେକ୍ସନ୍ ଫିଲ୍ମ ପାଲଟିଛି । ରବିବାର ଦିନ ‘ଜୱାନ’ ପ୍ରାୟ ୮୧ କୋଟି ଟଙ୍କା ରୋଜଗାର କରିଛି, ଏହା ପରେ ଫିଲ୍ମର ମୋଟ ବକ୍ସ ଅଫିସ କଲେକ୍ସସନ୍ ୨୮୭.୦୬ କୋଟି ଟଙ୍କାରେ ପହଁଞ୍ଚିଛି । ତେବେ ଆଗାମୀ ୨ ଦିନ ମଧ୍ୟରେ ଫିଲ୍ମଟି ୩୦୦ କୋଟି କ୍ଲବରେ ସାମଲ ହେବ ବୋଲି କୁହାଯାଉଛି । ସେପ୍ଟେମ୍ବର ୭ ତାରିଖରେ ରିଲିଜ ହୋଇଥିବା ଶାହରୁଖ ଖାନଙ୍କ ଫିଲ୍ମ 'ଜୱାନ' ଏହାର ଓପନିଂ ଡ଼େ’ ରେ ୭୫ କୋଟି ଟଙ୍କା ରୋଜଗାର କରିଥିଲା, ଯାହା ପରେ ଫିଲ୍ମ ରିଲିଜ ହେବାର ତିନି ଦିନ ମଧ୍ୟରେ ୨୦୦ କୋଟି କ୍ଲବରେ ସାମିଲ ହୋଇଛି।

ଯଦି 'ପଠାନ' ଓ 'ଗଦ୍ଦର ୨' ର ଫାଷ୍ଟ ଡ଼େ’ କଲେକ୍ସସନ୍ ବିଷୟରେ କହିବା, ତାହାଲେ 'ପଠାନ' ୫୫ କୋଟି ଟଙ୍କା ଓ 'ଗଦ୍ଦର ୨'  ରିଲିଜ ଦିନ ୪୦ କୋଟି ଟଙ୍କା ରୋଜଗାର କରିଥିଲା।  ତେବେ  ରିଲିଜର ତିନି ଦିନ ମଧ୍ୟରେ'ପଠାନ' ୧୬୬.୫ କୋଟି ଟଙ୍କା ଓ 'ଗଦ୍ଦର ୨' ୨୫୦ କୋଟିରୁ ଅଧିକ ଆୟ କରିଥିଲା, ଯାହା ତୁଳନାରେ 'ଜୱାନ' ଆଗରେ ରହିଛି।

ପ୍ରକାଶ ଥାଉ କି, 'ଜୱାନ୍' କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳୁଛି । ଯାହାର ଅନେକ ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖାଲି ଏତିକି ନୁହେଁ, ଶାହାରୁଖ ଖାନ ମଧ୍ଯ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଭିଡ଼ିଓ ସେୟାର କରିଥିବା ଦେଖିବାକୁ ମିଳିଛି। ସିନେମା ହଲ ଭିତରେ 'ଜୱାନ'ର ପ୍ରତ୍ୟେକ ଗୀତରେ ଫ୍ୟାନ୍ସମାନେ ନାଚୁଥିବା ଦେଖିବାକୁ ମିଳିଛି ।

 

Read More
{}{}