Hindi News >>Home >>Odisha Entertainment

Pankaj Tripathi: ପରଦାରେ ଆଉ ନଜର ଆସିବେନି ପଙ୍କଜ ତ୍ରିପାଠୀ! କହିଲେ ଥକି ଗଲିଣି

Pankaj Tripath: ବଲିଉଡ଼ ଅଭିନେତା ପଙ୍କଜ ତ୍ରିପାଠୀ (Pankaj Tripathi) । ନିଜ ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ନିକଟରେ ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ 'ଫୁକ୍‌ରେ -୩ ' (Fukrey-3) ରିଲିଜ୍ ହୋଇଛି ।  'ଓଏମଜି-୨',  'ମିମି', 'ଲୁଡୋ',  'ଫୁକ୍ରି-୧', ସ୍ତ୍ରୀ ଓ 'ମେଁ ଆତ୍ମ ହୁଁ 'ଫିଲ୍ମରେ ନଜର ଆସିଥିଲେ। ତେବେ, ଏହାରି ଭିତରେ ସେ ନିଜ ଫ୍ୟାନ୍ସମାନଙ୍କୁ ଆଉ ଏକ ବ୍ୟାଡ୍ ନ୍ୟୁଜ୍ ଦେଇଛନ୍ତି। ଶୁଣିବାକୁ ମିଳୁଛି ଯେ, ଚଳିତ ସେ  ବଲିଉଡରୁ ଦୂରେଇ ଯିବେ। ଆଉ ତାଙ୍କୁ ଫିଲ୍ମରେ ଦେଖିବାକୁ ମିଳିବ ନାହିଁ।   

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Oct 02, 2023, 03:27 PM IST

Pankaj Tripath: ବଲିଉଡ଼ ଅଭିନେତା ପଙ୍କଜ ତ୍ରିପାଠୀ (Pankaj Tripathi) । ନିଜ ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ନିକଟରେ ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ 'ଫୁକ୍‌ରେ -୩ ' (Fukrey-3) ରିଲିଜ୍ ହୋଇଛି ।  'ଓଏମଜି-୨',  'ମିମି', 'ଲୁଡୋ',  'ଫୁକ୍ରି-୧', ସ୍ତ୍ରୀ ଓ 'ମେଁ ଆତ୍ମ ହୁଁ 'ଫିଲ୍ମରେ ନଜର ଆସିଥିଲେ। ତେବେ, ଏହାରି ଭିତରେ ସେ ନିଜ ଫ୍ୟାନ୍ସମାନଙ୍କୁ ଆଉ ଏକ ବ୍ୟାଡ୍ ନ୍ୟୁଜ୍ ଦେଇଛନ୍ତି। ଶୁଣିବାକୁ ମିଳୁଛି ଯେ, ଚଳିତ ସେ  ବଲିଉଡରୁ ଦୂରେଇ ଯିବେ। ଆଉ ତାଙ୍କୁ ଫିଲ୍ମରେ ଦେଖିବାକୁ ମିଳିବ ନାହିଁ। 

 

Also Read: Laxmi Bus Scheme: ଆଜିଠୁ ରାଜ୍ୟରେ ଗଡି଼ବ 'ଲକ୍ଷ୍ମୀ' ବସ୍, ଜାଣନ୍ତୁ କେଉଁ ସବୁ ରୁଟରେ ମିଳିବ ସେବା ?

ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସେ କହୁଛନ୍ତି ଯେ, 'ମୁଁ ବର୍ତ୍ତମାନ ବହୁତ ଥକି ଯାଇଛି। ସେଥିପାଇଁ ମୁଁ କମ୍ ଫିଲ୍ମରେ କାମ କରିବାକୁ ଚାହୁଁଛି। ଖାସ୍ କରି ମୁଁ ବର୍ତ୍ତମାନ କମ୍ ଫିଲ୍ମରେ କାମ କରିବା ଆରମ୍ଭ କରିଛି। ଏହ ମୋ ସହିତ ଅନେକ ଥର ହୋଇଛି, ମୁଁ ଯେତେବେଳେ ଏକାଧିକ ଫିଲ୍ମ  ସୁଟ୍ କରୁଥିଲି । ସେତେବେଳେ ମୁଁ କେଉଁ ଫିଲ୍ମ ପାଇଁ ସୁଟ୍ କରୁଥିଲି ତାହା ବି ଭୂଲି ଯାଉଥିଲା। ଆଉ ସୁଟିଂ କରିବାକୁ ଥିବା ଫିଲ୍ମ କଥା ବି ମୁଁ ଭୁଲି ଯାଇଥିଲି। ଏହା ଅତ୍ୟନ୍ତ ଖରାପ ପରିସ୍ଥିତି ଥିଲା । ଆପଣ ୩୪୦ ଦିନ ପାଇଁ କାର୍ଯ୍ୟ କରିପାରିବେ ନାହିଁ ଏବଂ ମୁଁ ତାହା କରୁଥିଲି । ବର୍ତ୍ତମାନ ମୁଁ ଏସବୁ ଥିରେ ଥକି ଯାଇଛି । ଆଉ ଏ ସବୁକୁ ମୁଁ ଆଦୌ କରିବାକୁ ଚାହୁଁନି।  '

ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ଫିଲ୍ମ 'ଫୁକ୍‌ରେ -୩ ' ୨୮ ସେପ୍ଟେମ୍ବରରେ ମୁକ୍ତିଲାଭ କରିଛି। ଏହାପୂର୍ବରୁ ତାଙ୍କୁ ଅକ୍ଷୟ କୁମାରଙ୍କ ସହ 'OMG 2' ଫିଲ୍ମରେ ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ସେ ଦୁଇଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଏବଂ ବର୍ତ୍ତମାନ ତାଙ୍କର ଅନ୍ୟ ଏକ ଫିଲ୍ମ ଡିସେମ୍ବରରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରର ନାଁ ହେଉଛି (Main Atal Hoon) ' ମେନ୍ ଅଟଲ ହୁଁ' । ଯେଉଁଥିରେ ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମର ପ୍ରଥମ ଲୁକ୍ କିଛି ମାସ ପୂର୍ବରୁ ରିଲିଜ୍ ହୋଇଥିଲା। । ଯେଉଁଥିରେ ପଙ୍କଜ ତ୍ରିପାଠୀ ତାଙ୍କ ଗେଟଅପ୍ ରେ ଅଟଳ ବିହାରୀ ବାଜପେୟୀଙ୍କ ପରି ଦେଖାଯାଉଥିଲେ। ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ରବି ଯାଦବ । ଯିଏ ନାଟ୍ରଙ୍ଗ(Natrang) ଏବଂ ବାଲଗାନ୍ଧର୍ଭା (Balgandharva) ପରି ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ନିର୍ମାଣ ପାଇଁ ଜଣାଶୁଣା । ଏହା ବ୍ୟତୀତ ଏହି ଦିନ ପଙ୍କଜ 'ମେଟ୍ରୋ' ଓ 'ସ୍ତ୍ରୀ-୨' ଭଳି ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିବେ।

Read More
{}{}