Hindi News >>Home >>Odisha Entertainment

Nushrratt Bharuccha: ଇସ୍ରାଏଲ ସଙ୍କଟରେ ଫସିଲେ ନୁଶରତ୍, ଅଭିନେତ୍ରୀଙ୍କ ଟିମ୍ କହିଲା...

Nushrratt Bharuccha: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ( Israel-Palestine War)ଚାଲିଛି ।  ତାଜା ସୂଚନା ଅନୁସାରେ ଏବେବି ୧୮ ହଜାର ଭାରତୀୟ ସେଠାରେ ଫସି ରହିଥିବା ଜଣାପଡିଛି । ତେବେ, ଅଭିନେତ୍ରୀ ନୁଶରତ ବରୁଚା (Nushrat Bharucha) ମଧ୍ୟ ସେଠି ଫସି ରହିଛନ୍ତି। ଏନେଇ ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଭାରତୀୟ ଦୂତାବାସ (Indian Embassy) ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Oct 08, 2023, 12:20 PM IST

Nushrratt Bharuccha: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ( Israel-Palestine War)ଚାଲିଛି ।  ତାଜା ସୂଚନା ଅନୁସାରେ ଏବେବି ୧୮ ହଜାର ଭାରତୀୟ ସେଠାରେ ଫସି ରହିଥିବା ଜଣାପଡିଛି । ତେବେ, ଅଭିନେତ୍ରୀ ନୁଶରତ ବରୁଚା (Nushrat Bharucha) ମଧ୍ୟ ସେଠି ଫସି ରହିଛନ୍ତି। ଏନେଇ ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଭାରତୀୟ ଦୂତାବାସ (Indian Embassy) ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଏଥିସହ ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ହେଲ୍ପଲାଇନ ନମ୍ବର ଏବଂ ଏକ ଇମେଲ ଜାରି କରିଛି।  ଭାରତୀୟ ଦୂତାବାସ ସହାୟତାରେ ନୁଶରତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ବିମାନ ବନ୍ଦର ନିକଟକୁ ଅଣାଯାଇଛି । ଖୁବ୍ ଶିଘ୍ର ସେ ଭାରତରେ ପହଞ୍ଚିବେ ବୋଲି ଜଣାପଡି଼ଛି। ନୁଶରତ ସୁରକ୍ଷିତ ଥିବା ଖବର ଜଣାପଡିବା ପରେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। 

ଏହାବି ପଢନ୍ତୁ : HBD Gauri Khan: ସମ୍ପତ୍ତିରେ ବଲିଉଡର ମେଗା ଷ୍ଟାରଙ୍କୁ ପଛରେ ପକାଇ ଦେବେ ଗୌରୀ ଖାନ୍

 

ସୂଚନା ଅନୁସାରେ, ଅଭିନେତ୍ରୀ ନୁସରତ ବରୁଚା ଏକ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ପାଇଁ କିଛି ଦିନ ତଳେ ସେ ଇସ୍ରାଏଲ ଯାଇଥିଲେ।  କିନ୍ତୁ ହଠାତ୍ ଇସ୍ରାଏଲ -ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଫଳରେ ସେଠାରେ ସେ ଫଶି ଯାଇଥିଲେ। ଫଳରେ ଗତ ଦୁଇ ଦିନ ହେବ ତାଙ୍କ ଫୋନ ଲାଗୁ ନଥିଲା । କି ତାଙ୍କ ସହ ଯୋଗାଯୋଗ ମଧ୍ୟ ସମ୍ଭବ ହୋଇ ପାରି ନଥିଲା। ଏନେଇ ନୁଶରତଙ୍କ ପରିବାର ଲୋକେ ଚିନ୍ତିତ ଥିଲେ। କିନ୍ତୁ ଆଜି ନୁସରତଙ୍କ ସହ ଯୋଗାଯୋଗ ହୋଇପାରିଛି । ଏବଂ ଭାରତ ଫେରିବା ପାଇଁ ସେ ଇସ୍ରାଏଲ ବିମାନ ବନ୍ଦରରେ ପହଞ୍ଚିଛନ୍ତି।

ପୁଣି ଏକ ଯୁଦ୍ଧକୁ ସାମ୍ନା କରିବାକୁ ଯାଉଛି ବିଶ୍ୱ । ପାଲେଷ୍ଟାଇନରେ ହମାସ ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲ ଉପରେ ଭୟାନକ ଆକ୍ରମଣ କରିବା ପରେ ଇସ୍ରାଏଲ ଏହି ଗୋଷ୍ଠୀ ଉପରେ ପାଲଟା ଜବାବ ଦେବାକୁ ଯାଇ ଯୁଦ୍ଧ ଘୋଷଣା କରିଛି। ଇସ୍ରାଏଲର ଏଭଳି ଯୁଦ୍ଧ ଘୋଷଣା ଦର୍ଶାଇଛି ଯେ, ଇସ୍ରାଏଲର ପ୍ରତିଶୋଧ ପରାୟଣ ଚେହେରା ହମାସ କେବେ ଦେଖିନଥିବ। ଗତ କିଛିଦିନ ଧରି ଗାଜା ସୀମାରେ ଉତ୍ତେଜନା ଲାଗିରହିଥିବା ବେଳେ ହମାସ ଆତଙ୍କବାଦୀ ମାନେ ଇସ୍ରାଏଲ ଉପରେ ଅଚାନକ ଆକ୍ରମଣ କରିଦେଇଥିଲା। ଗାଜା ଷ୍ଟ୍ରିପରୁ ଇସ୍ରାଏଲ ଉପରେ ଆତଙ୍କବାଦୀ ମାନେ ୫ ହଜାରରୁ ଅଧିକ ରକେଟ ମାଡ଼ କରିଛନ୍ତି। ତେବେ ଉଭୟ ପକ୍ଷରେ ଏହି ଆକ୍ରମଣ ପ୍ରତି ଆକ୍ରମଣରେ ଏବେ ସୁଦ୍ଧା ୨୦୦ ପାର୍ ମୃତ୍ୟୁ ସଂଖ୍ୟା ହୋଇଛି ବୋଲି ସୂଚନା ରହିଛି। 

 

 

Read More
{}{}