Hindi News >>Home >>Odisha Entertainment

Gadar 2 Box Office Collection: ବକ୍ସ ଅଫିସରେ 'ଗଦ୍ଦର-୨' ର କ୍ରେଜ୍, ଆୟ କଲା ଏତିକି କୋଟି

Gadar 2 Box Office Collection Day 6: ଚଳିତ ମାସ  ଅଗଷ୍ଟ ୧୧ରେ ରିଲିଜ୍ ହୋଇଛି ସନ୍ନି ଦେଓଲ ଓ ଅମୀଷା ପଟେଲଙ୍କ ଅଭିନୀତ ଫିଲ୍ମ 'ଗଦ୍ଦର-୨' ।  ତେବେ, ଫିଲ୍ମର କଲେକସନ୍ ବିଷୟରେ କହିବାକୁ ଗଲେ, ସନ୍ନି ଦେଓଲ(Sunny Deol) ଙ୍କ 'ଗଦ୍ଦର-୨' ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି । ପ୍ରଥମ ଦିନରୁ ଫିଲ୍ମ ବହୁତ ଭଲ କଲେକ୍ସନ୍ କରୁଛି(Gadar 2 Box Office Collection Day 6) । 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Aug 17, 2023, 10:45 AM IST

Gadar 2 Box Office Collection Day 6: ଚଳିତ ମାସ  ଅଗଷ୍ଟ ୧୧ରେ ରିଲିଜ୍ ହୋଇଛି ସନ୍ନି ଦେଓଲ ଓ ଅମୀଷା ପଟେଲଙ୍କ ଅଭିନୀତ ଫିଲ୍ମ 'ଗଦ୍ଦର-୨' (Gadar 2 )।  ଏହି ଫିଲ୍ମଟିକୁ ଦର୍ଶକଙ୍କ ଢେର ସାରା ଭଲ ପାଇବା ମିଳୁଛି ।  ଖିଲାଡି କୁମାର ଓ ପଙ୍କଜ ତ୍ରିପାଠିଙ୍କ ଅଭିନୀତ ଫିଲ୍ମ 'ଓ ମାଇଁ ଗଡ଼ -୨' କୁ ପଛରେ ପକାଇଛି  'ଗଦ୍ଦର-୨'। ଉଭୟ ଫିଲ୍ମ ସିକ୍ୱେଲ କିନ୍ତୁ କିନ୍ତୁ ଫିଲ୍ମର କାହାଣୀ ସମ୍ପୁର୍ଣ୍ଣ ଭିନ୍ନ । ତେବେ, ଫିଲ୍ମର କଲେକସନ୍ ବିଷୟରେ କହିବାକୁ ଗଲେ, ସନ୍ନି ଦେଓଲ(Sunny Deol) ଙ୍କ 'ଗଦ୍ଦର-୨' ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି । ପ୍ରଥମ ଦିନରୁ ଫିଲ୍ମ ବହୁତ ଭଲ କଲେକ୍ସନ୍ କରୁଛି(Gadar 2 Box Office Collection Day 6) । ତେବେ, ଆସନ୍ତୁ ଜାଣିବା ଏହି ଫିଲ୍ମ ରିଲିଜ୍ ହେବାର ଷଷ୍ଠ ଦିନରେ କେତେ କଲେକସନ୍ କରିଛି । 

Also Read: Jawan:'ଗଦ୍ଦର-୨' କୁ ପଛରେ ପକାଇବ 'ଯବାନ' ! ରିଲିଜ୍ ପୂର୍ବରୁ ଆୟ କଲା ଏତିକି କୋଟି

Also Read: Horoscope Today Aug 17 2023: ଆକସ୍ମିକ ଧନପ୍ରାପ୍ତିର ଯୋଗ ସହ ଶୁଭଫଳ ପାଇବେ ଏହି ରାଶିର ଲୋକେ, ଜାଣନ୍ତୁ କେମିତ କଟିବ ଆଜିର ଦିନ?

ରିଲିଜ ର ଷଷ୍ଠ ଦିନରେ 'ଗଦ୍ଦର-୨' କେତେ ରୋଜଗାର କରିଛି(Gadar 2 Box Office Collection Day 6)?
'ଗଦ୍ଦର-୨' ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ। ଏଥିରେ ସନ୍ନି ଦେଓଲ, ଅମିଶା ପଟେଲ, ଉତ୍କଳ ଶର୍ମା ଏବଂ ମନୀଷ ୱାଡୱା ଏବଂ ଅନ୍ୟାନ୍ୟ କଳାକାରମାନେ ଏକ ଚମତ୍କାର ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି । 'ଗଦ୍ଦର-୨'  (Gadar 2) 'ଗଦ୍ଦର ପାର୍ଟ ଓ୍ବାନ୍ ପରି ରେକର୍ଡ କରିଛି। ଫିଲ୍ମଟି ରିଲିଜ୍ ହେବା ଦିନ ଠାରୁ ଭଲ ରୋଜଗାର କରି ଆସୁଛି। 

'ଗଦ୍ଦର-୨' ରିଲିଜ୍ ହେବା ଦିନ ଅର୍ଥାତ୍ ଅଗଷ୍ଟ ୧୧ରେ ୪୦.୧୦ କୋଟି ରୋଜଗାର କରିଛି । ସେହିପରି  ଶନିବାର ଦିନ ୪୩.୮୩ କୋଟି ରୋଜଗାର କରିଥିବା ବେଳେ  ରବିବାର ଦିନ ଛୁଟି ଦିନ ଥିବାରୁ ୫୧.୭୦ କୋଟି ରୋଜଗାର କରିଛି । ସେହିପରି ସୋମବାର ଦିନ ଫିଲ୍ମଟି ୩୮.୭୦ ଓ ମଙ୍ଗଳବାର ଦିନ  ଅର୍ଥାତ୍ ଅଗଷ୍ଟ ୧୫ ରେ ଫିଲ୍ମଟି ୫୫.୫୦ କୋଟି କଲେକସନ୍ କରିଛି । ବୁଧବାର ଦିନ ଅର୍ଥାତ୍ ରିଲିଜ୍ ହେବାର ଷଷ୍ଠ ଦିନରେ 'ଗଦ୍ଦର-୨' ୩୩.୫୦ କୋଟି ରୋଜଗାର୍ କରିଛି। ମୋଟ୍ ୬ ଦିନରେ 'ଗଦ୍ଦର-୨' ୨୬୨.୪୮ କୋଟି ରୋଜଗାର୍ କରିଛି। ତେବେ ଦର୍ଶକଙ୍କ ଫିଲ୍ମ ପ୍ରତି ଥିବା ରେସପନ୍ସକୁ ଦେଖିଲେ ସନ୍ନି ଓ ଅମିଷାଙ୍କ କଠିନ ପରିଶ୍ରମ କାମ ଦେଇଛି ବୋଲି କୁହାଯାଇପାରିବ । ତେବେ ଏହି ଫିଲ୍ମର ଲିଡ୍ ରୋଲରେ ସନି ଦେଓଲ, ଅମିଶା ପଟେଲ ଏବଂ ଉତ୍କଳ ଶର୍ମାଙ୍କୁ ଦେଖିବାକୁ ମିଳିଛି ।  ଏବଂ ଏହି ଫିଲ୍ମର ନିର୍ଦ୍ଦେଶକ ରହିଛନ୍ତି ଅନୀଲ ଶର୍ମା । ଏହି ଫିଲ୍ମଟି ୮୦ କୋଟି ବଜେଟରେ ନିର୍ମାଣ ହୋଇଛି । ଏହି ଫିଲ୍ମ ଗୁରୁବାର ଦିନ ଅର୍ଥାତ୍ ଆଜି ୨୫ କୋଟି ବ୍ୟବସାୟ କରିବ ବୋଲି ବୋଲି ଆଶା କରାଯାଉଛି। ଏହା ସହିତ, ଏହା ପ୍ରଥମ ସପ୍ତାହରେ ୨୯୦ କୋଟି ବ୍ୟବସାୟ କରିପାରିବ । ତେବେ ଏହି ଫିଲ୍ମର ଆୟ କିଙ୍ଗ ଖାନଙ୍କ ଫିଲ୍ମ 'ପଠାନ୍' କୁ ପଛରେ ପକାଇବ ବୋଲି ଆଶା କରାଯାଉଛି।  

Read More
{}{}