Hindi News >>Home >>Odisha Entertainment

ବକ୍ସ ଅଫିସରେ ଅକ୍ଷୟଙ୍କୁ ମାତ୍ ଦେଲେ ସନ୍ନି, ଜାଣନ୍ତୁ ଦଶମ ଦିନରେ ଉଭୟ ଫିଲ୍ମର କେତେ ରହିଛି କଲେକସନ୍ ?

Gadar 2 Vs OMG 2 Box Office Collection Day 10:   'ଗଦ୍ଦର ୨' ଓ ଖିଲାଡି଼ କୁମାରଙ୍କ ଅଭିନୀତ ଫିଲ୍ମ (OMG 2) 'ଓଏମଜି ୨' କୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର । ଦିନ ଗଡ଼ିବା ସହ ପ୍ରଶଂସକଙ୍କ ମଧ୍ୟରେ 'ଗଦ୍ଦର ୨' କୁ ନେଇ କ୍ରେଜ୍ ବଢୁଛି। ତେବେ, ଏଠାରେ ଆସନ୍ତୁ ଜାଣିବା 'ଗଦ୍ଦର ୨' ଓ 'ଓଏମଜି ୨' ରିଲିଜ୍ ହେବାର ୧୦ ଦିନ ମଧ୍ୟରେ କେତେ ବ୍ୟବସାୟ କରିଛି।

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Aug 21, 2023, 10:33 AM IST

Gadar 2 Vs OMG 2 Box Office Collection Day 10: ଗୋଟିଏ ଦିନରେ ରିଲିଜ୍ ହୋଇଥିଲା  'ଗଦ୍ଦର ୨' ଓ ଖିଲାଡି଼ କୁମାରଙ୍କ ଅଭିନୀତ ଫିଲ୍ମ (OMG 2) 'ଓଏମଜି ୨' । କିନ୍ତୁ ସନ୍ନି ଦେଓଲଙ୍କ (Gadar 2 Day 10 Collection) ଅଭିନୀତ ମଗଦ୍ଦର ୨' (Gadar 2 ) କୁ ସବୁଠି ଚର୍ଚ୍ଚା ଜୋର । ଦିନ ଗଡ଼ିବା ସହ ପ୍ରଶଂସକଙ୍କ ମଧ୍ୟରେ 'ଗଦ୍ଦର ୨' କୁ ନେଇ କ୍ରେଜ୍ ବଢୁଛି।  'ଗଦ୍ଦର ୨'ର କଲେକସନ୍ ମଧ୍ୟ ବେଶ ଅଧିକ ହେଉଛି। ସେହିପରି ଖିଲାଡି଼ କୁମାରଙ୍କ ଅଭିନୀତ ଫିଲ୍ମ (OMG 2) 'ଓଏମଜି ୨' ମଧ୍ୟ ବକ୍ସ ଅଫିସରେ ଏତେ ଖାସ୍ କଲେକସନ୍ କରି ପାରିନି।  ତେବେ, ଏଠାରେ ଆସନ୍ତୁ ଜାଣିବା 'ଗଦ୍ଦର ୨' ଓ  'ଓଏମଜି ୨' ରିଲିଜ୍ ହେବାର ୧୦ ଦିନ ମଧ୍ୟରେ କେତେ ବ୍ୟବସାୟ କରିଛି। 

Also Read: Happy Birthday Bhumika Chawla: ଗୋଟିଏ ବିଜ୍ଞାପନ ହିଁ ବଦଳାଇ ଥିଲା ଭୂମିକାଙ୍କ ଭାଗ୍ୟ

ରିଲିଜ୍ ହେବାର ଦଶ ଦିନରେ  'ଗଦ୍ଦର ୨' କେତେ କଲେକସନ୍ କରିଛି ?
 'ଗଦ୍ଦର ୨' ପ୍ରଥମ ଦିନରୁ ଦର୍ଶକଙ୍କ ହୃଦୟ ଜିତୁଛି । ଫିଲ୍ମର ବଡ଼ ପରଦାରେ ଦିର୍ଘ ୨୨ ବର୍ଷ ପରେ ତାରା ସିଂ ଓ ସକିନାଙ୍କ ରୋମାନ୍ସ ଦର୍ଶକଙ୍କୁ ବିମୋହିତ କରିଛି।  ଏହି ଫିଲ୍ମଟିକୁ ଦେଖିବା ପାଇଁ  ଗହଳି ମଧ୍ୟ ବଢୁଛି । ଏହି ସପ୍ତାହ ଶେଷରେ ପୁଣିଥରେ ଫିଲ୍ମର ରୋଜଗାରରେ ଅତୁଳନୀୟ ଅଭିବୃଦ୍ଧି ଘଟିଛି ।   'ଗଦ୍ଦର ୨' ଶନିବାର ଦିନ ୩୧.୦୭ କୋଟି ବ୍ୟବସାୟ କରିଥିଲା, ବର୍ତ୍ତମାନ ଫିଲ୍ମ ରିଲିଜ୍ ହେବାର ଦଶମ ଦିନରେ ଅର୍ଥାତ୍ ରବିବାର ଦିନ ମଧ୍ୟ ବଡ ରକମର ବ୍ୟବସାୟ କରିଛି । 'ଗଦ୍ଦର ୨'  ରିଲିଜ୍ ହେବାର ଦଶମ ଦିନରେ ୪୧ କୋଟି ଟଙ୍କା ସଂଗ୍ରହ କରିଛି। ଏହା ସହ ସନ୍ନି ଦେଓଲ-ଅମିଶା ପଟେଲଙ୍କ ଫିଲ୍ମର ମୋଟ ଆୟ ବର୍ତ୍ତମାନ ୩୭୭.୨୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। 'ଗଦ୍ଦର ୨' ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି । 

ତେବେ,  ଗଦ୍ଦର-୨' ର (Gadar 2 ) ପ୍ରଥମ ଭାଗ ୨୦୦୧ ମସିହାରେ ରିଲିଜ୍ ହୋଇଥିଲା।  ଅନୀଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସେହି ସମୟରେ ବି ରେକର୍ଡ ଭାଙ୍ଗିଥିଲା। ଫିଲ୍ମରେ ସନ୍ନି ଦେଓଲଙ୍କ (Sunny Deol) ଦମଦାର୍ ଆକ୍ସନ ଦର୍ଶକଙ୍କ ମନ କିଣିଛି। ' ଗଦ୍ଦର-୨' (Gadar 2 ) ଚଳିତ ମାସ  ଅଗଷ୍ଟ ୧୧ରେ ରିଲିଜ୍ ହୋଇଛି। ତେବେ ଦର୍ଶକଙ୍କ ଫିଲ୍ମ ପ୍ରତି ଥିବା ରେସପନ୍ସକୁ ଦେଖିଲେ ସନ୍ନି ଓ ଅମିଷାଙ୍କ କଠିନ ପରିଶ୍ରମ କାମ ଦେଇଛି ବୋଲି କୁହାଯାଇପାରିବ । ତେବେ ଏହି ଫିଲ୍ମର ଲିଡ୍ ରୋଲରେ ସନି ଦେଓଲ, ଅମିଶା ପଟେଲ ଏବଂ ଉତ୍କଳ ଶର୍ମାଙ୍କୁ ଦେଖିବାକୁ ମିଳିଛି ।  ଏବଂ ଏହି ଫିଲ୍ମର ନିର୍ଦ୍ଦେଶକ ରହିଛନ୍ତି ଅନୀଲ ଶର୍ମା । ଏହି ଫିଲ୍ମଟି ୮୦ କୋଟି ବଜେଟରେ ନିର୍ମାଣ ହୋଇଛି । 

ରିଲିଜ୍ ର ଦଶମ ଦିନରେ 'ଓଏମଜି ୨'  କେତେ ରୋଜଗାର କରିଛି ? 
ଅକ୍ଷୟ କୁମାରଙ୍କ ଫିଲ୍ମ  'ଓଏମଜି ୨' କୁ ବକ୍ସ ଅଫିସରେ ଧୂଳି ଚଟାଇଛି   'ଓଏମଜି ୨' ।  ଏହି ସପ୍ତାହ ଶେଷରେ 'ଓଏମଜି ୨' ର ରୋଜଗାରରେ ଖୁବ୍ ଭଲ ରହିଛି। ଏହି ଚଳଚ୍ଚିତ୍ରଟି ଶନିବାର ଦିନ ୧୦୪.୫୩ କୋଟି ସଂଗ୍ରହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ(According to the report of Saknilk) ସାକନିଲ୍କର ରିପୋର୍ଟ ଅନୁଯାୟୀ ଅକ୍ଷୟ କୁମାରଙ୍କ ଫିଲ୍ମ ରିଲିଜ୍ ହେବାର ଦଶମ ଦିନରେ ଅର୍ଥାତ୍ ରବିବାର ଦିନ ୧୨.୭୦ କୋଟି ସଂଗ୍ରହ କରିଛି। ଏହା ସହିତ ଅକ୍ଷୟଙ୍କ ଫିଲ୍ମ ୧୧୪.୩୧ କୋଟି ଟଙ୍କା ସଂଗ୍ରହ କରିଛି। ଆଗାମୀ ଦିନରେ ଫିଲ୍ମଟି ୧୫୦ କୋଟି କ୍ଲବରେ ସହଜରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି ।

Read More
{}{}