Hindi News >>Home >>Odisha Entertainment

Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର, ଚାଲିଗଲେ 'ବ୍ଲାକ୍ ପାନ୍ଥର' ଫିଲ୍ମର ଏହି ଅଭିନେତ୍ରୀ

Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର।  ଆଖି ବୁଜିଲେ ଆଉ ଜଣେ ପ୍ରସିଦ୍ଧ ଅଭିନେତ୍ରୀ। 

Advertisement
Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର, ଚାଲିଗଲେ 'ବ୍ଲାକ୍ ପାନ୍ଥର' ଫିଲ୍ମର ଏହି ଅଭିନେତ୍ରୀ
Stop
Narmada Behera|Updated: Aug 08, 2024, 09:41 AM IST

Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର।  ଆଖି ବୁଜିଲେ ଆଉ ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ଦକ୍ଷିଣ ଆଫ୍ରିକୀୟ ଅଭିନେତ୍ରୀ  କୋନି ଚିୟୁମଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ସେ ଚିକିତ୍ସାଧିନ ଅବସ୍ଥାରେ ମେଡିକାଲେ ଆଖିବୁଜିଛନ୍ତି। ତାଙ୍କର ଏହି ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ତାଙ୍କର ମୃତ୍ୟୁ ଖବର ଜଣାପଡିବା ପରେ କଳାକାର ଓ ଫ୍ୟାନ୍ସମାନେ ସୋସିଆଲ୍ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।

ALSO READ: Entertainment News: ଲୁହରେ ଭିଜିଲା କଳା ଜଗତ, ପୁଣି କ୍ୟାନସରରେ ଚାଲିଗଲେ ଆଉ ଜଣେ ଅଭିନେତ୍ରୀ

ମିଡି଼ଆ ରିପୋର୍ଟ ଅନୁସାରେ, ଅଭିନେତ୍ରୀ କୋନି ଚିୟୁମ୍ ଙ୍କ ପୁଅ ହେଉଛନ୍ତି ନନଜିଲୋ ଚିୟୁମ୍। ସେ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ଗତ ସୋମବାର ଦିନ  ହଠାତ୍ ଅଭିନେତ୍ରୀ କୋନି ଚିୟୁମ୍ ଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଯାଇଥିଲା।  ପରେ ଜୋହାନ୍ସବର୍ଗର ଗାଡେନ୍ ସିଟି ହସପିଟାଲ୍ ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ମଙ୍ଗଳବାର ଦିନ ତାଙ୍କ ସ୍ବାସ୍ଥବସ୍ଥାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା। ବିଳମ୍ବିତ ରାତିରେ ସେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।   କିନ୍ତୁ କେଉଁ ରୋଗରେ ସେ ପୀତିତ ଥିଲେ ସେନେଇ କୌଣସି ସୂଚନା ମିଳି ନାହିଁ। ତେବେ, ଆମେ  ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୦୧୮ ମସିହାରେ, ଜାନୁଆରୀ ୨୯ ରେ ରିଲିଜ୍ ହୋଇଥିବା 'ବ୍ଲାକ୍ ପାନ୍ଥର ' ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା। ଯେଉଁଥିରେ ତାଙ୍କୁ ଆଦିବାସୀ ଲିଡର ଭାବରେ ଅଭିନୟ କରିଥିଲେ। ଏହା ବ୍ୟତିତି ସେ ୩୦ ବଲିଉଡ଼ ଫିଲ୍ମରେ ଅଭିନୟ କରିଛନ୍ତି। ସେ ୨୦୧୮ ରୁ ୨୦୨୨ ମସିହା ପର୍ଯ୍ୟନ୍ତ ଅନେକ ଟିଭି ସିରିୟଲ କରିଛନ୍ତି।   ଏବଂ ୨୦୨୦ ମସିହାରେ ରିଲିଜ୍ ହୋଇଥିବା ବ୍ଲାକ୍ ଇଜ୍ କିଙ୍ଗ୍ (Black is King) ଫିଲ୍ମରେ ନଜର ଆସିଥିଲେ।  ନିଜର ଦମଦାର୍ ଅଭିନୟ ପାଇଁ ସେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। 

Read More
{}{}