Hindi News >>Home >>Odisha Entertainment

Jailer Box Office Collection: ବକ୍ସ ଅଫିସରେ ଧମାଲ କରୁଛି ‘ଜେଲର’, ୧୦ ଦିନ ସୁଦ୍ଧା ଆୟ କଲାଣି ଏତିକି କୋଟି

Jailer: ରିଲିଜ ହେବା ପରଠାରୁ ଫିଲ୍ମକୁ ନେଇ ଦେଶ ତଥା ବିଦେଶରେ ଚର୍ଚ୍ଚା ଜୋର ଧରିଛି। ତେବେ ରିଲିଜର ୧୦ ଦିନ ମଧ୍ୟରେ ଫିଲ୍ମଟି ୫୦୦ କୋଟି ଟଙ୍କା ଆୟ କରିଥିବା ଜଣାପଡିଛି । ତେବେ ଆସନ୍ତୁ ଜାଣିବା ରଜନୀକାନ୍ତ ଷ୍ଟାରର ‘ଜେଲର’ ରିଲିଜର ଦଶମ ଦିନରେ କେତେ ଟଙ୍କା ରୋଜଗାର କରିଥିଲା ।  

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Aug 20, 2023, 01:13 PM IST

Jailer Box Office Collection: ଗୋଟେ ପଟେ ବଲିଉଡ଼ ଫିଲ୍ମ ‘ଗଦ୍ଦର-୨’ (gadar 2) ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ ସହ ପ୍ରତିଦିନ ନୂଆ ନୂଆ ରେର୍କଡ଼ ସୃଷ୍ଚି କରୁଥିବାବେଳେ ସାଉଥ ଫିଲ୍ମ ‘ଜେଲର’ ମଧ୍ଯ ପଛରେ ପଡିନାହିଁ । ଫିଲ୍ମଟି ମାତ୍ର ୧୦ ଦିନ ମଧ୍ୟରେ ୫୦୦ କୋଟି ଟଙ୍କା ଆୟ କରିଛି । ସୂଚନା ଅନୁଯାୟୀ, ଚଳିତ ଅଗଷ୍ଟ ମାସ ସିନେପ୍ରେମୀ ଓ ନିର୍ମାତାମାନଙ୍କ ପାଇଁ ଅତ୍ୟନ୍ତ ଖାସ ରହିଛି । କାରଣ ଗୋଟେ ପଟେ ସୁପରଷ୍ଟାର ସନ୍ନି ଦେଓଲଙ୍କ (sunny deol) ଫିଲ୍ମ 'ଗଦ୍ଦର ୨' ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରୁଥିବାବେଳେ ଅନ୍ୟପଟେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ (Rajinikanth) ଫିଲ୍ମ ‘ଜେଲର’ (Jailer) ମଧ୍ୟ ବକ୍ସ ଅଫିସ କଲେକସନ୍ସରେ ପଛରେ ପଡି଼ନାହିଁ । ରିଲିଜ ହେବା ପରଠାରୁ ଫିଲ୍ମକୁ ନେଇ ଦେଶ ତଥା ବିଦେଶରେ ଚର୍ଚ୍ଚା ଜୋର ଧରିଛି। ତେବେ ରିଲିଜର ୧୦ ଦିନ ମଧ୍ୟରେ ଫିଲ୍ମଟି ୫୦୦ କୋଟି ଟଙ୍କା ଆୟ କରିଥିବା ଜଣାପଡିଛି । ତେବେ ଆସନ୍ତୁ ଜାଣିବା ରଜନୀକାନ୍ତ ଷ୍ଟାରର ‘ଜେଲର’ ରିଲିଜର ଦଶମ ଦିନରେ କେତେ ଟଙ୍କା ରୋଜଗାର କରିଥିଲା ।

 

 
 
 
 

 
 
 
 
 
 
 
 
 
 
 

A post shared by Sun Pictures (@sunpictures)

ଦଶମ ଦିନରେ ଏତିକି କୋଟି ରୋଜଗାର କଲା 'ଜେଲର'?

ତମନ୍ନା ଭାଟିଆ ଓ ରଜନୀକାନ୍ତ (Tamannaah Bhatia) ଷ୍ଟାରର 'କାୱାଲା' (kavala) ରିଲିଜ୍ ପୂର୍ବରୁ ବେଶ ଲୋକପ୍ରିୟ ହୋଇଥିଲା । ଫିଲ୍ମଟି ଅଗଷ୍ଟ ୧୦ ତାରିଖରେ ମୁକ୍ତିଲାଭ କରିଥିଲା । ରିଲିଜର ୧୦ ଦିନ ପରେ ବି କମିନି ଏହାର କ୍ରେଜ । ସମଗ୍ର ଦେଶରେ ଏହି ‘ଜେଲର’ ପ୍ରାୟ ୩୦୦ କୋଟି ଟଙ୍କା ବ୍ୟବସାୟ କରିଥିବା ବେଳେ ସାରା ବିଶ୍ୱରେ ସିନେମାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସାକନିଲ୍କର ପ୍ରାରମ୍ଭିକ ବାଣିଜ୍ୟ ଅନୁଯାୟୀ, ରଜନୀକାନ୍ତଙ୍କ ‘ଜେଲର’ ରିଲିଜର ୧୦ ଦିନ ମଧ୍ୟରେ ପ୍ରାୟ ୧୮ କୋଟି ଟଙ୍କା ବ୍ୟବସାୟ କରିଛି। ଦେଶରେ ଫିଲ୍ମଟି ମୋଟ ୨୬୩.୯୦ କୋଟି ଟଙ୍କା ଆୟ କରିଥିବା ବେଳେ ୱାର୍ଲ ୱାଇଡ଼ (World Wide) ଏହା ୫୦୦ କୋଟିରୁ ଅଧିକ ଟଙ୍କା ବ୍ୟବସାୟ କରିଛି ।

 

 
 
 
 

 
 
 
 
 
 
 
 
 
 
 

A post shared by Sun Pictures (@sunpictures)

ଦୁଇ ବର୍ଷ ପରେ ରଜନୀକାନ୍ତଙ୍କ କମବ୍ୟାକ୍

ପ୍ରକାଶ ଥାଉ କି, ଏହି ଫିଲ୍ମ ସହ ରଜନୀକାନ୍ତ ଦୁଇ ବର୍ଷ ପରେ ପରଦା ଉପରେ କମବ୍ୟାକ୍ କରିଛନ୍ତି । ଫିଲ୍ମକୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳିଛି । ତୃତୀୟ ତାମିଲ ସିନେମା ଭାବେ ‘ଜେଲର’ ସର୍ବାଧିକ ଆୟ କରିଥିବା ତାଲିକାରେ ସାମିଲ ହୋଇଛି । ନେଲସନ ଦିଲୀପକୁମାରଙ୍କ (Nelson Dilipkumar) ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି 'ପୋନିୟିନ୍ ସେଲଭାନ୍ ୨'(Ponniyin Selvan 2), 'ବିକ୍ରମ', 'ବାହୁବଲୀ' ଓ 'ଆରଆରଆର' ଭଳି ବହୁ ବଡ଼ ଚଳଚ୍ଚିତ୍ରକୁ ପଛରେ ପକାଇଛି । ଏଥିରେ ରଜନୀକାନ୍ତଙ୍କ ବ୍ୟତୀତ ତମନ୍ନା ଭାଟିଆ, ରାମିଆ କୃଷ୍ଣନ୍, ଶିବ ରାଜକୁମାର, ବିନୟାକନ୍, ଜ୍ୟାକି ଶ୍ରଫ୍ ଓ ମୋହନଲାଲ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।

​Also Read-Dulquer Salmaan: ମୋ ସହ ଅସଦାଚରଣ କରିବା ସହ ଜୋରଜରଦସ୍ତି ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲେ..

Also Read- Gadar 2 Day 9 Collection: ବକ୍ସ ଅଫିସରେ 'ଗଦ୍ଦର ୨'ର ଧୂଆଁଧାର କଲେକସନ୍, ନବମ ଦିନରେ ଆୟ କଲା ଏତେ କୋଟି

 

Read More
{}{}