Hindi News >>Home >>Odisha Entertainment

Tanuja: ହସ୍ପିଟାଲରେ ଭର୍ତ୍ତି ହେଲେ କାଜୋଲଙ୍କ ମାଆ ଅଭିନେତ୍ରୀ ତନୁଜା

Tanuja in ICU: ଅସୁସ୍ଥ ହୋଇପଡ଼ିଛନ୍ତି ବଲିଉଡ଼ର ଭେଟରାନ୍ ଅଭିନେତ୍ରୀ ତନୁଜା । ହଠାତ୍ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ସନ୍ଧ୍ୟାରେ ତନୁଜାଙ୍କୁ ମୁମ୍ବାଇର ଜୁହୁସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି। ବୟସାଧିକ ରୋଗ କାରଣରୁ ସେ ଅସୁସ୍ଥ ଥିବା ଜଣାପଡ଼ିଛି।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Dec 18, 2023, 12:15 PM IST

Tanuja Hospitalized: ଅସୁସ୍ଥ ହୋଇପଡ଼ିଛନ୍ତି ବଲିଉଡ଼ର ଭେଟରାନ୍ ଅଭିନେତ୍ରୀ ତନୁଜା । ହଠାତ୍ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ସନ୍ଧ୍ୟାରେ ତନୁଜାଙ୍କୁ ମୁମ୍ବାଇର ଜୁହୁସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି। ବୟସାଧିକ ରୋଗ କାରଣରୁ ସେ ଅସୁସ୍ଥ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ୬୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ତନୁଜା ଏବେ ଅସୁସ୍ଥ। ତାଙ୍କୁ ମୁମ୍ବାଇର ଜୁହୁସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି । ତେବେ କେଉଁ କାରଣରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପିଟିଆଇ ରିପୋର୍ଟ ଅନୁଯାୟୀ, ବୟସ ସମ୍ବନ୍ଧୀୟ ରୋଗ ହେତୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସାମାନ୍ୟ ଭଲ ଥିବାବେଳେ ତାଙ୍କୁ ଅଣ୍ତରଅବଜରବେସନ୍ ରେ ରଖାଯାଇଛି । ସେ ସୁସ୍ଥ ହେଉଛନ୍ତି। ଚିନ୍ତାର କୌଣସି କାରଣ ନାହିଁ। ତାଙ୍କ ସ୍ବାସ୍ଥ୍ୟ ଉପରେ ନିରନ୍ତର ନଜର ରଖାଯାଇଛି ।

 

 
 
 
 

 
 
 
 
 
 
 
 
 
 
 

A post shared by Kajol Devgan (@kajol)

ପ୍ରକାଶ ଥାଉ କି, ୧୯୪୩ ମସିହା ସେପ୍ଟମ୍ବର ୨୩ ତାରିଖରେ ତନୁଜାଙ୍କ ଜନ୍ମ । ଚତ୍ମକାର ଅଭିନୟ ଯୋଗୁଁ ସେ ଆଜି ବି ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି । ଅନେକ ହିନ୍ଦୀ ସିନେମା ସହ ତନୁଜା ବଙ୍ଗଳା ସିନେମାରେ ମଧ୍ଯ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ‘ବାହାରେଁ ଫିର୍‌ ଭି ଆୟେଗି’, ‘ଜୁଏଲ୍‌ ଥିଫ୍‌’, ‘ହାତୀ ମେରା ସାଥୀ’ ଓ ‘ମେରା ଜୀବନ ସାଥୀ’ ବେଶ ଲୋକପ୍ରିୟ ଫିଲ୍ମ ଅଟେ। ବଡ଼ ଭଉଣୀ ନୂତନଙ୍କ ସହିତ ସେ ୧୯୫୦ ମସିହାରେ ‘ହମାରି ବେଟି’ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ଫିଲ୍ମ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଏହାର ୧୦ ବର୍ଷ ପରେ ଅର୍ଥାତ୍ ୧୯୬୦ରେ ସେ ‘ଛବିଲି’ ନାମକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେତେବେଳେ ତାଙ୍କୁ ୧୬ ବର୍ଷ ହୋଇଥିଲା । ତାଙ୍କ ମାଆ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ମୁଖ୍ୟ ଭୂମିକାରେ ତାଙ୍କ ଭଉଣୀ ନଜର ଆସିଥିଲେ । ଏହାପରେ ୧୯୬୧ରେ ପ୍ରସିଦ୍ଧ ନିର୍ଦ୍ଦେଶକ କିଦାର ଶର୍ମାଙ୍କ ସିନେମା ‘ହମାରି ୟାଦ୍‌ ଆୟେଗି’ ତନୁଜାଙ୍କୁ ନାୟିକା ଭୂମିକାରେ ନଜର ଆସିଥିଲେ।

 

 

 

{}{}