Hindi News >>Home >>Odisha Entertainment

Hansika Motwani Birthday: ୩୨ ବର୍ଷରେ ହନସିକା ମୋଟୱାନୀ, ବୟସଠାରୁ ବଡ଼ ଦେଖାଯିବା ଲାଗି...

Hansika Motwani Birthday: ଆଜି ହେଉଛି ଏହି ଅଭିନେତ୍ରୀଙ୍କ ଜନ୍ମଦିନ । ୩୨ ବର୍ଷରେ ପର୍ଦାପଣ କରିଛନ୍ତି ହନସିକା। ତେବେ ଏହି ଖାସ୍ ଅବସରରେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହିତ ଜଡିତ କିଛି ବିଶେଷ କଥା ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Aug 09, 2023, 07:31 AM IST

Hansika Motwani Birthday: ହ୍ରିତିକ ରୋଶନ ଓ ପ୍ରୀତି ଜିଣ୍ଟା ଷ୍ଟାରର 'କୋଇ ମିଲ ଗୟା'ରେ ( koi mil gaya) ଶିଶୁ କଳାକାର ଭୂମିକାରେ ନଜର ଆସି ଦର୍ଶକଙ୍କ ହୃଦୟ ଜିତିଥିଲେ କୁନି ହନସିକା ମୋଟୱାନୀ (Hansika Motwani) । ହନସିକା ଶିଶୁ କଳାକାର ଭାବେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। 'କୋଇ ମିଲ ଗୟା' ସହ ସେ ଅନେକ ଚଳଚ୍ଚିତ୍ର ଓ ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି । ଆଜି ହେଉଛି ଏହି ଅଭିନେତ୍ରୀଙ୍କ ଜନ୍ମଦିନ । ୩୨ ବର୍ଷରେ ପର୍ଦାପଣ କରିଛନ୍ତି ହନସିକା। ତେବେ ଏହି ଖାସ୍ ଅବସରରେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହିତ ଜଡିତ କିଛି ବିଶେଷ କଥା ।

ଏହିପରି ଆରମ୍ଭ ହୋଇଥିଲା କ୍ୟାରିୟର

ହନସିକା ମୋଟୱାନୀ ୨୦୦୧ ମସିହାରେ ପ୍ରଥମେ ଏକତା କପୁରଙ୍କ ସିରିଏଲ 'ଦେଶ ମେନ୍ ନିକ୍ଲା ହୋଗା ଚାନ୍ଦ'ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ଲୋକପ୍ରିୟ ସିରିଏଲ 'ଶାକା ଲାକା ବୁମ୍ ବୁମ୍' (shaka laka boom boom ) ଜରିଆରେ ଘରେ ଘରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ୨୦୦୩ ମସିହାରେ ସେ 'କୋଇ ମିଲ ଗୟା' ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ କିନ୍ତୁ ଅଭିନେତ୍ରୀ ପ୍ରାୟ ୩ ବର୍ଷ ପରଦାଠାରୁ ଦୂରେଇ ରହିଥିଲ । ୨୦୦୭ ମସିହାରେ ମାତ୍ର ୧୫ ବର୍ଷ ବୟସରେ ସେ 'ଦେଶମୁଦୁରୁ' (Deshamuduru) ଜରିଆରେ ସାଉଥ ଇଣ୍ତଷ୍ଟ୍ରିରେ ଡେବ୍ୟୁ କରିଥିଲେ। ଏଥିରେ ସେ ଅଲ୍ଲୁ ଅର୍ଜୁନଙ୍କ ସହ ଲିଡ଼ ରୋଲରେ ନଜର ଆସିଥିଲେ ।

୧୮ ବର୍ଷ ବଡ଼ ଅଭିନେତାଙ୍କ ସହ କରିଥିଲେ ରୋମାନ୍ସ

ମାତ୍ର ୧୬ ବର୍ଷ ବୟସରେ ହନସିକା ଯେତେବେଳେ ନିଜଠାରୁ ୧୮ ବର୍ଷ ବଡ଼ ଅଭିନେତା ହିମେଶ ରେଶମିଆଙ୍କ (Himesh Reshammiya) ସହ ରୋମାନ୍ସ କରିଥିଲେ, ସେତେବେଳେ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଫିଲ୍ମ 'ଆପ କା ସୁରୁର'ରେ ହିମେଶ ରେଶମିଆ ଓ ହନସିକା ଲିଡ଼ ରୋଲରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ର ଲାଗି ଉଭୟ ବେଷ୍ଟ ଡେବ୍ୟୁ ଆୱାର୍ଡ଼ ମଧ୍ୟ ପାଇଥିଲେ। କିନ୍ତୁ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା।

ବଲିଉଡ଼ରେ ଫ୍ଲପ୍ ରହିଲେ ଅଭିନେତ୍ରୀ

ହନସିକାଙ୍କ ବଲିଉଡ଼ କ୍ୟାରିୟର ବିଷୟରେ କହିବା ଗଲେ, ଅଭିନେତ୍ରୀଙ୍କୁ ଶେଷ ଥର ପାଇଁ 'ମନି ହୈ ତୋ ହନି ହୈ'ରେ (Money hai toh honey hai) ନଜର ଆସିଥିଲେ ​​। ବଲିଉଡରେ ଫ୍ଲପ୍ ହେବା ପରେ ହନସିକା ସାଉଥ ଇଣ୍ତଷ୍ଟ୍ରି ଉପରେ ଫୋକସ କରିଥିଲେ । ବର୍ତ୍ତମାନ ସାଉଥ ଇଣ୍ଡଷ୍ଟ୍ରିରେ ହନସିକା ମୋଟୱାନୀ ଏକ ଜଣାଶୁଣା ନାମ ଅଟେ । ସେ ଅନେକ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ବିବାହ ଲାଗି କରିଥିଲେ ରିଏଲିଟି ସୋ

ଗତବର୍ଷ ଅଭିନେତ୍ରୀ ବନ୍ଧୁ ସୋହେଲ ଖାଟୁରିଆଙ୍କୁ ବିବାହ କରିଥିଲେ । ଡିସନି ପ୍ଲସ୍ ହଟଷ୍ଟାରରେ ଏକ ଡକ୍ୟୁମେଣ୍ଟାରୀ ରିଆଲିଟି ସୋ’ରେ ହାନସିକା ଓ ସୋହେଲଙ୍କ ବିବାହ ହୋଇଥିଲା, ଯାହାର ନାଁ ଥିଲା ହନସିକା ‘ଲଭ୍ ଶାଦି, ଡ୍ରାମା’ (Hansika's Love Shaadi Drama) । ଏହି ସୋ’ ମାଧ୍ଯମରେ ଦର୍ଶନ ହନସିକାଙ୍କ ସଂପୂର୍ଣ୍ଣ ବିବାହ ଦେଖିବାର ସୁଯୋଗ ପାଇଥିଲେ ।

ବହୁ ବିବାଦ ଭିତରେ ଫସିଥିଲେ ଅଭିନେତ୍ରୀ

୬୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିସାରିଥିବା ଏହି ଅଭିନେତ୍ରୀଙ୍କ ପିତାମାତାଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଥିଲା। ହିମେଶ ରେଶମିଆଙ୍କ ସହ ଡେବ୍ୟୁ କରିବା ପରେ ହନସିକା ନିଜଠାରୁ ବଡ ଅଭିନେତାମାନଙ୍କ ସହ କାମ କରିଥିଲେ। ଅନେକ ଥର ଏହି କାରଣରୁ ତାଙ୍କ ପିତାମାତା ତାଙ୍କ ପିଲାଦିନ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଥିଲା । କେବଳ ଏତିକି ନୁହେଁ, ବୟସରେ ବଡ଼ ଦେଖାଇବା ପାଇଁ ସେ ହରମୋନ୍ ଇଞ୍ଜେକ୍ସନ ନେଉଥିବା ମଧ୍ଯ ଅଭିଯୋଗ ହୋଇଥିଲା। ଯଦିଓ ହନସିକାଙ୍କ ପିତାମାତା ଏ ବିଷୟରେ କେବେ ମୁହଁ ଖୋଲିନାହାନ୍ତି ।

Read More
{}{}