Hindi News >>Home >>Odisha Entertainment

Jawan: ଲକ୍ଷେ କି କୋଟି ନୁହେଁ, ‘ଜଓ୍ବାନ’ରେ ନିଜ ପାରିଶ୍ରମିକ ନେଇ ମୁହଁ ଖୋଲିଲେ ଦୀପିକା

Jawan:  ଫିଲ୍ମଟି ରିଲିଜ ଦିନ ୭୫ କୋଟି ଟଙ୍କାର ଓପନିଂ ଡ଼େ କଲେକ୍ସନ୍ କରିଥିବା ବେଳେ ୯ ଦିନ ମଧ୍ଯରେ ଏହା ୪୦୦ କୋଟିରୁ ଅଧିକ ଟଙ୍କା ଆୟ କରିଛି । ତେବେ ଫିଲ୍ମକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଚର୍ଚ୍ଚା ହେଉଛି ଯେ, କୁଆଡ଼େ ଫିଲ୍ମରେ କାମିଓ ପାଇଁ ଦୀପିକା ପାଦୁକୋନ ୧୫ କୋଟି ଟଙ୍କା ଚାର୍ଜ କରିଛନ୍ତି ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Sep 16, 2023, 08:31 AM IST

Deepika Padukone fees in Jawan: ରିଲିଜ ଦିନଠାରୁ ବକ୍ସ ଅଫିସରେ (Box Office) ଧମାଲ କରିବା ସହ ରେକର୍ଡ଼ ପରେ ରେକର୍ଡ଼ କରିଚାଲିଛି ବଲିଉଡ଼ କିଙ୍ଗ ଶାହରୁଖ ଖାନ (Shah Rukh Khan) ଓ ସାଉଥ ଇଣ୍ଡଷ୍ଟ୍ରିର ସୁନ୍ଦର ଅଭିନେତ୍ରୀ ନୟନତାରା (Nayanthara) ଷ୍ଟାରର ଫିଲ୍ମ 'ଜୱାନ' (Jawan) । ଫିଲ୍ମଟି ରିଲିଜ ଦିନ ୭୫ କୋଟି ଟଙ୍କାର ଓପନିଂ ଡ଼େ କଲେକ୍ସନ୍ କରିଥିବା ବେଳେ ୯ ଦିନ ମଧ୍ଯରେ ଏହା ୪୦୦ କୋଟିରୁ ଅଧିକ ଟଙ୍କା ଆୟ କରିଛି । ତେବେ ଫିଲ୍ମକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଚର୍ଚ୍ଚା ହେଉଛି ଯେ, କୁଆଡ଼େ ଫିଲ୍ମରେ କାମିଓ ପାଇଁ ଦୀପିକା ପାଦୁକୋନ ୧୫ କୋଟି ଟଙ୍କା ଚାର୍ଜ କରିଛନ୍ତି ।

ସୂଚନା ଅନୁଯାୟୀ, ଶାହାରୁଖ ଖାନଙ୍କ ପ୍ରତ୍ୟେକଟି ସୁପରହିଟ୍ ଫିଲ୍ମରେ ଦୀପିକା ପାଦୁକୋନ (Deepika Padukone) ନଜର ଆସିଥାଆନ୍ତି । ତେବେ 'ଜୱାନ'ରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କେମିଓ ରୋଲକୁ ମଧ୍ଯ ବେଶ ପସନ୍ଦ କରିଛନ୍ତି ଦର୍ଶକ । ତେବେ ନିକଟରେ ଅଭିନେତ୍ରୀ ଫିଲ୍ମରେ ନିଜ ପାରିଶ୍ରମିକ ନେଇ ମୁହଁ ଖୋଲିଛନ୍ତି । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଦୀପିକା କହିଛନ୍ତି, “ମୁଁ ‘ଜୱାନ’ରେ କାମିଓ କରିବା ପାଇଁ ଗୋଟିଏ ଟଙ୍କା ମଧ୍ୟ ଚାର୍ଜ କରିନାହିଁ। ଏହା ପୂର୍ବରୁ ମୁଁ ସ୍ବାମୀ ରଣବୀର ସିଂଙ୍କ ଅଭିନୀତ  ଫିଲ୍ମ ‘୮୩’ ଓ ରୋହିତ ସେଟ୍ଟୀଙ୍କ ‘ସର୍କସ’ ରେ ମଧ୍ଯ କାମିଓ ପାଇଁ କୌଣସି ପାରିଶ୍ରମିକ ନେଇ ନଥିଲି।  ମୁଁ ‘୮୩’ର ଏକ ଅଂଶ ହେବାକୁ ଚାହୁଁଥିଲି, କାରଣ ମୁଁ ସେହି ମହିଳାମାନଙ୍କୁ ସମ୍ମାନ ଦେବାକୁ ଚାହୁଁଥିଲି, ଯେଉଁମାନେ ନିଜ ସ୍ୱାମୀଙ୍କୁ ସମର୍ଥନ କରିବା ପାଇଁ ନିଜ ଖୁସି ଭୁଲିଯାଇଥାନ୍ତି। ମୁଁ ଶାହାରୁଖ ଖାନ ଓ ରୋହିତ ସେଟ୍ଟୀଙ୍କ ଚଳଚ୍ଚିତ୍ର ପାଇଁ ସର୍ବଦା ଉପସ୍ଥିତ ଥାଏ। ଉଭୟଙ୍କ ସହ ମୋର ଭଲ ସମ୍ପର୍କ ରହିଛି । 'ଜୱାନ'ରେ କାମିଓ ପାଇଁ ୧୫ କୋଟି ଟଙ୍କା ଚାର୍ଜ କରିଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ସଂପୂର୍ଣ୍ଣ ମିଛ ଅଟେ।”

ସାଉଥ ନିର୍ଦ୍ଦେଶକ ଆଟଲିଙ୍କ (Atlee) ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହରୁଖ ଖାନ (Shah Rukh Khan), ନୟନତାରା (Nayanthara )ଙ୍କ ବ୍ୟତୀତ ବିଜୟ ସେଥୁପଥୀ (vijay sethupathi) ମଧ୍ଯ ନଜର ଆସିଛନ୍ତି । ଫିଲ୍ମକୁ ଦର୍ଶକଙ୍କ ଠାରୁ ବହୁତ ଭଲ ରେସପନ୍ସ ମିଳିଥିବା ଦେଖିବାକୁ ମିଳିଛି । ଫିଲ୍ମ ଦେଖି ସିନେମା ହଲରେ ପ୍ରଶଂସକମାନେ ନାଚୁଥିବାର ଅନେକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି ।

 

Read More
{}{}