Hindi News >>Home >>Odisha Entertainment

ଅଙ୍କିତା ଲୋଖଣ୍ଡେଙ୍କ ପିତାଙ୍କ ଦେହାନ୍ତ, ସେପଟେ ୯୪ ବର୍ଷରେ ଆଖି ବୁଜିଲେ କଟପାଙ୍କ ମାଆ

Entertainment News: ଅସୁସ୍ଥତା ହେତୁ କିଛି ଦିନ ପୂର୍ବରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୧୨ ତାରିଖ ବିଳମ୍ବିତ ରାତିରେ ଅଭିନେତ୍ରୀଙ୍କ ପିତା ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡି଼ନାହିଁ। ସୂଚନା ଅନୁଯାୟୀ, ରବିବାର ଦିନ ଓଶିୱାରା ଶ୍ମଶାନରେ ଶଶିକାନ୍ତଙ୍କ ଶେଷକୃତ ସଂପର୍ଣ୍ଣ ହୋଇଛି। 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Aug 13, 2023, 12:18 PM IST

Entertainment News: ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ (Ankita lokhande) ଉପରେ ଛିଣ୍ତି ପିଡ଼ିଛି ଦୁଃଖର ପାହାଡ଼ । ଅଙ୍କିତାଙ୍କ ପିତା ଶଶିକାନ୍ତ ଲୋଖଣ୍ଡେଙ୍କ (Shashikant Lokhande passed away) ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା ହେତୁ କିଛି ଦିନ ପୂର୍ବରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୧୨ ତାରିଖ ବିଳମ୍ବିତ ରାତିରେ ଅଭିନେତ୍ରୀଙ୍କ ପିତା ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡି଼ନାହିଁ। ସୂଚନା ଅନୁଯାୟୀ, ରବିବାର ଦିନ ଓଶିୱାରା ଶ୍ମଶାନରେ ଶଶିକାନ୍ତଙ୍କ ଶେଷକୃତ ସଂପର୍ଣ୍ଣ ହୋଇଛି। କିନ୍ତୁ ଏନେଇ ଅଙ୍କିତା କିମ୍ବା ତାଙ୍କ ପରିବାର କୌଣସି ସୂଚନା ମିଳିପାରିନାହିଁ । ଶଶିକାନ୍ତ ଲୋଖଣ୍ଡେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ଏହାପୂର୍ବରୁ ତାଙ୍କୁ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପ୍ରକାଶ ଥାଉ କି, ‘ଫାଦର୍ସ ଡ଼େ’ ଅବସରରେ ଅଙ୍କିତା ନିଜ ସୋସିଆଲ ମିଡ଼ିଆରେ ପିତା ଶଶିକାନ୍ତଙ୍କ ପାଇଁ ଏକ ସୁନ୍ଦର ପୋଷ୍ଟ କରିଥିଲେ। ଫଟୋ ସେୟାର କରି ଅଙ୍କିତା କ୍ୟାପସନରେ ଲେଖଥିଲେ- 'ହାପି ଫାଦର୍ସ ଡ଼େ ‘ ମୋ  ପ୍ରଥମ ହିରୋ, ଯିଏ କି ମୋର ପିତା। ଆପଣଙ୍କ ପାଇଁ ଥିବା ଭାବନାକୁ ମୁଁ ସଠିକ୍ ଭାବରେ ପରିପ୍ରକାଶ କରିପାରୁନାହିଁ । ମୁଁ ଆପଣଙ୍କୁ ବହୁତ ଭଲ ପାଏ। ଅନେକ ଜିନିଷ ପାଇଁ ଆପଣ ସଂଘର୍ଷ କରିଛନ୍ତି, ମୁଁ ଛୋଟ ବେଳୁ ଆପଣ ସଂଘର୍ଷ ଦେଖି ଆସିଛି । ଆପଣ କେବେ ନିଜ ସଂଘର୍ଷରେ ପିଲାମାନଙ୍କୁ ସାମିଲ କରିନାହାନ୍ତି । ସେମାନଙ୍କୁ ସବୁକିଛି ଦେଇଛନ୍ତି । ମୋତେ ଉଡ଼ିବା ଲାଗି ସୁଯୋଗ ଦେଇଥିଲେ । ଯାହା ଫଳରେ ମୁଁ ଆଜି ସ୍ବପ୍ନର ଉଡ଼ାଣ ଭଡ଼ିପାରିଛି । ମୁଁ ଜୀବନରେ ଯାହା ଚାହୁଁଥିଲି ଆପଣ ମୋତେ ସବୁ ଦେଇଛନ୍ତି’ ।

ସେଲିବ୍ରେଟି ଫଟୋଗ୍ରାଫର ଭିରାଲ ଭୟାନି (Viral Bhayani) ଅଙ୍କିତା ଲୋଖଣ୍ଡେଙ୍କ ପିତାଙ୍କ ମୃତ୍ୟୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ଅଭିନେତ୍ରୀ ପିତାଙ୍କ ସହ ଅତି ନିକଟତର ଥିଲେ । ବହୁ ସମୟରେ ଅଭିନେତ୍ରୀ ପିତାଙ୍କ ସହ ଅନେକ ଫଟୋ ସେୟାର କରୁଥିଲେ । ମୃତ୍ୟୁ ପୂର୍ବରୁ ଶଶିକାନ୍ତ ଅସୁସ୍ଥ ହୋଇପଡିଥିଲେ, ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ଅଙ୍କିତା ଲୋକପ୍ରିୟ ଟିଭି ସିରିଏସଲ 'ପବିତ୍ର ରିସ୍ତା'ରୁ (Pavitra Rishta) ଚର୍ଚ୍ଚାକୁ ଆସିଥିଲେ । ଅର୍ଚ୍ଚନା ଭୂମିକାରେ ନଜର ଆସିଥିବା ଅଙ୍କିତା ଘରେ ଘରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଅଙ୍କିତାଙ୍କର ଦିବଙ୍ଗ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ (Sushant singh rajput) ସହ ପ୍ରେମ ସମ୍ପର୍କ ମଧ୍ୟ ଏହି ସିରିଏଲରୁ ଆରମ୍ଭ ହୋଇଥିଲା। କିନ୍ତୁ ପରେ ଦୁହେଁଙ୍କ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ।

 

ଅନ୍ୟପଟେ ତାମିଲ ଓ ତେଲୁଗୁ ଇଣ୍ତଣ୍ଟ୍ରିର ପ୍ରସିଦ୍ଧ ଅଭିନେତା ତଥା ବାହୁବଲୀରେ (Baahubali) କଟପା (Kattappa) ଭୂମିକାରେ ବେଶ ଲୋକପ୍ରିୟତା ହାସଲ କରିଥିବା ସତ୍ୟରାଜ (Sathyaraj )ଙ୍କ ମାଆଙ୍କର ୯୪ ବର୍ଷ ବୟସରେ ଦେହାନ୍ତ ହୋଇଛି । ଅଭିନେତାଙ୍କ ମାଆଙ୍କ ମୃତ୍ୟୁ ପରେ ଇଣ୍ତଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । ମାଆଙ୍କ ଦେହାନ୍ତ ଖବର ପାଇବା ପରେ ସତ୍ୟରାଜ ହାଇଦ୍ରାବାଦରୁ କୋଏମ୍ବାଟୁର ଯାଇଥିଲେ । ଅଭିନେତା ହାଇଦ୍ରାବାଦରେ ନିଜର ଆଗାମୀ ଫିଲ୍ମର ସୁଟିଂରେ ବ୍ୟସ୍ତ ଥିଲେ । ଅନେକ ଗଣମାଧ୍ୟମ ସାକ୍ଷାତକାରରେ ସତ୍ୟରାଜ କହିଥିଲେ ଯେ, ମାଆ ତାଙ୍କ ଚଳଚ୍ଚିତ୍ର ଦେଖିବା ଲାଗି ବେଶ ପସନ୍ଦ କରନ୍ତି । ସତ୍ୟରାଜ ଓ ତାଙ୍କ ମାଆଙ୍କ ମଧ୍ୟରେ ସମ୍ପର୍କ ବେଶ ନିବିଡ଼ ଥିଲା ।

 

Read More
{}{}