Hindi News >>Home >>Odisha Entertainment

Actor Sonu Sood: ପୁଣି ହୃଦୟ ଜିତିଲେ ସୋନୁସୁଦ୍, ୬ ମାସର ଶିଶୁକୁ ମରଣ ମୁହଁରୁ ବଞ୍ଚାଇଲେ

Actor Sonu Sood: ବଲିଉଡ୍‌ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍‌ । କୋରୋନା ମହାମାରୀ ସମୟରେ ଅନେକ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାକୁ ଆସିଥିଲେ ସୋନୁ। ଏପରିକି ସୋନୁଙ୍କ ଯୋଗୁଁ ଶହ ଶହ ପ୍ରବାସୀ ଓଡ଼ିଆ ଘରକୁ ଫେରିଥିଲେ। ସେବେଠାରୁ ସୋନୁ ଏଭଳି ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ଯେବେ ତାଙ୍କୁ ଯିଏ ବି ସାହାର୍ଯ୍ୟ ମାଗେ ସେ ଦେବଦୂତ ପରି ତାଙ୍କ ପାଖରେ ପହଞ୍ଚି ଯାଆନ୍ତି ।

Advertisement
Actor Sonu Sood: ପୁଣି ହୃଦୟ ଜିତିଲେ ସୋନୁସୁଦ୍, ୬ ମାସର ଶିଶୁକୁ ମରଣ ମୁହଁରୁ ବଞ୍ଚାଇଲେ
Stop
Zee Odisha Desk|Updated: Nov 23, 2022, 12:10 PM IST

Actor Sonu Sood: ବଲିଉଡ୍‌ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍‌ । କୋରୋନା ମହାମାରୀ ସମୟରେ ଅନେକ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାକୁ ଆସିଥିଲେ ସୋନୁ। ଏପରିକି ସୋନୁଙ୍କ ଯୋଗୁଁ ଶହ ଶହ ପ୍ରବାସୀ ଓଡ଼ିଆ ଘରକୁ ଫେରିଥିଲେ। ସେବେଠାରୁ ସୋନୁ ଏଭଳି ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ଯେବେ ତାଙ୍କୁ ଯିଏ ବି ସାହାର୍ଯ୍ୟ ମାଗେ ସେ ଦେବଦୂତ ପରି ତାଙ୍କ ପାଖରେ ପହଞ୍ଚି ଯାଆନ୍ତି । ଆଉ ସାହାର୍ଯ୍ୟ ମଧ୍ୟ କରନ୍ତି । ସେହିପରି ଝାଡଖଣ୍ତ ଅଞ୍ଚଳର ଜଣେ ୬ ମାସ ଶିଶୁ ପୁତ୍ରର ଅପରେସନ୍ ପାଇଁ ହାତ ବଢାଇଛନ୍ତି । ତାଙ୍କ ତାଙ୍କରି ସହାୟତାରେ  କୁନି ପୁଅର ମୁମ୍ବାଇରେ ଅସ୍ତ୍ରୋପ୍ରଚାର ମଧ୍ୟ କରାଯାଇଛି । 

ସୂଚନା ଅନୁସାରେ, ଝାଡଖଣ୍ତ ଡୁମକା ଅଞ୍ଚଳର ସିଭାତଲା ଗାଁରେ ମନୋଜ କୁମାରଚୌଧୁରୀଙ୍କ ୬ ସାମର ପୁଅ ଶିବନ କୁମାର । ଏକ ଗୁରୁତର ରୋଗ (terminal illness)ରେ ପୀଡିତ ଥିଲା । ହେଲେ ଗରୀବ ଶ୍ରେଣୀର ହୋଇଥିବାରୁ ମନୋଜ ନିଜ ପୁଅର ଚିକିତ୍ସା କରିପାରୁ ନଥିଲେ । ଏହି ଖବର ଜଣା ପଡିବା ପରେ ସହାୟତାର ହାତ ବଢାଇଥିଲେ ସୋନୁ ସୁଦ୍। ସୋନୁସୁଦ୍ ଚାରିର୍ଟି ପକ୍ଷରୁ ଶିବନଙ୍କ ଅପରେସନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ଦିନ ଅଭିନେତା ସୋନୁ ସୁଦଙ୍କ ସହାୟତାରେ ତାଙ୍କ ମୁମ୍ବାଇର ଏକ ହସପିଟାଲରେ ଭର୍ତ୍ତି କରାଯାଇ ଅସ୍ତ୍ରୋପ୍ରଚାର କରାଯାଇଛି ।
 
ସେପଟେ ଶିଶୁର ବାପା ମନୋଜ କହିଛନ୍ତି ଯେ, ଡାକ୍ତର କହିଛନ୍ତି , ପିଲାଟିର ତିନୋଟି ଅପରେସନ୍ କରାଯିବ। କାରଣ ଶିଶୁ ଖପୁରୀ ଉପରେ ଜଳ ଚାପ ବହୁତ ଅଧିକ ଥିଲା ଏବଂ ଏ-ହାକୁ କମାଇବା ପାଇଁ ତାଙ୍କ ମୁଣ୍ଡର ପଛ ପଟରୁ ଏକ ଟ୍ୟୁବ୍ ଭର୍ତ୍ତି କରାଯିବ । ଏହା ବହୁତ କଷ୍ଟକର । ଶିଶୁର ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ଅଛି । ଅଭିନେତା ସୋନୁସୁଦ ଶିଶୁର ଚିକିତ୍ସା ଦାୟିତ୍ବ ଗ୍ରହଣ କରିଛନ୍ତି । ଶିଶୁଟି ସହ ମେଡିକାଲେ ତା' ପିତାମାତା ମଧ୍ୟ ଅଛନ୍ତି । ଚିକିତ୍ସା ବ୍ୟତୀତ ସୋନୁସୁଦଙ୍କ ସଂଗଠନ ସେମାନଙ୍କ ରହିବା ଓ ଖାଦ୍ୟପେୟର ସମସ୍ତ ଖର୍ଚ୍ଚ ବହନ କରୁଛି।

ନିକଟରେ ସେ ବିହାର 'ଗ୍ରାଜୁଏଟ ଚାଇବାଲି'ଙ୍କୁ ସାହାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥଲେ। ବିହାରର ବାସିନ୍ଦା ପ୍ରିୟଙ୍କା ଗୁପ୍ତା ।  ଗ୍ରାଜୁଏଟ ହେବା ପରେ ପ୍ରିୟଙ୍କାଙ୍କୁ କୌଣସି ଚାକିରୀ ମିଳି ନ ଥିଲା । ପରେ ସେ ନିଜ ସମ୍ଭଳରେ ଏକ ଚା' ଦୋକାନ ଖୋଲିଥିଲେ।  ହେଲେ କିଛି ମାସ ପରେ ପାଟନା ମ୍ୟୁନିସିପାଲିଟି କର୍ପୋରେସନ ତାଙ୍କ ଷ୍ଟଲକୁ ଜବରଦଖଲ ବିରୋଧୀ ଅଭିଯାନର ବନ୍ଦ କରି ଦେଇଥିଲା।  ଏହି କାରଣରୁ ଭାଙ୍ଗି ପଡିଥିଲେ ପ୍ରିୟଙ୍କା । ଏନେଇ ସେ ସୋସିଆଲ ମିଡିଆରେ କାନ୍ଦି ସାହାଯ୍ୟ ପାଇଁ ନିବେଦନ କରିଥିଲେ।  ବିହାରର ଗୋପାଳଗଞ୍ଜରେ ପ୍ରିୟଙ୍କାଙ୍କ ଦୋକାନର ପ୍ରଥମ ଫ୍ରାଞ୍ଚାଇଜ୍ ଖୁବଶୀଘ୍ର ଖୋଲିବାକୁ ଯାଉଛି।' ତେବେ,ଏହା ସୋନୁଙ୍କ ଉଦ୍ୟମରେ ସମ୍ଭବ ହୋଇ ପାରିଛି ।

Read More
{}{}