Hindi News >>Home >>Odisha Entertainment

Dhokha Round D Corner Twitter Review : ଜାଣନ୍ତୁ, ଫିଲ୍ମକୁ ନେଇ କ’ଣ କହିଲେ ଦର୍ଶକ ?

Dhokha Round D Corner Twitter Review: ରିଲିଜ୍ ହୋଇଛି ଧୋକା ରାଉଣ୍ତ ଡି କର୍ଣ୍ଣର(Dhokha Round D Corner ) । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଆର ମାଧବନ୍ (R Madhavan) ,ଖୁସାଲୀ କୁମାର, ଅପାରଶକ୍ତି ଖୁରାନା (Aparshakti Khurana) ଏବଂ ‘କାଶ୍ମୀର ଫାଇଲ’ର ଖ୍ୟାତି ଦର୍ଶନ କୁମାର। 

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Sep 23, 2022, 03:26 PM IST

Dhokha Round D Corner Twitter Review : ରିଲିଜ୍ ହୋଇଛି ଧୋକା ରାଉଣ୍ତ ଡି କର୍ଣ୍ଣର(Dhokha Round D Corner ) । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଆର ମାଧବନ୍ (R Madhavan) ,ଖୁସାଲୀ କୁମାର, ଅପାରଶକ୍ତି ଖୁରାନା (Aparshakti Khurana) ଏବଂ ‘କାଶ୍ମୀର ଫାଇଲ’ର ଖ୍ୟାତି ଦର୍ଶନ କୁମାର। ତେବେ ଖୁଶାଲି କୁମାର ଏହି ଚଳଚ୍ଚିତ୍ରରେ ବଲିଉଡରେ ଡେବ୍ୟୁ କରୁଛନ୍ତି। ଫିଲ୍ମଟି ବହୁତ ରୋମାଞ୍ଚକର ଓ ସସପେନ୍ସରେ ପରିପୂର୍ଣ୍ଣ। ଫିଲ୍ମରେ ଖୁସାଲିଙ୍କ ଜଣେ ଗୃହିଣୀଙ୍କ ଭୂମିକାରେ ନଜର ଆସିଛନ୍ତି। ଆର ମାଧବନଙ୍କ ପତ୍ନୀ ଭୂମିକାରେ ନଜର ଆସିଛନ୍ତି ଖୁସାଲି। ଫିଲ୍ମରେ ତାଙ୍କ ନାଁ ରହିଛି ସାଞ୍ଚି ସିନ୍ନା । ତାଙ୍କ ସ୍ବାମୀଙ୍କ ଅପସ୍ଥିତିରେ ଜଣେ ଆତଙ୍କବାଦୀ ଦ୍ବାରା ତାଙ୍କୁ ଅଟକ ରଖାଯାଉଛି । ଆତଙ୍କବାଦୀର ଭୂମିକାରେ ନଜର ଆସିଛନ୍ତି ଅପାରଶକ୍ତି । ଫିଲ୍ମରେ ତାଙ୍କର ନାଁ ରହିଛି ହକଗୁଲ୍ (Haq Gul) । ତେବେ ଫିଲ୍ମଟିକୁ ନେଇ ଦର୍ଶକ ମିକ୍ସ ରିଆକସନ୍ ନିଜ ଟ୍ବିଟର ହ୍ୟାଣ୍ତେଲରେ ଦେଇଛନ୍ତି । ଫିଲ୍ମର ସମସ୍ତ ଚରିତ୍ରକୁ ଏଥିରେ ଦମଦାର ଅଭିନୟ କରିଛନ୍ତି । ଦର୍ଶକ ମଧ୍ୟ ଫିଲ୍ମର ସମସ୍ତ ଚରିତ୍ରକୁ କାଫି ପସନ୍ଦ କରିଛନ୍ତି । ତେବେ ଫିଲ୍ମଟି ବକ୍ସ ଅଫିସରେ ଆଗାମୀ ଦିନରେ ମଧ୍ୟ ଭଲ ରୋଜଗାର କରିବ ବୋଲି ଆଶା ରଖିଛନ୍ତି ଷ୍ଟାରକାଷ୍ଟ । 

ଧୋକା ରାଉଣ୍ତ ଡି କର୍ଣ୍ଣର (Dhokha Round D Corner) ଖୁଶାଲୀଙ୍କର ଏହା ଡେବ୍ୟୁ ଫିଲ୍ମ। ଧୋକା ରାଉଣ୍ତ ଡି କର୍ଣ୍ଣର ହେଉଛି ଏକ କ୍ରାଇମ ଥ୍ରୀଲର ମୁଭି। ଏହି ଫିଲ୍ମର ନିର୍ଦ୍ଦେଶକ ରହିଛନ୍ତି କୋକୋଇ ଗୁଲାଟି(Kookie Gulati ) । ଫିଲ୍ମର ପ୍ରଯୋଜକ ରହିଛନ୍ତି ଭୁଷଣ କୁମାର, କ୍ରଷନ କୁମାର , ଦେବେନ୍ଦ୍ର ଶର୍ମା ଓ ବିରାଟ ଶର୍ମା। ଟି ସିରିଜ-ବ୍ୟାନର ଅଧିନରେ ଫିଲ୍ମଟି ନିର୍ମାଣ ହୋଇଛି। ଫିଲ୍ମର ଗୀତ ଗୁଡିକ ଅଗଷ୍ଟ ୩0ରେ ରିଲିଜ ହୋଇଛି । ଯାହା ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା। 

 

ଗତ ୧୦ ତାରିଖରେ ଫିଲ୍ମର ଟ୍ରଲରଟି ମଧ୍ୟ ରିଲିଜ୍ ହୋଇଥିଲା। ଯାହାକୁ ଦର୍ଶକଙ୍କ କାଫି ପଜେଟିଭ ରେସପନ୍ସ ମଧ୍ୟ ମିଳିଥିଲା । ଟ୍ରେଲର ଆପଣ ଦେଖିବେ ଯେ ଆର ମାଧବନ୍ ଏବଂ ଖୁସାଲି କୁମାର ଜଣେ ସହରୀ ଦମ୍ପତି। ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି । ତା’ପରେ ହଠାତ୍ ଟିଭିରେ ଏକ ଖବର ଦେଖିବା ପରେ ଆର ମାଧବନ୍ ଦୌଡିବା ଆରମ୍ଭ କରନ୍ତି। ଆର ମାଧବନ୍ ଏକ କୋଠା ତଳେ ଠିଆ ହୋଇ ପାଟି କରି ଦୟାକରି ମୋତେ ଭିତରକୁ ଯିବାକୁ ଦିଅନ୍ତୁ । ମୋ ପତ୍ନୀ ଏକୁଟିଆ ଅଛନ୍ତି, ଟ୍ରେଲରର ପରବର୍ତ୍ତୀ କିଛି ମିନିଟ୍ କେବଳ ଅତ୍ୟନ୍ତ ରୋମାଞ୍ଚକର ନୁହେଁ ଏବଂ ପ୍ରତାରଣା ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିବ ଯେ କ’ଣ ସତ ଏବଂ ମିଥ୍ୟା କ’ଣ? ଏହି ଟ୍ରେଲରକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରିଥିଲେ। ଫିଲ୍ମର ରିଲିଜ୍ ଡେଟକୁ ଉତ୍ସାହର ସହକାରେ ଅପେକ୍ଷା କରିଥିଲେ। 

 

Read More
{}{}