Hindi News >>Home >>Odisha Entertainment

Urfi Javed: 'ଭଉଣୀ ଦୟାକରି କପଡା ପିନ୍ଧି ରାସ୍ତାକୁ ଆସ'

Urfi Javed: ସୋସିଆଲ ମିଡିଆ ସେନସେସନ ତଥା ମଡେଲ ଉର୍ଫି ଜାଭେଦ । ସେ ଅଡ ଡ୍ରେସିଂ ପାଇଁ ଅଧିକ ଚର୍ଚ୍ଚାରେ ରହିଥାନ୍ତି । ପ୍ରତିଦିନ ସେ ନିଜ ଇନଷ୍ଟାରେ କିଛିନା କିଛି ଭିଡିଓ ଓ ଫଟୋ ସେୟାର କରିଥାନ୍ତି। ତାଙ୍କର ବୋଲ୍ଡନେସ ଭିଡିଓ ସୋସିଆଲ ମିଡିଆରେ ଆସିବା ମାତ୍ରେ ବେଶ ଭାଇରାଲ ମଧ୍ୟ ହୋଇଥାଏ ।

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Nov 07, 2022, 02:02 PM IST

Urfi Javed: ସୋସିଆଲ ମିଡିଆ ସେନସେସନ ତଥା ମଡେଲ ଉର୍ଫି ଜାଭେଦ । ସେ ଅଡ ଡ୍ରେସିଂ ପାଇଁ ଅଧିକ ଚର୍ଚ୍ଚାରେ ରହିଥାନ୍ତି । ପ୍ରତିଦିନ ସେ ନିଜ ଇନଷ୍ଟାରେ କିଛିନା କିଛି ଭିଡିଓ ଓ ଫଟୋ ସେୟାର କରିଥାନ୍ତି। ତାଙ୍କର ବୋଲ୍ଡନେସ ଭିଡିଓ ସୋସିଆଲ ମିଡିଆରେ ଆସିବା ମାତ୍ରେ ବେଶ ଭାଇରାଲ ମଧ୍ୟ ହୋଇଥାଏ । ଏଥର ଉର୍ଫି ଜାଭେଜ ନିଜ ଫ୍ୟାଶନ ପାଇଁ ନୁହେଁ, ବରଂ ଜଣେ ମହିଳାଙ୍କ ପାଇଁ ଦେଇଥିବା ବୟାନ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି । ଆଉ ସେପଟେ ଉର୍ଫିଙ୍କ ଡ୍ରେସିଂ ଷ୍ଟାଇଲକୁ ନେଇ ମୁହଁ ଖୋଲିଛନ୍ତି ହାସ୍ୟ ଅଭିନେତା ସୁନୀଲ ପଲ୍ (comedian sunil pal )। 

ପୁଣି ଚର୍ଚ୍ଚାରେ ଉର୍ଫି ଜାଭେଦ : 

ଉର୍ଫି ଜାଭେଦ୍ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଜଣେ ମହିଳାଙ୍କ ବିଷୟରେ ପର୍ଦ୍ଦାଫାସ କରିବାକୁ ଚାହିଁଛନ୍ତି । ସେହି ମହିଳା ଜଣକ ଉର୍ଫିଙ୍କ ଡ୍ରେସିଂ ଷ୍ଟାଇଲକୁ ବିରୋଧରେ ଫତୱା ଜାରି କରିବାକୁ ଚାହୁଁଥିବା କହିଛନ୍ତି ଉର୍ଫି । ଉର୍ଫି ଜାଭେଦ୍ ସବୁବେଳେ ତାଙ୍କ ଷ୍ଟାଇଲ୍ କୁ  ନେଇ ଚର୍ଚ୍ଚାରେ ରୁହନ୍ତି । ଯଦିଓ ତାଙ୍କ ଡ୍ରେସିଂ ଷ୍ଚାଇଲକୁ ନେଇ ସେ ସବୁବେଳେ ଟ୍ରୋଲ ଶୀକାର ମଧ୍ୟ ହୁଅନ୍ତି । ଏବେ ହାସ୍ୟ ଅଭିନେତା ସୁନୀଲ ପାଲ ତାଙ୍କ ଡ୍ରେସିଂ ଷ୍ଟାଇଲକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।

ଏହାବି ପଢନ୍ତୁ : Kangana Ranaut: ଏଲୋନ୍ ମସ୍କଙ୍କୁ ତେଲ ମାରୁଛନ୍ତି କଙ୍ଗନା ! ଜାଣନ୍ତୁ କାହିଁକି ?

 

ଉର୍ଫିଙ୍କ ପୋଷାକକୁ ନେଇ ମୁହଁ ଖୋଲିଲେ ସୁନୀଲ :

ହାସ୍ୟ ଅଭିନେତା ସୁନୀଲ ପାଲ ମଧ୍ୟ ଉର୍ଫିଙ୍କ ପୋଷାକକୁ ନେଇ ମୁହଁ ଖୋଲିଛନ୍ତି ।  ସେ ନିଜେ ଏକ ଭିଡିଓ ଜାରି କରିଛନ୍ତି , ଯେଉଁଥିରେ ସେ ଉର୍ଫି ଜାଭେଦଙ୍କ ଉପରେ କଡା ମନ୍ତବ୍ୟ ଦେଇଛନ୍ତି । ସେ ଭିଡିଓରେ କହିଛନ୍ତି ଯେ, 'ଉର୍ଫି ଜାଭେଦ ପାଗଳ ହୋଇଯାଇଛନ୍ତି କି ? ମୁଁ ଦୀର୍ଘ ଦିନ ଧରି ଉର୍ଫି ଦେଖୁଛି, ମୁଁ ଭାବୁଛି ସେ ଭାବୁଛନ୍ତି ତାଙ୍କ ବିରୋଧରେ ଯିଏ ଆଲୋଚନା କରିବ, ସେ ଅଧିକ ଚର୍ଚ୍ଚାକୁ ଆସିବେ। ଏବଂ ସେ ଏହାବି ଭାବୁଛନ୍ତି, ଛୋଟ ପୋଷାକ ପିନ୍ଧି ସେ ଅଧିକ ପରିଚିତ ହେବେ । ଛୋଟ ପୋଷାକ ପିନ୍ଧିବା ଦ୍ବାରା ସେ ଆମ ପବିତ୍ର ମୁସଲିମ୍ ନାଁ ସହିତ ଖେଳୁଛନ୍ତି,ଯାହାକୁ ମୁଁ ପସନ୍ଦ କରେ ନାହିଁ । 

 

 

ସୁନୀଲ ଉର୍ଫିଙ୍କୁ ଭାଇ ହିସାବରେ କହିଲେ ଏଭଳି କଥା :

ସୁନୀଲ ପାଲ୍ କହିଛନ୍ତି ଯେ 'ଉର୍ଫି ଜାଭେଦ ଭୁଲ ଉଦ୍ଦେଶ୍ୟରେ ଏହି ବୃତ୍ତିରେ ପ୍ରବେଶ କରିଛନ୍ତି। ତାଙ୍କ ପରିସ୍ଥିତି ଯାହା ବି ହୋଇପାରେ । କିନ୍ତୁ ସେ କଠିନ ପରିଶ୍ରମ କରି ଭଲ ସ୍ଥାନରେ ପହଞ୍ଚିପାରି ଥାନ୍ତେ । କିନ୍ତୁ ସେ ଛୋଟ ପୋଷାକ ପିନ୍ଧିବାକୁ ପସନ୍ଦ କଲେ ଅଧିକ ଲୋକପ୍ରିୟତା ପାଇଁ, ସୁନୀଲ ପାଲ ଏହା ମଧ୍ୟ କହିଛନ୍ତି ଯେ 'ଭାଇ ହିସାବରେ ମୁଁ କହିବି ଯେ, ଯଦି ଭଉଣୀ ଉର୍ଫି ତମେ ରାସ୍ତାକୁ ଆସିବ, ତେବେ ପୋଷାକ ପିନ୍ଧ' । ତେବେ,ଏଠାରେ ଦେଖିବାକୁ ବାକି ରହିଲା, ସୁନୀଲଙ୍କ ଏହି ବୟାନ ଉପରେ ଉର୍ଫି କ'ଣ ପ୍ରତିକ୍ରିୟା ରଖୁଛନ୍ତି ।  

Read More
{}{}