Hindi News >>Home >>Odisha Entertainment

Sapna Chaudhary Fraud Case: ବିବାଦରେ ଡ୍ୟାନ୍ସର ସପନା ଚୌଧୁରୀ, ହୋଇପାରନ୍ତି ଖୁବଶିଘ୍ର ବନ୍ଧା

Sapna Chaudhary Fraud Case: ବିବାଦରେ ହରିୟାଣାର ପ୍ରସିଦ୍ଧ ଡ୍ୟାନ୍ସର ସପନା ଚୌଧୁରୀ । ସପନା ଚୌଧୁରୀଙ୍କୁ ଲାଗିଲା ବଡ ଝଟକା । ଠକେଇ ମାମଲାରେ ଗିରଫ ହୋଇ ପାରନ୍ତି ସପନା । ଏକ ଠକେଇ ମାମଲାରେ ଡ୍ୟାନସର ସପନା(Sapna Chaudhary Fraud Case) ଏବଂ ଅନ୍ୟ ଚାରିଜଣ ଅଭିଯୁକ୍ତଙ୍କ ବିରୋଧରେ ଲକ୍ଷ୍ନୌ କୋର୍ଟ ଏକ ମାମଲା ରୁଜୁ ହୋଇଛି।

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Nov 05, 2022, 02:23 PM IST

Sapna Chaudhary Fraud Case: ବିବାଦରେ  ହରିୟାଣାର ପ୍ରସିଦ୍ଧ ଡ୍ୟାନ୍ସର ସପନା ଚୌଧୁରୀ । ସପନା ଚୌଧୁରୀଙ୍କୁ ଲାଗିଲା ବଡ ଝଟକା । 
ଠକେଇ ମାମଲାରେ ଗିରଫ ହୋଇ ପାରନ୍ତି ସପନା । ଏକ ଠକେଇ ମାମଲାରେ ଡ୍ୟାନସର ସପନା(Sapna Chaudhary Fraud Case) ଏବଂ ଅନ୍ୟ ଚାରିଜଣ ଅଭିଯୁକ୍ତଙ୍କ ବିରୋଧରେ ଲକ୍ଷ୍ନୌ କୋର୍ଟ ଏକ ମାମଲା ରୁଜୁ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୁଡିସିଆଲ ମାଜିଷ୍ଟ୍ରେଟ ଶାନ୍ତନୁ ଟାଗିଙ୍କକୋର୍ଟ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୦୬ ଏବଂ ୪୨୦ ଅନୁଯାୟୀ ମାମଲା ରୁଜୁ କରିଛନ୍ତି। ଶୁଣାଣି ସମୟରେ ସପନା ଚୌଧୁରୀ ଏବଂ ଅନ୍ୟ ଅଭିଯୁକ୍ତମାନେ କୋର୍ଟରେ ହାଜର ହୋଇଥିଲେ। ସପନା ଚୌଧୁରୀଙ୍କ ବ୍ୟତୀତ ଜୁନାଦ ଅହମ୍ମଦ, ଇୱାଡ ଅଲି, ଅମିତ ପାଣ୍ଡେ ଏବଂ ରତ୍ନାକର ଉପାଧ୍ୟାୟଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି।

କ'ଣ ଥିଲା ପୁରା ଘଟଣା ?
ଆଶିଆନା ପୋଲିସ୍ ଷ୍ଟେସନର ସବଇନ୍ସପେକ୍ଟର ଫିରୋଜ ଖାନଙ୍କ ନିକଟରେ ୨୦୧୮, ୧୪ ଅକ୍ଟୋବର ଏକ ଅଭିଯୋଗ ହୋଇଥିଲ । ଏହି ଅଭିଯୋଗ ଅନୁଯାୟୀ, ସପନା ଏବଂ ଅନ୍ୟ କଳାକାରମାନେ ଅକ୍ଟୋବର ୧୩, ୨୦୧୮ରେ ଏକ କାର୍ଯ୍ୟକ୍ରମ କରିବାର ଥିଲା । ଏନେଇ ଲୋକେ ୩୦୦ ଟଙ୍କା ଦେଇ ଅନଲାଇନ ଓ ଅଫଲାଇନରେ ଟିକେଟ ମଧ୍ୟ କିଣି ଥିଲେ। ହେଲେ ରାତି ୧୦ ପର୍ଯ୍ୟନ୍ତ ଶୋ'ରେ ପହଞ୍ଚି ନ ଥିଲେ ସପନା । ପରେ ସେଠାରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ହଙ୍ଗାମା ମଧ୍ୟ ହୋଇଥିଲା। ଏବଂ ଟିକେଟ୍ କିଣିଥିବା ଲୋକଙ୍କ ପଇସା ମଧ୍ୟ ଫେରାଇଯାଇ ନ ଥିଲା। ଏନେଇ ଆରମ୍ଭ ହୋଇଥିଲା ବିବାଦ ।

ଏହାବି ପଢନ୍ତୁ : Happy Birthday Virat Kohli: ବିରାଟଙ୍କ ଜନ୍ମଦିନରେ ଏଭଳି ସରପ୍ରାଇଜ୍ ଦେଲେ ଅନୁଷ୍କା, ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଏହାବି ପଢନ୍ତୁ : Palak Muchhal Wedding: ପଲକ ମୁଚାଲଙ୍କ ବାଜିଲା ଶାହାନାଇ, କାହିଁକି ଏହି କଣ୍ଠଶିଳ୍ପୀଙ୍କୁ ଜୀବନ ସାଥି କଲେ ପଲକ ? ଜାଣନ୍ତୁ କାରଣ

ଏହାବି ପଢନ୍ତୁ : Comedian Bharti Singh: ଫସିବେ କମେଡି କୁଇନ୍ ଭାରତୀ ସିଂହ, ପଞ୍ଜାବ ହତ୍ୟା ଷଡଯନ୍ତ୍ରରେ ସାମିଲ ଥିବା ସନ୍ଦେହ !

ମାମଲାର ଆଗାମୀ ଶୁଣାଣୀ ୧୨ ଡିସେମ୍ବରରେ ହେବ :
ଏହି ମାମଲାର ଶୁଣାଣୀ ଡିସେମ୍ବର ୧୨ ତାରିଖରେ କରାଯିବ ବୋଲି କୋର୍ଟ କହିଛନ୍ତି । ଆମେ ଆପଣଙ୍କୁ ଏଠାରେ ଜଣାଇବୁ ଯେ, ୨୦ ଜାନୁୟାରୀ ୨୦୧୯ରେ ଜୁନାଦ, ଇବାଦ୍, ଅମିତ ଏବଂ ରତ୍ନାକରଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିବାବେଳେ ୧ ମାର୍ଚ୍ଚ ୨୦୧୯ରେ ସପନାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଥିଲା।

ସପନା ଚୌଧୁରୀଙ୍କ ବୃତ୍ତି :
ସପନା ଚୌଧୁରୀ ହରିୟାଣାର ଜଣେ ଲୋକପ୍ରିୟ ଡ୍ୟାନ୍ସର । ତାଙ୍କର ନୃତ୍ୟ ଗୀତଗୁଡ଼ିକ ପ୍ରାୟତଃ ଇଣ୍ଟରନେଟରେ ଭାଇରାଲ ହୁଏ । ମ୍ୟୁଜିକ୍ ଭିଡିଓ ବ୍ୟତୀତ ସପନା ଚୌଧୁରୀ ସଲମାନ ଖାନଙ୍କ ଲୋକପ୍ରିୟ ସୋ ବିଗ୍ ବସ୍ ର ଏକ ଅଂଶ ମଧ୍ୟ ହୋଇଛନ୍ତି। ବିଗ୍ ବସ୍ ଘରକୁ ଆସିବା ପରେ ସପନା ସାରା ଦେଶରେ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି । 

 

Read More
{}{}