Hindi News >>Home >>Odisha Entertainment

Bollywood Star Kids: ଅଭିନୟ ନୁହଁ ଏହି କାମ କରିବେ Akshay Kumarଙ୍କ ପୁଅ, ଅଭିନେତା କଲେ ଖୁଲାସା

Bollywood Star Kids: ରାମସେତୁ ଷ୍ଟାର ତାଙ୍କ ପୁଅଙ୍କ ଭବିଷ୍ୟତ ବିଷୟରେ କହିଥିଲେ। ଅଭିନୟ ଦୁନିଆକୁ ଆସିବେ ନାହିଁ ଅକ୍ଷୟ କୁମାରଙ୍କ ପୁଅ ଆରଭ। ସେ ତାଙ୍କର ଫ୍ୟାଶନ ଡିଜାଇନିଂ ପଢିବାକୁ କିମ୍ବା କରିବାକୁ ଚାହୁଁଛନ୍ତି।

Advertisement
 Bollywood Star Kids: ଅଭିନୟ ନୁହଁ ଏହି କାମ କରିବେ Akshay Kumarଙ୍କ ପୁଅ, ଅଭିନେତା କଲେ ଖୁଲାସା
Stop
Zee Odisha Desk|Updated: Nov 12, 2022, 09:53 PM IST

Bollywood Star Kids, ମୁମ୍ବାଇ: ଅଭିନୟ ଦୁନିଆକୁ ଆସିବେ ନାହିଁ ଅକ୍ଷୟ କୁମାରଙ୍କ ପୁଅ ଆରଭ। ଏହି କଥା ନିଜେ ବଲିଉଡ ସପୁରଷ୍ଟାର କହିଛନ୍ତି। ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ରାମସେତୁ ଷ୍ଟାର ତାଙ୍କ ପୁଅଙ୍କ ଭବିଷ୍ୟତ ବିଷୟରେ କହିଥିଲେ। ସେ ପ୍ରକାଶ କରିଛନ୍ତି ଯେ, ଆରଭଙ୍କର ଚଳଚ୍ଚିତ୍ର ପ୍ରତି ଆଗ୍ରହ ନାହିଁ ଏବଂ ସେ ଜଣେ ଫ୍ୟାଶନ୍ ଡିଜାଇନର୍ ହେବାକୁ ପସନ୍ଦ କରୁଛନ୍ତି।

ରାଜନୀତି ଭଳି ନେପୋଟିଜିମକୁ ନେଇ ବଲିଉଡ ମଧ୍ୟ ବଦନାମ। ସୁଶାନ୍ତ ସିଂହ  ରାଜପୁତଙ୍କ ମୃତ୍ୟୁ ପରେ ଏହି ପ୍ରସଙ୍ଗ ଯୋରଧରିଥିଲା। ତେବେ ଅକ୍ଷୟ କୁମାର ଏହି ବଦନାମ ଗଳିରୁ ମୁକ୍ତ ହେବାକୁ ଚାହୁଛନ୍ତି। ସେ ତାଙ୍କ ପୁଅ ଆରଭଙ୍କୁ ଅଭିନୟ ଦୁନିଆରେ ଛାଡିବାକୁ ଚାହୁଁନାହାନ୍ତି। ଯାହାର ଖୁଲାସା ସେ ନିଜେ କରିଛନ୍ତି। ଅକ୍ଷୟ କହିଛନ୍ତି, "ମୁଁ ମୋ ପୁଅ ଚଳଚ୍ଚିତ୍ର ଦେଖାଇବାକୁ ଚାହୁଁଛି, ମୁଁ ତାଙ୍କୁ ଚଳଚ୍ଚିତ୍ର ବିଷୟରେ କହିବାକୁ ଚାହେଁ, କିନ୍ତୁ ସେ ଫିଲ୍ମ ଦେଖିବାକୁ ଚାହାଁନ୍ତି ନାହିଁ। ମୁଁ ତାଙ୍କୁ ସେହି ସବୁ ଭିତରେ ରଖିବାକୁ ଚାହେଁ କିନ୍ତୁ ସେ କେବଳ କିଛି ଦେଖିବାକୁ ଚାହାଁନ୍ତି ନାହିଁ, ସେ କେବଳ ନିଜ କାମ କରିବାକୁ ଚାହାଁନ୍ତି। ସେ ତାଙ୍କର ଫ୍ୟାଶନ ଡିଜାଇନିଂ ପଢିବାକୁ କିମ୍ବା କରିବାକୁ ଚାହୁଁଛନ୍ତି।"

Also Read: Siddhant Vir Suryavanshi Last Post: ସିଦ୍ଧାନ୍ତ ସୂର୍ଯ୍ୟବନ୍ସିଙ୍କ କ'ଣ ଥିଲା ଶେଷ ପୋଷ୍ଟ ? ଯାହା ଏବେ ହେଉଛି ଭାଇରାଲ୍

ସେ ଆହୁରି ମଧ୍ୟ କହିଛନ୍ତି, "ସେ କେବଳ ବ୍ରୁସ୍ ଲି ହେବାକୁ ଚାହୁଁଛନ୍ତି।" ଅକ୍ଷୟ ଏବଂ ଟ୍ୱିଙ୍କଲ ଖାନ୍ନା ୨୦୦୧ରେ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। ପୁଅଙ୍କ ନାମ ଅରାବ ଏବଂ ଝିଅଙ୍କ ନିତାରା। ଅକ୍ଷୟ ଚଳିତ ବର୍ଷ ପୃଥ୍ୱୀରାଜ, ବଚ୍ଚନପାଣ୍ଡେ, ରକ୍ଷାବନ୍ଧନ ଏବଂ କାଠପୁତଲି ସମେତ ଏକାଧିକ ଚଳଚ୍ଚିତ୍ରରେ ନଜର ଆସିଥିଲେ। ତାଙ୍କର ଶେଷ ରିଲିଜ୍ ଥିଲା ଆକ୍ସନ୍ ଫିଲ୍ମ ରାମ ସେତୁ।

ଏହାପୂର୍ବରୁ ଅରବ ତାଙ୍କର ଚାଲିବା ଶୈଳୀ ଏବଂ ଜଣେ ମହିଳାଙ୍କ ହ୍ୟାଣ୍ଡବ୍ୟାଗ ନେଇ ଟ୍ରୋଲ ହୋଇଥିଲେ। ଏହା ୨୭ ଜୁଲାଇ ୨୦୨୨ରେ ଆରଭ ଏବଂ ନିତାରା ମୁମ୍ବାଇ ବିମାନବନ୍ଦରରେ ସ୍ପଟ୍ ହୋଇଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାକୁ ଦେଖି ୟୁଜର୍ସମାନେ ଟ୍ରୋଲ କରିଥିଲେ। ଜଣେ ୟୁଜର୍ସ କହିଥିଲେ, "ମୋତେ ତ ଏହି ପିଲା ଝିଅଙ୍କ ଭଳି ଲାଗୁଛନ୍ତି।" ଅନ୍ୟ ଜଣେ ଟ୍ରୋଲର ଲେଖିଥିଲେ, "କରଣ ଜୋହର ପରି ଚାଲୁଛନ୍ତି।" 

 

 

 

 

 

Read More
{}{}