Hindi News >>Home >>Odisha Entertainment

Ayodhya Ram Mandir: ଅଯୋଧ୍ୟାକୁ ଅଧିକ ଭକ୍ତିମୟ କଲେ ସୋନୁ ନିଗମ, ଶଙ୍କରଙ୍କ ସହ ଅନୁରାଧା

Ram Mandir Pran Pratishtha: ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରତିମାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ବଲିଉଡ କଳାକାରମାନେ ପରିବେଶକୁ ଆହୁରି ଭକ୍ତିମୟ କଲେ ବଲିଉଡ କଣ୍ଠଶିଳ୍ପୀ ଶଙ୍କର ମହାଦେବନ, ସୋନୁ ନିଗମ ଏବଂ ଅନୁରାଧା ପାଉଡୱାଲ । 

Advertisement
Ayodhya Ram Mandir: ଅଯୋଧ୍ୟାକୁ ଅଧିକ ଭକ୍ତିମୟ କଲେ ସୋନୁ ନିଗମ, ଶଙ୍କରଙ୍କ ସହ ଅନୁରାଧା
Stop
Soubhagya Ranjan Mishra|Updated: Jan 22, 2024, 05:39 PM IST

Ram Mandir Pran Pratishtha: ଜାନୁଆରୀ ୨୨ ଅର୍ଥାତ ଆଜି ସମଗ୍ର ଭାରତୀୟଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଥିଲା । କାରଣ ଅଯୋଧ୍ୟାରେ ନିର୍ମାଣ ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ଆଜି ପ୍ରତିମାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ କେବଳ ଅଯୋଧ୍ୟା ନୁହେଁ ବରଂ ପ୍ରତିଟି ରାଜ୍ୟରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । ଅଯୋଧ୍ୟାରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ଆଜି ଦେଖିବାକୁ ମିଳିଛି । ଏହି ଅବସରରେ ବଲିଉଡର ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ମଧ୍ୟ ଅଯୋଧ୍ୟାରେ ପହଞ୍ଚି ରାମ ମନ୍ଦିରର ମହାନ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସାକ୍ଷୀ ରହିଛନ୍ତି । କଣ୍ଠଶିଳ୍ପୀ ସୋନୁ ନିଗମ (sonu nigam), ଶଙ୍କର ମହାଦେବନ (shankar mahadevan) ଏବଂ ଅନୁରାଧା ପାଉଡୱାଲ (anuradha paudwal) ନିଜକୁ ଏହି ମହାନ କାର୍ଯ୍ୟକ୍ରମରେ ସାମିଲ କରିଥିଲେ। ଏହି ତିନି ଗାୟକ ରାମ ଭଜନ ପରିବେଷଣ କରି ପରିବେଶକୁ ଆହୁରି ଭକ୍ତିମୟ କରିଥିଲେ ।

ସମସ୍ତଙ୍କର ପ୍ରିୟ ଗାୟକ ସୋନୁ ନିଗମ କୁର୍ତ୍ତା ପିନ୍ଧି ଭଜନ 'ରାମ ସିୟା ରାମ' ଦ୍ୱାରା ସଭିଙ୍କ ହୃଦୟ ଜିଣିଥିଲେ । ଏହି ଭଜନଟି ଉପସ୍ଥିତ ଶ୍ରଦ୍ଧାଳୁ ଏବଂ ଅତିଥିଙ୍କୁ ଭକ୍ତି ସାଗରରେ ହଜାଇ ଦେଇଥିଲା । ସେହିପରି ଅନୁରାଧା ପାଉଡୱାଲ ମଧ୍ୟ ଏକ ସୁନ୍ଦର ଭଜନ 'ଭଜେ ହମ୍ ଭଜେ ହମ୍' ପରିବେଷଣ କରିଥିଲେ । ସେହିପରି ଶଙ୍କର ମହାଦେବନ ଗାଇଥିଲେ 'ଶ୍ରୀରାମଚନ୍ଦ୍ର କୃପାଳୁ ଭଜମନ ହରଣ ଭବଭୟ' ଭଜନ । ଏହି ୩ଜଣ ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କୁ ଉପସ୍ଥିତ ଅତିଥିମାନେ ଖୁବ୍ ପ୍ରଶଂସା କରିଥିଲେ । ୩ ଗାୟକ ଅଯୋଧ୍ୟାରେ ପରିବେଷଣ କରିଥିବା ଗୀତ ଗୁଡିକ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
ସୂଚନାଯୋଗ୍ୟ, ବଲିଉଡର ଅନେକ କଳାକାର ଆଜି ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ସାକ୍ଷୀ ବନିଛନ୍ତି । ବିଗ୍ ବି ଅମିତାଭ୍ ବଚ୍ଚନଙ୍କଠାରୁ ଆରମ୍ଭ କରି କଙ୍ଗନା ରଣାୱତଙ୍କ ପର୍ଯ୍ୟନ୍ତ ଅନେକ ସେଲିବ୍ରେଟି ଅଂଶଗ୍ରହଣ କରିଥିଲେ ।

Also Read- କାହିଁକି କୃଷ୍ଣଶୀଳା ଅର୍ଥାତ କଳାରଙ୍ଗରେ ହେଲା ରାମଙ୍କ ମୂର୍ତ୍ତି, ଜାଣନ୍ତୁ ରହସ୍ୟ

Also Read- Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ସମାରୋହ: ଯୋଗଦେଲେ ପୁରୀ ଗଜପତି ମହାରାଜା

{}{}