Hindi News >>Home >>Odisha Entertainment

kailash kher: ହକି ପାଇଁ ଉଠୁଛି ପଡୁଛି ଓଡ଼ିଶା, କୈଳାଶ ଖେରଙ୍କ ଗୀତରେ ଝୁମିଲା ପୁରା ସମ୍ବଲପୁର

kailash kher: ହକି ବିଶ୍ୱକପ୍ ପାଇଁ ଉଠୁଛି ପଡୁଛି ସାରା ଓଡିଶା । ବିଶ୍ବକପ ହକିକୁ ଚାରଚାନ୍ଦ ଲଗାଇବା ପାଇଁ ଓଡିଶାରେ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ବଲିଉଡ ତାରାକାଙ୍କ ଠାରୁ ଆରମ୍ଭ କରି ଓଲିଉଡର ତାରକା ମାନେ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି । ସେହି କ୍ରମରେ ଗୁରୁବାର (ଜାନୁଆାରୀ୧୬) ରେ ସମ୍ବଲପୁରରେ ବଲିଉଡ ସିଙ୍ଗର କୈଳାସ ଖେରଙ୍କ କାର୍ଯ୍ୟକ୍ରମ ରହିଥିଲା। ଜୁହାର ସମ୍ବଲପୁର । ଜୟ ମାଆ ସମଲେଶ୍ବରୀ । କେମିତି ଅଛନ୍ତି । 

Advertisement
kailash kher: ହକି ପାଇଁ ଉଠୁଛି ପଡୁଛି ଓଡ଼ିଶା, କୈଳାଶ ଖେରଙ୍କ ଗୀତରେ ଝୁମିଲା ପୁରା ସମ୍ବଲପୁର
Stop
Zee Odisha Desk|Updated: Jan 19, 2023, 05:33 PM IST

kailash kher: ହକି ବିଶ୍ୱକପ୍ ପାଇଁ ଉଠୁଛି ପଡୁଛି ସାରା ଓଡିଶା । ବିଶ୍ବକପ ହକିକୁ ଚାରଚାନ୍ଦ ଲଗାଇବା ପାଇଁ ଓଡିଶାରେ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ବଲିଉଡ ତାରାକାଙ୍କ ଠାରୁ ଆରମ୍ଭ କରି ଓଲିଉଡର ତାରକା ମାନେ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି । ସେହି କ୍ରମରେ ଗୁରୁବାର (ଜାନୁଆାରୀ୧୬) ରେ ସମ୍ବଲପୁରରେ ବଲିଉଡ ସିଙ୍ଗର କୈଳାସ ଖେରଙ୍କ କାର୍ଯ୍ୟକ୍ରମ ରହିଥିଲା। ଜୁହାର ସମ୍ବଲପୁର । ଜୟ ମାଆ ସମଲେଶ୍ବରୀ । କେମିତି ଅଛନ୍ତି ।  ଆଉ ଏହାପରେ ଆରମ୍ଭ ହୋଇଯାଇଥିଲା ବଲିଉଡ ସିଙ୍ଗର କୈଳାସ ଖେରଙ୍କ ସୁପରହିଟ ଗୀତ ।  ନିଜର ସୁମଧୁର ସ୍ବରରେ ଗୀତଗାଇ ସମ୍ବଲପୁରବାସୀଙ୍କୁ ଝୁମାଇଥିଲେ କୈଳାସ ଖେର ।  ଆଉ ଲୋକେ ମଧ୍ୟ ତାଙ୍କ ଗୀତ ଶୁଣୀ  ହଜି ଯାଇଥିଲେ। 

 

ହକି ବିଶ୍ବକପ ପାଇଁ  ସମ୍ବଲପୁରର ପିଏଚଡି ପଡିଆରେ କୈଳାସ ଖେର ଓ ତାଙ୍କ ମ୍ୟୁଜିକାଲ ଗ୍ରପ ନାଇଟ୍ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରାତି ୮ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦ ହଜାର ଲୋକେ ଯୋଗ ଦେଇଥିଲା।  ଗୋଟିଏ ପରେ ଗୋଟିଏ ସୁପହିଟ୍ ହିନ୍ଦି ଗୀତରେ ହର୍ଶକଙ୍କ ମନ ମୋହିଥିଲେ ସିଙ୍ଗର। କୈଳାସ ଖେରଙ୍କ ଗୀତରେ କମ୍ପ ଉଠିଥିଲା ପୁରା ପଶ୍ଚିମ ଓଡିଶା । ସମ୍ବଲପୁର ର ମା ସମଲେଶ୍ୱରୀ ଙ୍କର ସ୍ଥାନର ସମ୍ବଲପୁରୀ ବସ୍ତ୍ର ର ଉଚ୍ଚ ପ୍ରଶଂସା କରି ଲୋକଙ୍କ ହୃଦୟ ଜିତିଥିଲେ କୈଳାସ । ମୁଖ୍ୟ ଅତିଥି ଭାବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଓ ବିଧାୟକ ରିତା ସାହୁ ଯୋଗ ଦେଇଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । 

ସମ୍ବଲପୁରୀ ଗୀତରେ ଗ୍ରୀନ ରୁମ  ଦୁଲୁକାଇଲେ ମହାରାଷ୍ଟ୍ର ର ଲାବଣୀ କଳାକାର :
ସମ୍ବଲପୁର ଲୋକ ମହୋତ୍ସବକୁ ଚାରଚାନ୍ଦ ଲଗାଇଥିଲେ ମହାରାଷ୍ଟ୍ରର ଲାବଣୀ କଳାକାର । ସମ୍ବଲପୁରର ଲୋକଗୀତ ଓ ନାଚରେ ଦୁଲୁକି ଉଠିଥିଲା ପୁରା ପଶ୍ଚିମ ଓଡିଶା । କଳାକାରମାନଙ୍କର ନୃତ୍ୟରେ ବିମୋହିତ ହୋଇଥିଲେ ଦର୍ଶକ ।  ଏଭଳି ଭାବରେ ସମ୍ବଲପୁରୀ ନାଚ,ଗୀତ ଓ ବେଶ ପୋଷକର ବେଶ ପ୍ରଶଂସା କରିଥିଲେ ଦର୍ଶକ । ଏହି ଅବସରରେ ସେମାନେ ଷ୍ଟେଜ ରେ ସମ୍ବଲପୁରୀ ନାଚ ଚାଲୁଥିବା ବେଳେ ଗ୍ରୀନ ରୁମରେ ସେମାନେ ଢୋଲ ନିଶାନର ତାଳେ ତାଳେ ନାଚିଥିଲେ ।

Also Read : Hockey World Cup 2023: କାଲି କଳିଙ୍ଗରେ ଭାରତ ଓ ଓ୍ୱେଲ୍ସ ମଧ୍ୟରେ ମହାମୁକାବିଲା, ଜାଣନ୍ତୁ କାହାର ପଲ୍ଲା ଭାରି

 

୧୧ ତାରିଖରେ କଟକରେ ଆୟୋଜିତ ହୋଇଥିଲା ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ । ଏଥିରେ ବଲିଉଡର ହଟ୍ ଗାର୍ଲ ଦିଶା ପାଟାନୀଙ୍କ ସମେତ ରଣବୀର କପୁର ମଧ୍ୟ ନିଜର ଧମାକାଦର ଡାନ୍ସ ଦେଖାଇଥିଲେ। କେବଳ ବଲିଉଡ କଳାକାର ନୁହଁନ୍ତି  ଓଲିଉଡର ବହୁ ନାମୀଦାମୀ କଳାକାର ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ମଧ୍ୟ ନିଜର କଳା ପ୍ରର୍ଦଶନ କରିଥିଲେ । ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ବିଶ୍ବକପ୍ ଆନ୍ଥେମ୍ ବନାଇ ଥିବା ବେଳେ ଏହାକୁ ଗାଇଥିଲେ ସୁଖବିନ୍ଦର ସିଂ  । ଉତ୍ସବରେ ପ୍ରସିଦ୍ଧ କେ ପପ୍ ବ୍ୟାଣ୍ଡ ବ୍ଲାକ୍ ସ୍ବାନ୍ ଗ୍ରୁପ୍ ସାମିଲ ହୋଇଥିଲେ। ସେହି ଦିନ ଠାରୁ ଆରମ୍ଭ କରି ଓଡିଶାର ବିଭିନ୍ନ ସ୍ଥାନରେ ଲୋକଙ୍କ ମନୋରଞ୍ଜନ ପାଇଁ ନାମୀଦାମୀ କଳାକାର ନିଜର କଳା ପ୍ରଦର୍ଶନ କରୁଛନ୍ତି । 

ହକି ବିଶ୍ବ କପ ପାଇଁ ଭୁବେନେଶ୍ବର ଠାରୁ ଆରମ୍ଭ କରି ହକିର ଏନ୍ତୁ଼ଡିଶାଳ କୁହାଯାଉଥିବା ପୁରା ସୁନ୍ଦରଗଡରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ଭୁବନେଶ୍ବରରେ ୨୦୧୮ରେ ବିଶ୍ବକପ ଖେଳାଯାଇଥିବାବେଳେ ଚଳିତ ଥର ଭୁବନେଶ୍ବର ସମେତ ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ଆୟୋଜିତ ହେଉଛି।  ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିଥିବାବେଳେ ୧୭ ଦିନରେ ମୋଟ ୪୪ଟି ମ୍ୟାଚ ଖେଳାଯିବ। ୨୯ରେ କଳିଙ୍ଗ ଷ୍ଟାଡ଼ିୟମରେ ଫାଇନାଲ ମ୍ୟାଚ ଖେଳାଯିବ। 

Read More
{}{}