Hindi News >>Home >>Odisha Entertainment

Jawan: ଦମଦାର ଓପନିଂ ସହ ରେକର୍ଡ଼ ଭାଙ୍ଗିଲା 'ଜୱାନ୍', ପ୍ରଥମ ଦିନ ଆୟ କଲା ଏତିକି କୋଟି

Jawan box office collection: ରିଲିଜର ପ୍ରଥମ ଦିନ 'ଜୱାନ୍' ରେକର୍ଡ କରିଥିବା ବେଳେ ଇଣ୍ଡଷ୍ଟ୍ରିର ଇତିହାସକୁ ମଧ୍ୟ ବଦଳାଇ ଦେଇଛି  । ଅନେକ ସହରରେ 'ଜୱାନ୍'ର ‘ଫ୍ୟାଷ୍ଟ ଡ଼େ ଫ୍ୟାଷ୍ଟ ସୋ’ (Jawan First Day First Show) ରାତି ୨ଟାରୁ ଆରମ୍ଭ ହୋଇଥିବା ବେଳେ କେତେକ ସ୍ଥାନରେ ଭୋର ୫ଟାରେ ଆରମ୍ଭ ହୋଇଥିଲା । 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Sep 08, 2023, 08:36 AM IST

Jawan box office collection day 1: ରିଲିଜ୍ ହେବାର ପ୍ରଥମ ଦିନ ଶାହରୁଖ ଖାନଙ୍କ (Shah Rukh Khan) ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଜୱାନ୍' (Jawan) ରେକର୍ଡ ଭାଙ୍ଗିବା ସହ ଏକ ବମ୍ପର ଓପନିଂ କରିଛି । ଯାହା ଦ୍ବାରା ଏହି ଫିଲ୍ମ ବଲିଉଡର ସବୁଠୁ ଅଧିକ ଓପନିଂ କରିଥିବା ଫିଲ୍ମ ପାଲଟିଛି ।

ସୂଚନା ଅନୁଯାୟୀ, ଶାହରୁଖ ଖାନ୍ (Shah Rukh Khan) ଓ ନୟନତାରାଙ୍କ (Nayanthara) ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଜୱାନ' ସେପ୍ଟେମ୍ବର ୭ ତାରିଖ ଅର୍ଥାତ୍ ଗୁରୁବାର ଦିନ ବଡ଼ ପରଦାରେ ରିଲିଜ ହୋଇଛି। ତେବେ ରିଲିଜର ପ୍ରଥମ ଦିନ 'ଜୱାନ୍' ରେକର୍ଡ କରିଥିବା ବେଳେ ଇଣ୍ଡଷ୍ଟ୍ରିର ଇତିହାସକୁ ମଧ୍ୟ ବଦଳାଇ ଦେଇଛି  । ଅନେକ ସହରରେ 'ଜୱାନ୍'ର ‘ଫ୍ୟାଷ୍ଟ ଡ଼େ ଫ୍ୟାଷ୍ଟ ସୋ’ (Jawan First Day First Show) ରାତି ୨ଟାରୁ ଆରମ୍ଭ ହୋଇଥିବା ବେଳେ କେତେକ ସ୍ଥାନରେ ଭୋର ୫ଟାରେ ଆରମ୍ଭ ହୋଇଥିଲା । ଯାହା ପୂର୍ବରୁ କେବେ ମଧ୍ଯ ଦେଖିବାକୁ ମିଳିନଥିଲା । ତେବେ ଯଦି ଫିଲ୍ମର ଓପନିଂ ଡ଼େ କଲେକ୍ସସନ୍ କଥା କହିବା ତାହାଲେ କିଙ୍ଗ ଖାନଙ୍କ 'ଜୱାନ୍' ପ୍ରଥମ ଦିନରୁ ହିଁ ଦମଦାର ବକ୍ସ ଅଫିସ କଲେକ୍ସସନ୍ କରିଥିବା ଦେଖିବାକୁ ମିଳିଛି ।

 

 
 
 
 

 
 
 
 
 
 
 
 
 
 
 

A post shared by Shah Rukh Khan (@iamsrk)

'ଜୱାନ୍' ରିଲିଜ ସହ (Jawan box office collection day) ଶାହାରୁଖ ଖାନ୍ ଚଳିତ ବର୍ଷ ରିଲିଜ ହୋଇଥିବା ନିଜର ବ୍ଲକ ବାଷ୍ଟର ଫିଲ୍ମ' ପଠାନ'ର ରେକର୍ଡ ମଧ୍ଯ ଭାଙ୍ଗିଛନ୍ତି । ଯାହା ପରେ ଏହି ଫିଲ୍ମ ବଲିଉଡର ସବୁଠୁ ବେଶ ଓପନିଂ କରିଥିବା ଫିଲ୍ମ ପାଲଟିଛି। 'ପଠାନ'ର ଓପନିଂ ଡ଼େ କଲେକ୍ସସନ୍ ୫୭ କୋଟି ଟଙ୍କା ଥିବାବେଳେ 'ଜୱାନ୍’ ରିଲିଜର ପ୍ରଥମ ଦିନ ୭୫ କୋଟି ଟଙ୍କା ରୋଜଗାର କରି ରେର୍କଡ଼ କରିଛି। 'ଜାୱାନ୍' ତିନୋଟି ଭାଷାରେ ରିଲିଜ ହୋଇଥିବା ବେଳେ ହିନ୍ଦୀ ଭାଷାରେ ସର୍ବାଧିକ ୬୫ କୋଟି ଟଙ୍କା ଆୟ କରିଛି। ସେହିପରି ତାମିଲ ଓ ତେଲୁଗୁ ଭାଷାରେ ଏହି ଫିଲ୍ମ ୫-୫ କୋଟି ଟଙ୍କା ରୋଜଗାର କରିଛି।

 

ସାଉଥର ସିନେମାର ସୁପର ନିର୍ଦ୍ଦେଶକ ଆଟଲିଙ୍କ (Atlee) ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହରୁଖ ଖାନ (Shah Rukh Khan), ନୟନତାରା (Nayanthara )ଙ୍କ ବ୍ୟତୀତ ବିଜୟ ସେଥୁପଥୀ (vijay sethupathi) ମଧ୍ଯ ନଜର ଆସିଛନ୍ତି । ଏଥିରେ ଦୀପିକା ପାଦୁକୋନଙ୍କର (Deepika Padukone) ଏକ ବିଶେଷ ଦୃଶ୍ୟ ରହିଛି । ଫିଲ୍ମକୁ ଦର୍ଶକଙ୍କ ଠାରୁ ବହୁତ ଭଲ ରେସପନ୍ସ ମିଳିଥିବା ଦେଖିବାକୁ ମିଳିଛି । ତେବେ ଫିଲ୍ମ ଦେଖି ସିନେମା ହଲରେ ପ୍ରଶଂସକମାନେ ନାଚୁଥିବାର ଅନେକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି ।

​Also Read-​ ଭାରତ ବନାମ ଇଣ୍ତିଆ ତର୍କ ଭିତରେ ଫିଲ୍ମର ନାଁ ବଦଳାଇଲେ ଅକ୍ଷୟ କୁମାର, ଜାଣନ୍ତୁ କ’ଣ ଥିଲା ନାମ…

Read More
{}{}