Hindi News >>Home >>Odisha Entertainment

Nora Fatehi: କାହିଁକି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ନୋରାଙ୍କ ଦୁଇଟି ଭିଡ଼ିଓ, ଦେଖନ୍ତୁ...

Nora Fatehi: ଦୀପିକା ପାଦୁକୋନ, ଅର୍ଜୁନ କପୁର, ଅନସୁଲା କପୁରଙ୍କ  ନୋରା ମଧ୍ଯ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନୋରା ଏକ ବ୍ଲୁ ରଙ୍ଗର ସିମରି ଶାଢୀ ପିନ୍ଧି ଇଭେଣ୍ଟରେ ପହଞ୍ଚିଥିଲେ। ତେବେ ଏହି ଇଭେଣ୍ଟରେ ଅଭିନେତ୍ରୀ ଏକ ଅଘଟଣରୁ ବର୍ତ୍ତି ଯାଇଥିବା ଦେଖିବାକୁ ମିଳୁଛି । 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Jul 26, 2023, 01:41 PM IST

Nora Fatehi: ବଲିଉଡ଼ ଡିଭା ନୋରା ଫତେହି (Nora Fatehi) ତାଙ୍କ ଷ୍ଟାଇଲିସ୍ ଲୁକ୍ ପାଇଁ ବେଶ ଜଣାଶୁଣା । ଅନେକ ସମୟରେ ନୋରା ପିନ୍ଧିଥିବା ଷ୍ଚାଇଲିସ ପୋଷାକକୁ ବେଶ ପସନ୍ଦ କରିଥାଆନ୍ତି ପ୍ରଶଂସକ । ଏହି କାରଣରୁ ତାଙ୍କୁ ‘ହୃଦୟର ରାଣୀ’ ବୋଲି କୁହାଯାଏ । ପ୍ରତ୍ୟେକ ଥର ଅଭିନେତ୍ରୀ ଭିନ୍ନ ଭିନ୍ନ ଲୁକରେ ନଜର ଆସିଥାଆନ୍ତି । ଗତ ଗୁରୁବାର ଦିନ ମୁମ୍ବାଇରେ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଫ୍ୟାଶନ୍ ସୋ ଅନୁଷ୍ଠିତ ହୋଇଥିଲା । ଏହି ଫ୍ୟାଶନ୍ ସୋରେ ବହୁ ସେଲିବ୍ରେଟ୍ ଯୋଗଦେଇଥିଲେ । ଦୀପିକା ପାଦୁକୋନ, ଅର୍ଜୁନ କପୁର, ଅନସୁଲା କପୁରଙ୍କ  ନୋରା ମଧ୍ଯ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନୋରା ଏକ ବ୍ଲୁ ରଙ୍ଗର ସିମରି ଶାଢୀ (Nora Fatehi blue shimmery saree) ପିନ୍ଧି ଇଭେଣ୍ଟରେ ପହଞ୍ଚିଥିଲେ। ତେବେ ଏହି  ଇଭେଣ୍ଟରେ ଅଭିନେତ୍ରୀ ଏକ ଅଘଟଣରୁ ବର୍ତ୍ତି ଯାଇଥିବା ଦେଖିବାକୁ ମିଳୁଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ବେଶ ଭାଇରାଲ ହେବାରେ ଲାଗିଛି । ନୋରା ଏକ ଫ୍ୟୁଜନ୍ ଶାଢୀ ସହ ହାଇ ହିଲ୍ ପିନ୍ଧିଥିଲେ । ଯାହା ତାଙ୍କ ଲୁକକୁ ଆହୁରୀ ଆକର୍ଷଣୀୟ କରୁଥିଲା । ତେବେ ଅଭିନେତ୍ରୀ ପିନ୍ଧିଥିବା ଶାଢୀର କାନୀ ବେଶ ଲମ୍ବା ଥିଲା ।

ତଳେ ପଡୁ ପଡୁ ବଞ୍ଚିଗଲେ ନୋରା

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ରେଡ଼ କାର୍ପେଟରେ ବୁଲୁଥିବା ବେଳେ ନୋରାଙ୍କ ଗୋଡ଼ ତାଙ୍କ ଶାଢୀରେ ଛନ୍ଦି ହୋଇଯାଇଥିଲା । ଫଳରେ ତଳେ ପଡୁ ପଡୁ ଅଳ୍ପକେ ବର୍ତ୍ତିଯାଇଥିଲେ ଅଭିନେତ୍ରୀ । ତେବେ ନୋରାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଖାଲି ଏତିକି ନୁହେଁ, ନୋରା ହାତରେ ଧରିଥିବା ଏକ ଛୋଟ ବ୍ୟାଗ ପାଇଁ ମଧ୍ଯ ତାଙ୍କୁ ଟ୍ରୋଲ ହେବାକୁ ପଡିଛି ।

 

ୟୁଜର୍ସ ଦେଲେ ଏପରି କମେଣ୍ଟ

ଜଣେ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି ଯେ- ‘ଆରେ ଏତେ ବଡ ବ୍ୟାଗ୍’  । ଅନ୍ୟ ଜଣେ ‘ଏହି ପର୍ସରେ କ’ଣ ରଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି’ ।  ଆଉ ଜଣେ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି, ‘ଏ ବ୍ୟାଗରେ ଇୟରଫୋନ୍ ଅଛି କି’?

ସୂଚନା ଥାଉ କି, ଅଭିନେତ୍ରୀ ନୋରା ନିକଟରେ ତାଙ୍କ ଇନଷ୍ଟାଗ୍ରାମ ହାଣ୍ତେଲରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ମନୀଷ ମଲହୋତ୍ରାଙ୍କ ଫ୍ୟାଶନ୍ ସୋରେ ପିନ୍ଧିଥିବା ସିକ୍ୱାଇନ୍ ଫ୍ୟୁଜନ୍ ନେଭି ବ୍ଲୁ ଶାଢୀରେ ନଜର ଆସିଛନ୍ତି । ଭିଡ଼ିଓରେ ସେ ଗ୍ରୀନ୍ ରୁମ ମିରର ସାମ୍ନାରେ ପୋଜ ଦେଉଥିବାର ଦେଖିବାକୁ ମିଳିଛି । ତେବେ ଅଭିନେତ୍ରୀଙ୍କ ଏହି ଗ୍ଲାମ୍ ଲୁକ୍ ଭିଡିଓ ଏବେ ଇଣ୍ଟରନେଟରେ ବେଶ ଭାଇରାଲ ହେବାରେ ଲାଗିଛି । କେତେ ଲୋକେ ଏହି ଭିଡ଼ିଓକୁ ପସନ୍ଦ କରୁଥିବା ବେଳେ ଆଉ କେତେକ ଏହାକୁ ନାପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

 

 
 
 
 

 
 
 
 
 
 
 
 
 
 
 

A post shared by Nora Fatehi (@norafatehi)

ପ୍ରକାଶ ଥାଉ କି, ନିକଟରେ ନୋରା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଭଲ ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବା ଲାଗି ସେ ଅନେକ ଜିନିଷ ତ୍ୟାଗ କରିଛନ୍ତି। ସେ ଆଉ ମଧ୍ଯ କହିଛନ୍ତି – ‘ମୁଁ ଯେଉଁ ସବୁ ସୁଯୋଗ ପାଇଥିଲି ସେଥିପାଇଁ ମୁଁ ପ୍ରସ୍ତୁତ ଥିଲି। ମୁଁ ଅନ୍ୟ ଝିଅମାନଙ୍କ ପରି ମୋ ପ୍ରେମିକ ସହିତ ପାର୍ଟି କିମ୍ବା ହ୍ୟାଙ୍ଗ ଆଉଟ କରିନଥିଲି । ମୁଁ ରୁମରେ ତାଲା ପକାଇ ପ୍ରତିଦିନ ନୂଆ ନୂଆ ଜିନିଷ ଶିଖୁଥିଲି । ଓ ଟିଭି ଦେଖି ଏହାକୁ ଅଭ୍ୟାସ କରୁଥିଲି’ ।

 

 

 

 

 

 

Read More
{}{}