Hindi News >>Home >>Odisha Entertainment

Bollywood News: ବକ୍ସ ଅଫିସରେ ରେକର୍ଡ କଲା ଅଜୟ ଦେବଗନଙ୍କ 'ସୈତାନ'

Bollywood News: ଏହି ସିନେମାରେ ଅଜୟ ଏବଂ ଜ୍ୟୋତିକାଙ୍କୁ ପିତା ମାତାଙ୍କ ଭୂମିକାରେ ଦେଖିବାକୁ ମିଳିଛି । 'ସୈତାନ'ର ଟ୍ରେଲର ରିଲିଜ୍ ପରେ ପ୍ରଶଂସକ ବେଶ୍ ପ୍ରଶଂସା କରିଥିବା ସମୟରେ ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଆଶାଠୁ ଅଧିକ ରୋଜଗାର କରିବାରେ ସକ୍ଷମ ହେଉଛି ।

Advertisement
Bollywood News: ବକ୍ସ ଅଫିସରେ ରେକର୍ଡ କଲା ଅଜୟ ଦେବଗନଙ୍କ 'ସୈତାନ'
Stop
Soubhagya Ranjan Mishra|Updated: Mar 11, 2024, 03:01 PM IST

Bollywood News: ନିକଟରେ ରିଲିଜ୍ ହୋଇଥିବା ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ସିନେମା ସୈତାନ ଦେଖିବାକୁ ପ୍ରେକ୍ଷାଳୟରେ ଭିଡ ଜମୁଥିବା ଦେଖିବାକୁ ମିଳିଛି । ବକ୍ସ ଅଫିସରେ ପୂର୍ବରୁ ହରର୍ ସିନେମା ଏତେ ଭଲ ପ୍ରଦର୍ଶନ କରିନଥିବା ସମୟରେ ବର୍ତ୍ତମାନ ଅଜୟଙ୍କ ସିନେମାର ସଫଳତା ପୂର୍ବ ରେକର୍ଡକୁ ଭାଙ୍ଗିବାରେ ସକ୍ଷମ ହୋଇପାରିଛି । 'ସୈତାନ'ରେ ସାଉଥର ପ୍ରସିଦ୍ଧ ଅଭିନେତ୍ରୀ ଜ୍ୟୋତିକା ଅଜୟଙ୍କ ସହିତ ଲିଡ୍ ରେ ଅଛନ୍ତି । ଆର ମାଧବନଙ୍କୁ ସିନେମାରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଛି ।

ଏହି ହରର୍ ସିନେମାରେ ମାଧବନଙ୍କୁ ଏପରି ଏକ କ୍ୟାରେକ୍ଟରରେ ଦେଖିବାକୁ ମିଳିଛି ଯିଏକି ଅଜୟ ଏବଂ ଜ୍ୟୋତିକାଙ୍କ ଝିଅକୁ ବଶିକରଣ ମାଧ୍ୟମରେ ନିଜ ଅଧୀନକୁ ଆଣିଛନ୍ତି । ସେହି ଝିଅଟିକୁ ବଶିକରଣ କରି ମାଧବନ ନିଜର ଇଚ୍ଛା ମୁତାବକ କାର୍ଯ୍ୟ ହାସଲ କରୁଛନ୍ତି । ଅଜୟ ଏବଂ ଜ୍ୟୋତିକା ପିତାମାତା ଭୂମିକାରେ  ନିଜ ଝିଅକୁ ସୈତାନ କବଳରୁ ମୁକ୍ତ କରିବା ପାଇଁ କିଛିବି କରିବାକୁ ପ୍ରସ୍ତୁତ ରହିଛନ୍ତି । ପୂର୍ବରୁ 'ସୈତାନ'ର ଟ୍ରେଲର ରିଲିଜ୍ ପରେ ଲୋକମାନେ କିଛି ନୂଆ ଝଲକ ଦେଖିବାକୁ ପାଇଥିଲେ । ବର୍ତ୍ତମାନ ସିନେମା ରିଲିଜ୍ ପରେ ପ୍ରଥମ ଦିନରୁ ହିଁ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଆଶାଠୁ ଅଧିକ ସଫଳତା ହାସଲ କରିଥିବା ଦେଖିବାକୁ ମିଳିଛି ।

ଟ୍ରେଲର ଦେଖିବା ପରେ ପ୍ରଶଂସକମାନେ ଅନୁମାନ କରିଥିଲେ ଯେ, ସିନେମାଟି ରିଲିଜ୍ ପରେ ନିଶ୍ଚେ ସଫଳତା ପାଇବ । ଏହି ରିଲିଜ୍ ପରେ ପ୍ରଥମ ଦିନରେ ପ୍ରାୟ ୧୦ରୁ ୧୨ କୋଟି ଟଙ୍କାର ବ୍ୟବସାୟ ହେବା ନେଇ ଆକଳନ କରାଯାଇଥିଲା । କିନ୍ତୁ ଅଜୟଙ୍କ ଫିଲ୍ମ ପ୍ରଥମ ଦିନରେ ଆଶ୍ଚର୍ଯ୍ୟଜନକ ଲାଭ ଦେଇଥିଲା । ଶୁକ୍ରବାର ଦିନ ବକ୍ସ ଅଫିସରେ ୧୫.୨୧ ଟଙ୍କାର ବ୍ୟବସାୟ କରିଥିଲା ।

ଶନିବାର ଦିନ ମଧ୍ୟ 'ସୈତାନ' ବକ୍ସ ଅଫିସରେ ୨୫% ରୁ ଅଧିକ ବ୍ୟବସାୟ କରିଥିଲା । ଦ୍ୱିତୀୟ ଦିନ ବକ୍ସ ଅଫିସ କଲେକ୍ସନ ଥିଲା ପ୍ରାୟ ୧୯.୧୮ କୋଟି ଟଙ୍କା । ମାତ୍ର ଦୁଇ ଦିନ ମଧ୍ୟରେ ଅଜୟ ଦେବଗନଙ୍କ ଫିଲ୍ମ ବକ୍ସ ଅଫିସରେ ୩୪ କୋଟିରୁ ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଥିଲା ।

ରବିବାର ଦିନ ପ୍ରକାଶିନ ବିଭିନ୍ନ ରିପୋର୍ଟଗୁଡିକରେ ଦେଖିବାକୁ ମିଳିଛି ଯେ, 'ସୈତାନ' ରବିବାର ଦିନ ମଧ୍ୟ ଭଲ ବ୍ୟବସାୟ କରିଛି । ତୃତୀୟ ଦିନରେ ମଧ୍ୟ ଫିଲ୍ମ ଦ୍ୱିତୀୟ ଦିନ ଅପେକ୍ଷା ଭଲ ବ୍ୟବସାୟ କରିଥିଲା ​​। ରିପୋର୍ଟ ଅନୁଯାୟୀ ଆକଳନ କରାଯାଇଛି ଯେ, 'ସୈତାନ' ରବିବାର ଦିନ ପ୍ରାୟ ୨୦ରୁ ୨୧  କୋଟି ଟଙ୍କା କଲେକ୍ସନ କରିଛି। ଏଥି ସହିତ ଫିଲ୍ମ ମାତ୍ର ୩ ଦିନ ମଧ୍ୟରେ ବକ୍ସ ଅଫିସରେ ଅର୍ଦ୍ଧ ଶତାବ୍ଦୀ ଅତିକ୍ରମ କରିଛି । କହିବାକୁ ଗଲେ ପ୍ରଥମ ସପ୍ତାହ ଶେଷରେ ପ୍ରାୟ ୫୫ କୋଟି ଟଙ୍କା ବକ୍ସ ଅଫିସ୍ ଡକଲେକ୍ସନ ହୋଇଛି । ତେବେ ସୋମବାରଠାରୁ ଦ୍ୱିତୀୟ ସପ୍ତାହରେ ସୈତାନ କିପରି ବ୍ୟବସାୟ କରିବ ତାହା ଉପରେ ବର୍ତ୍ତମାନ ସଭିଙ୍କ ନଜର ରହିଛି ।

Also Read- Rahu-Ketu Gochar 2024: ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ପ୍ରଭାବରୁ ୩ରାଶିକୁ ବଡ଼ ସଙ୍କଟ

Also Read- Chaitra Navratri 2024: ଆସୁଛନ୍ତି ମାଆ ଚଇତି ଦୁର୍ଗା, ଜାଣନ୍ତୁ ପୂଜାର ଶୁଭ ସମୟ

Read More
{}{}