Hindi News >>Home >>Odisha Entertainment

Anupam Kher Birthday: ଆଜି ଅଭିନେତା ଅନୁପମ ଖେରଙ୍କ ଜନ୍ମଦିନ, ଭିଡ଼ିଓ ସେୟାର କରି...

Anupam Kher: ବଲିଉଡର ଅନେକ ଫିଲ୍ମରେ ଏହି ଭେଟରାନ୍ ଅଭିନେତାଙ୍କ ଚତ୍ମକାର ଅଭିନୟ ଦେଖିବାକୁ ମିଳିଛି । ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନୁପମଙ୍କ ବେଶ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି। ଅଭିନେତା ପ୍ରତିବର୍ଷ ତାଙ୍କ ଜନ୍ମଦିନରେ କିଛି ନୂଆ କରିଥାଆନ୍ତି । ଆଜ୍ଞା ହଁ, ଏହା ଆମେ କହୁ ନାହୁଁ ଅନୁପମ ନିଜେ ଏନେଇ ସୂଚନା ଦେଇଛନ୍ତି ।

Advertisement
Anupam Kher Birthday: ଆଜି ଅଭିନେତା ଅନୁପମ ଖେରଙ୍କ ଜନ୍ମଦିନ, ଭିଡ଼ିଓ ସେୟାର କରି...
Stop
Zee Odisha Desk|Updated: Mar 07, 2024, 10:28 AM IST

Anupam Kher Birthday: ଆଜି ହେଉଛି ବରିଷ୍ଠ ଅଭିନେତା ଅନୁପମ ଖେରଙ୍କ ଜନ୍ମଦିନ। ବଲିଉଡର ଅନେକ ଫିଲ୍ମରେ ଏହି ଭେଟରାନ୍ ଅଭିନେତାଙ୍କ ଚତ୍ମକାର ଅଭିନୟ ଦେଖିବାକୁ ମିଳିଛି । ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନୁପମଙ୍କ ବେଶ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି। ଅଭିନେତା ପ୍ରତିବର୍ଷ ତାଙ୍କ ଜନ୍ମଦିନରେ କିଛି ନୂଆ କରିଥାଆନ୍ତି । ଆଜ୍ଞା ହଁ, ଏହା ଆମେ କହୁ ନାହୁଁ ଅନୁପମ ନିଜେ ଏନେଇ ସୂଚନା ଦେଇଛନ୍ତି ।

ଅନୁପମ ଖେର ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଅନୁପମ ନିଜର ଆଗାମୀ ପ୍ରୋଜେକ୍ଟ ନେଇ ଘୋଷଣା କରିଛନ୍ତି। ଭିଡିଓ ସେୟାର କରି ସେ ସୂଚନା ଦେଇଛନ୍ତି ଯେ, ଖୁବଶୀଘ୍ର TANVI THE GREAT ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ଫିଲ୍ମର ସୁଟିଂ ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୮ ରେ ମହାଶିବରାତ୍ରୀଙ୍କ ଅବସରରେ ଆରମ୍ଭ ହେବ। ଭିଡିଓରେ ଅନୁପମ ତାଙ୍କ ମା’ଙ୍କଠାରୁ ଆଶୀର୍ବାଦ ନେଉଥିବାର ନଜର ଆସିଛନ୍ତି।

 

 
 
 
 

 
 
 
 
 
 
 
 
 
 
 

A post shared by Anupam Kher (@anupampkher)

ଅନ୍ୟ ଏକ ଭିଡିଓ ସେୟାର କରି ଅନୁପମ କହିଛନ୍ତି,  ‘ଜନ୍ମଦିନର ଅର୍ଥ ହେଉଛି ଜୀବନର ଆଉ ଏକ ନୂତନ ବର୍ଷର ଆରମ୍ଭ । କିଛି ବର୍ଷ ପୂର୍ବେ ମୁଁ ନିଷ୍ପତ୍ତି ନେଇଥିଲି ଯେ ମୁଁ ମୋର ଜନ୍ମଦିନରେ କିଛି ଖାସ କରିବା ସହ ନିଜକୁ ଚ୍ୟାଲେଞ୍ଜ କରିବି । ଏହି ବର୍ଷ ମଧ୍ୟ ମୁଁ ଏପରି କିଛି କରିବାକୁ ଚାହୁଁଛି ଯାହା ମୁଁ ବହୁ ବର୍ଷ ଧରି କରିବାକୁ ଚାହୁଁଥିଲି । ଏହା ମୋ ହୃଦୟର ଅତି ନିକଟ ଅଟେ’ । ଅନୁପମଙ୍କ ଜନ୍ମଦିନ ପାଇଁ ସୋସିଆଲ ମିଡିଆରେ ପ୍ରଶଂସକ ଶୁଭେଚ୍ଛା ଛୁଟିଛି।

 

{}{}