Hindi News >>Home >>Odisha Entertainment

ଆଲିଆ ଭଟ୍ଟଙ୍କ ବେଡରୁମ ଭିଡ଼ିଓ ଭାଇରାଲ ! ସେଲିବ୍ରେଟିଙ୍କ ପାଇଁ ସମସ୍ୟା ବଢ଼ାଇଲା AI

Bollywood News: ବଲିଉଡ ସେଲିବ୍ରିଟିମାନେ କିଛି ସମୟ ପାଇଁ ଡିପ ଫେକ ଭିଡିଓର ଶିକାର ହେଉଛନ୍ତି। ବର୍ତ୍ତମାନ ଏହି ତାଲିକାରେ ଆଲିଆ ଭଟ୍ଟଙ୍କ ନାମ ମଧ୍ୟ ଯୋଡି ହୋଇଛି। ଆଲିଆଙ୍କୁ ନେଇ ହୋଇଥିବା ଏହି AI ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisement
ଆଲିଆ ଭଟ୍ଟଙ୍କ ବେଡରୁମ ଭିଡ଼ିଓ ଭାଇରାଲ ! ସେଲିବ୍ରେଟିଙ୍କ ପାଇଁ ସମସ୍ୟା ବଢ଼ାଇଲା AI
Stop
Soubhagya Ranjan Mishra|Updated: Nov 27, 2023, 04:46 PM IST

Bollywood News: ଟେକ୍ନୋଲୋଜିର ଅଗ୍ରଗତି ଅନେକ କ୍ଷେତ୍ରରେ ଲାଭଦାୟକ ପ୍ରମାଣିତ ହେଉଛି । କିନ୍ତୁ ଏହାର ବଢ଼ୁଥିବା ଅପବ୍ୟବହାର ମଧ୍ୟ ଅସୁବିଧାର କାରଣ ପାଲଟିଛି । ବଲିଉଡ ସେଲିବ୍ରିଟିମାନେ କିଛି ସମୟ ପାଇଁ ଡିପ ଫେକ ଭିଡିଓର ଶିକାର ହେଉଛନ୍ତି। ବର୍ତ୍ତମାନ ଏହି ତାଲିକାରେ ଆଲିଆ ଭଟ୍ଟ (alia bhatt)ଙ୍କ ନାମ ମଧ୍ୟ ଯୋଡି ହୋଇଛି। ଆଲିଆଙ୍କୁ ନେଇ ହୋଇଥିବା ଏହି AI ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଭିଡିଓରେ ଜଣେ ଝିଅ ବିଛଣାରେ ବସି ଖରାପ ଅଙ୍ଗଭଙ୍ଗୀ କରୁଥିବା ନଜର ଆସିଛନ୍ତି। ଏହି ଝିଅର ମୁହଁରେ ଆଲିଆଙ୍କ ଚେହେରା ଯୋଡ଼ା ଯାଇଛି ।

'ଆନିମଲ' ଖ୍ୟାତି ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଲିଫ୍ଟ ଭିଡିଓ ଭାଇରାଲ ହେବାପରେ ଡିପଫେକ୍ ଭିଡିଓ ଚର୍ଚ୍ଚାରେ ଥିଲା। ଏହି ଭିଡିଓ ପରେ ରଶ୍ମିକା ବହୁତ ବିବ୍ରତ ହୋଇ ପଡ଼ିଥିଲେ। ଏହି ଭିଡିଓ ସଂପର୍କରେ ଅମିତାଭ ବଚ୍ଚନ ମଧ୍ୟ ଆପତ୍ତି ଉଠାଇଥିଲେ। ଏହା ପରେ କ୍ୟାଟ୍ରିନା କୈଫ ଓ କାଜୋଲ ମଧ୍ୟ ଏଭଳି ଡିପ ଫେକ୍ ଭିଡିଓର ଶିକାର ହୋଇଥିଲେ।

ରଣବୀର କପୁରଙ୍କ ପତ୍ନୀ ତଥା ବଲିଉଡର ଜଣାଶୁଣା ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏହି ଡିପ ଫେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ କ୍ଲିପ୍‌ରେ ଜଣେ ଝିଅ ଅଶାଳୀନ ଅଙ୍ଗଭଙ୍ଗୀ କରୁଥିବା ଦେଖାଯାଇଛି ଏବଂ ଆଲିଆଙ୍କ ଚେହେରା ଟେକ୍ନୋଲୋଜି ସାହାଯ୍ୟରେ ଏଥିରେ ଲାଗିଛି । ଆପଣଙ୍କୁ ଜଣାଇବୁ କି ଡିପ ଲର୍ଣିଂରୁ ଡିପ ଫେକ ଶବ୍ଦ ଆସିଛି । ଏହା ମେସିନ୍ ଲର୍ଣିଂର ଏକ ଅଂଶ ଏବଂ ଏଠାରେ ଡିପର ଅର୍ଥ ହେଉଛି ମଲ୍ଟିପଲ୍ ଲେୟାର। ଏହା ଆର୍ଟିଫିସିଆଲ ନ୍ୟୁରଲ ନେଟୱାର୍କ ଉପରେ ଆଧାରିତ । ଏଥିରେ ନକଲି କଣ୍ଟେଣ୍ଟକୁ ଅସଲି କଣ୍ଟେଣ୍ଟରେ ପରିଣତ କରିଦିଆଯାଏ ଓ ଏଥିପାଇଁ ଏଆଇ ବ୍ୟବହୃତ ହୁଏ ।

ସୂଚନାଯୋଗ୍ୟ ଯେ, ରଶ୍ମିକା ମନ୍ଦାନାଙ୍କ ଡିପ ଭିଡିଓ ଭାଇରାଲ ହେବା ପରେ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅଭିଯୋଗର ୩୬ ଘଣ୍ଟା ମଧ୍ୟରେ ଏଭଳି ଭିଡିଓ ଏବଂ ଭୁଲ ତଥ୍ୟ ହଟାଇବା ସୋସିଆଲ ମିଡିଆ ପ୍ଲାଟଫର୍ମର ଆଇନଗତ ଦାୟିତ୍ବ ବୋଲି ସେ କହିଥିଲେ। ଯଦି ପ୍ଲାଟଫର୍ମଗୁଡିକ ଏହାର ଅନୁପାଳନ ନକରନ୍ତି, ତେବେ ନିୟମ ୭ ଲାଗୁ ହେବ ଏବଂ ଆଇପିସିର ବ୍ୟବସ୍ଥା ଅନୁଯାୟୀ ପୀଡ଼ିତାଙ୍କୁ କୋର୍ଟରେ ହାଜର କରାଯାଇପାରେ।

Also Read- Presidents Medal Awards: ରାଷ୍ଟ୍ରପତି ପଦକ ପାଇଁ ସୁପାରିଶକୁ ତ୍ୱରାନ୍ୱିତ କରନ୍ତୁ: MHA

Also Read- Peepal leaf Remedies: ଆପଣଙ୍କ ଭାଗ୍ୟ ବଦଳାଇଦେବ ଏହି ପତ୍ର, ଏମିତି କରନ୍ତୁ ବ୍ୟବହାର

{}{}