Hindi News >>Home >>Odisha Entertainment

ପ୍ରଭାସଙ୍କୁ ଡେଟ୍ କରୁଛନ୍ତି କୀର୍ତ୍ତି ! ପୂର୍ବରୁ ଅନ୍ୟଜଣଙ୍କ ସହ ଥିଲା ବାହୁବଳୀ ହିରୋଙ୍କ ଚକ୍କର,ଜାଣନ୍ତୁ କିଏ ସେ ଅଭିନେତ୍ରୀ

Prabhas : ସାଉଥ ସୁପରଷ୍ଟାର ପ୍ରଭାସ (Prabhas)ଙ୍କ ଅଭିନୀତ ଫିଲ୍ମ ବାହୁବଳୀ(Baahubali)। ସୁପରଷ୍ଟାର ପ୍ରଭାସ ଓ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ରିଲେସନସିପ ଚର୍ଚ୍ଚା ଦୀର୍ଘ ସମୟରୁ ଜୋର ଧରିଆସୁଛି ।

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Sep 17, 2022, 05:20 PM IST

Prabhas : ସାଉଥ ସୁପରଷ୍ଟାର ପ୍ରଭାସ (Prabhas)ଙ୍କ ଅଭିନୀତ ଫିଲ୍ମ ବାହୁବଳୀ(Baahubali)। ସୁପରଷ୍ଟାର ପ୍ରଭାସ ଓ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ରିଲେସନସିପ ଚର୍ଚ୍ଚା ଦୀର୍ଘ ସମୟରୁ ଜୋର ଧରିଆସୁଛି । ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ’ ରିଲିଜ ହେବା ପରେ ଶୁଣିବାକୁ ମିଳୁଥିଲା ଯେ ଏହି ଦୁଇ ଷ୍ଟାର୍ସ ବିବାହ ବନ୍ଧନରେ ଜଲଦି ଆବଦ୍ଧ ହେବେ । ଫ୍ୟାନ୍ସଙ୍କ ଏହି ସ୍ବପ୍ନ କେବେ ସତ ହେବ ତାହା କାହାରିକୁ ଜଣାନାହିଁ ।  କିନ୍ତୁ ଇତିମଧ୍ୟରେ ଏବେ  ପ୍ରଭାସଙ୍କ ନାଁ ସହ ଆଉ ଜଣେ ଷ୍ଟାରଙ୍କ ନାଁ ଯୋଡି ହୋଇଛି।  ଆଦିପୁରୁଷ (Adipurush) କୋଷ୍ଟାର କୀର୍ତ୍ତି ସାନନଙ୍କ ନାଁ ଯୋଡି ହୋଇଛି । ପ୍ରଭାସ କୁଆଡେ କୀର୍ତ୍ତିଙ୍କୁ ଡେଟ୍ କରୁଛନ୍ତି ! ଆଉ ତାଙ୍କ ସହ କୁଆଡେ ସେ ରିଲେସନସିପରେ ରହିଛନ୍ତି ! ଯେତେବେଳେ କୀର୍ତ୍ତି ସାନନ (Koffee With Karan Season 7) କରନ ଓ୍ବିଥ୍ କଫି ଶୋକୁ ଯାଇଥିଲେ। ସେହି ସମୟରେ ହିଁ  ପ୍ରଭାସକୁ ସେ କଲ କରିଥିଲେ । ସେବେଠାରୁ ଉଭୟଙ୍କ ସମ୍ପର୍କ ନେଇ ଚର୍ଚ୍ଚା ଅଧିକ ହେଉଛି।  
 
ପ୍ରଭାସ ଓ କୀର୍ତ୍ତି ସାନନଙ୍କ ଫିଲ୍ମ ଆଦିପୁରୁଷର ସୁଟିୁଂ ଆରମ୍ଭ ହୋଇଛି । ଆଦିପୁରୁଷ ସୁଟିଂ ସେଟରେ ଉଭୟଙ୍କ ଭଲ ବଣ୍ତିଂ ରହିଥିବା ମଧ୍ୟ ଦେଖିବାକୁ ମିଳିଛି। ସମସ୍ତଙ୍କୁ ଚକିତ କରିଛି ଯେ, ପ୍ରଭାସ ଲାଜକୁଳା ବ୍ୟକ୍ତିତ୍ବର ହୋଇଥିବା ବେଳେ କିଭଳି କୀର୍ତ୍ତିଙ୍କ ଏତେ  ଉତ୍ସାହର ସହ କଥା ହେଉଛନ୍ତି। ତେବେ, ଉଭୟଙ୍କ ସମ୍ପର୍କକୁ ନେଇ ଏବେ ପୁରା ବଲିଉଡରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଦିପୁରୁଷ (Adipurush) ଏକ ପୌରାଣିକ ଫିଲ୍ମ । ଯାହା ରାମାୟଣ ଉପରେ ଆଧାରିତ।  ଫିଲ୍ମରେ ରାମ ଭୂମିକାରେ ନଜର ଆସିବେ ପ୍ରଭାସ।  ଅଭିନେତ୍ରୀ କିର୍ତ୍ତୀ ସାନନ୍ (Kriti Sanon) ସୀତା ମାତା ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ସେଫ୍ ଅଲ୍ଲୀ ଖାନ୍ (Saif Ali Khan) ଓ ସନ୍ନି ସିଂ(Sunny Singh) ମଧ୍ୟ ନଜର ଆସିବେ। ସେଫ୍ ରାବଣ ଭୂମିକାରେ ଏ ଫିଲ୍ମରେ ଅଭିନୟ କରିଥିବା ବେଳେ ସନ୍ନି ସିଂ ଲକ୍ଷ୍ମଣ ଭୂମିକାରେ ରହିଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୨ ତାରିଖରେ ପରଦାକୁ ଆସିବ।  ଫିଲ୍ମଟି ହିନ୍ଦି ଓ ତେଲୁଗା ଭାଷାରେ ରିଲିଜ ହେବା ସହ ଫିଲ୍ମର ବଜେଟ ରହିଛି ୫୦୦ କୋଟି। 

ଚଳିତ ବର୍ଷ ପ୍ରଭାସଙ୍କ ଫିଲ୍ମ ରାଧେଶ୍ୟାମ (Radhe Shyam) ପରଦାକୁ ଆସିଥିଲା।  ଫିଲ୍ମଟି ମାର୍ଚ୍ଚ ୧୧ରେ ରିଲିଜ ହୋଇଥିଲା। ରୋମାଣ୍ଟିକ ମୁଭିରେ ପ୍ରଭାସଙ୍କ ସହ ନଜର ଆସିଥିଲେ (Pooja Hegde) ପୂଜା ହେଗଡେ। ଫିଲ୍ମଟି ହିନ୍ଦି ଓ ତେଲୁଗୁ ଭାଷାରେ ରିଲିଜ ହୋଇଥିଲା । ଫିଲ୍ମର ବଜେଟ ଥିଲା ୩୦୦-୩୫୦ କୋଟି । ଫିଲ୍ମଟି ବକ୍ସ ଅଫିସରେ ୧୫୧-୨୧୪ କୋଟି ବ୍ୟବସାୟ କରିଥିଲା।  ଫିଲ୍ମର ଲେଖକ ଓ ନିର୍ଦ୍ଦେଶକ ରହିଥିଲେ ରାଧାକ୍ରିଷ୍ଣ କୁମାର(Radha Krishna Kumar) ତେବେ, ପ୍ରଭାସଙ୍କ ଆଗାମୀ ଫିଲ୍ମ ଆଦିପୁରୁଷ ମଧ୍ୟ ବକ୍ସ ଅଫିସରେ ହିଟ କରିବ ବୋଲି ଆଶା ରଖିଛନ୍ତି ଫିଲ୍ମର ପୁରାଟିମ୍। 

 

Read More
{}{}