Hindi News >>Home >>Odisha Entertainment

ପାକିସ୍ତାନୀ ଅଭିନେତାଙ୍କ ପ୍ରେମରେ ଅମିଷା ! ଜାଣନ୍ତୁ କିଏ ସେ ?

Ameesha Patel : ପ୍ରେମରେ ପଡିଲେ କି ଗଦର ଗାର୍ଲ ? ପୁଣି ଚର୍ଚ୍ଚାରେ ଅମିଷା ପଟେଲ । 

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Sep 21, 2022, 03:09 PM IST

Ameesha Patel : ପ୍ରେମରେ ପଡିଲେ କି ଗଦର ଗାର୍ଲ ? ପୁଣି ଚର୍ଚ୍ଚାରେ ଅମିଷା ପଟେଲ । ସେ ଏଥର କୌଣସି ବିବାଦ ପାଇଁ ନୁହେଁ ବରଂ ନିଜ ପ୍ରେମକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ବର୍ତ୍ତମାନ ତାଙ୍କ ଲଭ ଲାଇଫ୍‌କୁ ନେଇ ଅଧିକ ଆଲୋଚନା ହେଉଛି । ଅଭିନେତ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଅଭିନେତ୍ରୀ ଜଣେ ପାକିସ୍ତାନୀ ଅଭିନେତା ଇମ୍ରାନ ଅବ୍ବାସ(Imran Abbas)ଙ୍କ ସହ ନଜର ଆସିଛନ୍ତି। ଇମ୍ରାନ ଅବ୍ବାସଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଏ ଭିଡିଓଟି ସେୟାର ହୋଇଛି । ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓରେ ଅମିଷା ଇମ୍ରାନ ଅବ୍ବାସ(Imran Abbas)ଙ୍କ ସହ ଏକ ରୋମାଣ୍ଟିକ୍ ଗୀତରେ ନଜର ଆସିଛନ୍ତି। ଏହି ଭିଡିଓରେ ସେ ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା କ୍ରାନ୍ତି ଚଳଚ୍ଚିତ୍ରରୁ ‘ମୋହବତ୍ ୟେ ନେହିଁ ତୋ କୟା ହୈ’ ଗୀତରେ ଲିପସିଙ୍ଗ କରୁଥିବାର ନଜର ଆସିଛନ୍ତି।

 

ତେବେ, ଏ ଭିଡିଓରେ ଫ୍ୟାନ୍ସଙ୍କର କାଫି କମେଣ୍ଟ ଓ ଲାଇକ୍ ମଧ୍ୟ ଆସିଛି । ଏହା ପ୍ରଥମ ଥର ନୁହେଁ ଯେ ଇମ୍ରାନ ଅବ୍ବାସଙ୍କ ନାମ ଜଣେ ଅଭିନେତ୍ରୀଙ୍କ ସହ ଜଡିତ ହୋଇଛି। ଇମ୍ରାନ ତାଙ୍କର ଅନେକ ସହ-ଅଭିନେତ୍ରୀଙ୍କ ସହ ତାଙ୍କ ଅଫେୟାର୍ସ ରହିଥିବା ବେଳେ ନିକଟରେ ଚତୁର୍ଥ ବିବାହକୁ ନେଇ ଲୋକଲୋଚନକୁ ଆସିଥିଲେ। କିନ୍ତୁ ଏବେ ଅମିଷାଙ୍କ ସହ ଏହି ଅଭିନେତାଙ୍କ ସମ୍ପର୍କର ଖବର ଆସିଛି । ଯାହାକୁ ନେଇ ଭାରତୀୟ ପ୍ରଶଂସକମାନେ ଚକିତ ହୋଇଛନ୍ତି । କହିବାକୁ ଗଲେ ଯେ ୧୫ ଜୁନ୍ ୨୦୦୧ ରେ ରିଲିଜ୍‌ ହୋଇଥିବା ‘ଗଦର’ର ସିକ୍ୱେଲ୍ ବର୍ତ୍ତମାନ ପ୍ରସ୍ତୁତ ହେଉଛି । ଯେଉଁଥିରେ ସନ୍ନି ଦେଓଲ୍ ଏବଂ ଅମିଷା ପଟେଲ ପୁଣି ଦେଖିବାକୁ ମିଳିବେ। ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଛି। ବଲିଉଡରେ ଇମ୍ରାନ ଅବ୍ବାସ କ୍ରିଏଚର 3D (Creature 3D) ଫିଲ୍ମରେ ଡେବ୍ୟୁ କରିଥିଲେ । ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବ୍ଲାକ ବିୟୁ଼ଡି ବିପାଶା ବସୁ ।

ଯେଉଁଥିପାଇଁ ତାଙ୍କୁ ଫିଲ୍ମ ଫେୟାର ଆଓ୍ବାର୍ଡରେ ବେଷ୍ଟ ମେଲ ଆକ୍ଟର ପାଇଁ ମନୋନୀତ ମଧ୍ୟ ହୋଇଥିଲେ। ଅଞ୍ଜୁମାନ, ଜାନିସାର, ଏ ଦିଲ୍ ହେ ମୁସକିଲ୍, ଅବଦୁଲ୍ଲା : ଦ ଫାଇନାଲ ଉଇଟନେସ ଓ ଆଜାଦ ଫିଲ୍ମରେ ଅଭିନୟ କରିଥିଲେ । ଗତ ବର୍ଷ ଚେକ ବାଉନ୍ସ ମାମଲାରେ ଅଭିନେତ୍ରୀ ଅମିଷା ପଟେଲ (Amisha Patel) ଫସିଥିଲେ। ଅଭନେତ୍ରୀଙ୍କ କମ୍ପାନୀ ଏମ/ଏସ ଆମିଷା ପଟେଲ ପ୍ରଡକ୍ସନ୍, UTF ଟେଲିଫିଲ୍ସ ପ୍ରାଇଭେଟ ଲିମିଟେଡରୁ ୩୨ ଲକ୍ଷ ୨୫ ହଜାର ଟଙ୍କାର ଋଣ ନେଇଥିଲା। ଏହାର ପ୍ରତିବଦଳରେ ସେମାନେ ଯେଉଁ ଚେକ ଦେଇଥିଲେ ଯାହା ବାଉନ୍ସ ହୋଇଯାଇଥିଲା। ଏହା ପରେ UTF ଟେଲିଫିଲ୍ସ ପ୍ରାଇଭେଟ ଲିମିଟେଡର ଓକିଲ ରବି ପନ୍ତ ଜିଲ୍ଲା କୋର୍ଟରେ ଏକ ମାମଲା ଦାୟର କରିଥିଲେ। ଏହି ପ୍ରସଙ୍ଗରେ ଆମିଷା ପଟେଲଙ୍କୁ ଜାମିନ ଯୋଗ୍ୟ ୱାରେଣ୍ଟ (Warrant) ଜାରି କରାଯାଇଥିଲା।

{}{}