Hindi News >>Home >>Odisha Entertainment

Virat And Anushka : New Year ପୂର୍ବରୁ କାହିଁକି ଦେଶ ଛାଡିଲେ ବିରାଟଙ୍କ ପରିବାର ?

Virat And Anushka Holiday Destination: ଆଜି ବର୍ଷର ଶେଷଦିନ । ଆଉ ମାତ୍ର କିଛି ଘଣ୍ଟା ପରେ ବିଦାୟ ନେବ ବର୍ଷ ୨୦୨୨ ଆଉ ଆସିବ ୨୦୨୩ । ନୂଆବର୍ଷକୁ ସ୍ବାଗତ କରିବା ନେଇ ସବୁଠି ଆରମ୍ଭ ହୋଇଛି ସେଲିବ୍ରେସନର ପ୍ରସ୍ତୁତି । ନୂଆବର୍ଷକୁ ଧମାକାଦାର କରିବା ନେଇ କ୍ରିକେଟର ବିରାଟ କୋହଲି ବର୍ତ୍ତମାନ କିଛି ମ୍ୟାଚରୁ ବ୍ରେକ୍ ନେଇଛନ୍ତି ।

Advertisement
Virat And Anushka : New Year ପୂର୍ବରୁ କାହିଁକି ଦେଶ ଛାଡିଲେ ବିରାଟଙ୍କ ପରିବାର ?
Stop
Zee Odisha Desk|Updated: Dec 31, 2022, 01:41 PM IST

Virat And Anushka Holiday Destination: ଆଜି ବର୍ଷର ଶେଷଦିନ । ଆଉ ମାତ୍ର କିଛି ଘଣ୍ଟା ପରେ ବିଦାୟ ନେବ ବର୍ଷ ୨୦୨୨ ଆଉ ଆସିବ ୨୦୨୩ । ନୂଆବର୍ଷକୁ ସ୍ବାଗତ କରିବା ନେଇ ସବୁଠି ଆରମ୍ଭ ହୋଇଛି ସେଲିବ୍ରେସନର ପ୍ରସ୍ତୁତି ।  ନୂଆବର୍ଷକୁ ଧମାକାଦାର କରିବା ନେଇ କ୍ରିକେଟର ବିରାଟ କୋହଲି ବର୍ତ୍ତମାନ କିଛି ମ୍ୟାଚରୁ ବ୍ରେକ୍ ନେଇଛନ୍ତି ।  ଆଉ ପତ୍ନୀ ଅନୁଷ୍କା ,ଝିଅ ଭାମିକା ସହ ଦୁବାଇରେ  ନୂଆବର୍ଷ ପାଳନ କରିବା ପାଇଁ ପହଞ୍ଚିଛନ୍ତି । ଏବଂ ଦୁବାଇର ଏକ ସୁନ୍ଦର ସ୍ଥାନରେ ନିଜ ପତ୍ନୀ ଓ ଝିଅ ସହ ଛିଡା ହୋଇଥିବା ଏକ ଫଟୋ ନିଜ ଇନଷ୍ଟାରେ ସେୟାର କରିଛନ୍ତି ବିରାଟ । ଆଉ କ୍ୟାପସନରେ ଲେଖିଛନ୍ତି , '୨୦୨୨ର ଏହା ଶେଷ ସୂର୍ଯ୍ୟଦୟ' ।  ଫଟୋରେ ଦେଖିବାକୁ ମିଳିଛି ଯେ, ବିରାଟ ନିଜ ଝିଅକୁ ହାତରେ ଧରିଛନ୍ତି । ଏବଂ ତାଙ୍କ ନିକଟରେ ଅନୁଷ୍କା ଠିଆ ହୋଇଛନ୍ତି ।ନିକଟରେ ବିରାଟ ମୁମ୍ବାଇ ଏବଂ ଦିଲ୍ଲୀରେ ତାଙ୍କର ପ୍ରିୟ ରେଷ୍ଟୁରାଣ୍ଟ ଖୋଲିଛନ୍ତି । 

ନିକଟ ଅତୀତରେ କ୍ରିକେଟ୍‌ ତାରକା ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କର କିଛି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । କିଛି ଦିନ ଅନ୍ତରରେ ଥରେ ଚର୍ଚ୍ଚା ପାଲଟୁଥିବା ଏହି ଦମ୍ପତି ପୁଣି ଥରେ ଆଲୋଚନାର ପରିସରକୁ ଆସିଛନ୍ତି। ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହେଉଛି କି ଏହି ଦମ୍ପତି କୁଆଡ଼େ ପୁଣି ଥରେ ବାପାମାଆ ହେବାକୁ ଯାଉଛନ୍ତି। ନିକଟରେ ସେମାନଙ୍କର କିଛି ଫଟୋ ଭାଇରାଲ୍‌ ହେବା ପରେ ଏହି ଫଟୋକୁ ହିଁ ଲୋକଙ୍କୁ ଦ୍ବନ୍ଦ୍ବରେ ପକାଉଛି।

ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ବିରାଟ ଏବଂ ଅନୁଷ୍କା ୧୧ ଡିସେମ୍ବର ୨୦୧୭ ରେ ବିବାହ କରିଥିଲେ। ମହା ଆଡମ୍ବର ସହକାରେ ହୋଇଥିଲା ଇଟାଲୀର ଏକ ରିସର୍ଟରେ ଏହି ଷ୍ଟାର କପୁଲଙ୍କ ବିବାହ ହୋଇଥିଲା ।  ଏହି ବିବାହରେ କେବଳ ୫୦ ଜଣ ବିଶେଷ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଜଣେ ବ୍ୟକ୍ତି ଏଠାରେ ଏକ ସପ୍ତାହ ରହିବାର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା । ବିବାହର ଦିର୍ଘ ବର୍ଷ ପରେ ୨୦୨୧ ଜାନୁଆରି ୧୧ ତାରିଖରେ ସେମାନେ ସେମାନଙ୍କର ପ୍ରଥମ ସନ୍ତାନ ଭାବେ ଝିଅ ଭମିକାଙ୍କୁ ସ୍ବାଗତ କରିଥିଲେ।

 

 
 
 
 

 
 
 
 
 
 
 
 
 
 
 

A post shared by Virat Kohli (@virat.kohli)

 ଏହାବି ପଢନ୍ତୁ : Anubhav Reaction : ରାଣୀଙ୍କ ବିବାହ ପ୍ରସ୍ତାବରେ ଏଭଳି ଜବାବ ଦେଲେ ଅନୁଭବ

ଯଦି ଆମେ ଅନୁଷ୍କାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ତେବେ,ଅନୁଷ୍କା ଶର୍ମା ୨୦୨୩ ମସିହାରେ ସେ ଷ୍ଟାର ବୋଲର ଝୁଲଣ ଗୋସ୍ୱାମୀଙ୍କ ଉପରେ  ନିର୍ମିତ ଏକ ବାୟୋପିକରେ ନଜର ଆସିବେ ।  ଏହି ଫିଲ୍ମର ନାଁ (Chakda 'Xpress ) ଚକଡା ଏକ୍ସପ୍ରେସ ରହିଛି । ଯେଉଁଥିରେ ଅନୁଷ୍କା ଲିଡରୋଲରେ ନଜର ଆସିବେ। ଚକଡା ଶୁଟିଂ ପ୍ରାୟ ସଂପୂର୍ଣ୍ଣ ହୋଇଛି । ଏହି ବାୟୋପିକ୍ ଅନୁଷ୍କା ଶର୍ମାଙ୍କ ପାଇଁ ଏକ ଡ୍ରିମ୍ ପ୍ରୋଜେକ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ । 

Read More
{}{}